IPL ମ୍ୟାଚରେ ଶାହାରୁଖଙ୍କ ସହ ଡ୍ୟାନ୍ସ କଲେ ବିରାଟ କୋହଲି , ଭିଡିଓ ଭାଇରଲ

IPL ୨୦୨୫ ମ୍ୟାଚ୍ ଏକ ଭିନ୍ନ ଧରଣର ସହିତ ଆରମ୍ଭ ହୋଇଛି । ଯେଉଁଠି ବଲିଉଡର ଅନେକ ଚର୍ଚ୍ଚିତ ଷ୍ଟାର ଏକଜୂଟ ହୋଇଥିବା ନଜର ଆସିଛନ୍ତି । IPL ମ୍ୟାଚକୁ ନେଇ ବହୁଦିନରୁ ଚର୍ଚ୍ଚା ହୋଇଆସୁଥିଲା । ଯାହାର ବର୍ତ୍ତମାନ ଅନ୍ତ ଘଟିଛି । IPL ମ୍ୟାଚରେ ଦିଶା ପାଟନୀଙ୍କ ଡ୍ୟାନ୍ସ ଏବଂ ଶ୍ରେୟା ଘୋଷାଲଙ୍କ ଚମତ୍କାର କଣ୍ଠ ସ୍ବରରେ ମୁଗ୍ଧ ହୋଇ ଝୁମିଲେ ଦର୍ଶକ । IPL ମ୍ୟାଚରେ ପଠାନ ଫିଲ୍ମର ଗୀତରେ ଶାହାରୁଖ ଖାନ, ବିରାଟ କୋହଲିଙ୍କ ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଛି।
ସେହି ସମସ୍ତ ଷ୍ଟାରଙ୍କ ମଧ୍ୟରେ ରିଙ୍କୁ ସିଂ ମଧ୍ୟ ଦେଖିବାକୁ ମିଳିଥିଲେ । ସେ ଷ୍ଟେଜରେ ଏଣ୍ଟ୍ରି କରିବା ପରେ ଶାହାରୁଖଙ୍କ ସହ ହାତ ମିଳାଇବା ସହ କୋଳାଇନେଇଥିଲେ। କିନ୍ତୁ ରିଙ୍କୁ ସିଂ ବିରାଟଙ୍କ ସହ ହାତ ନମିଳାଇ ଅଣଦେଖା କରିଚାଲିଯାଇଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
କୋଲକତା ନାଇଟ ରାଇଡର୍ସ ବିପକ୍ଷରେ RCBର କ୍ୟାପଟେନ ରଜତ ପାଟିଦାର ଟସରେ ଜିତି ବୋଲିଂର ନିଷ୍ପତ୍ତି ନେଇଛନ୍ତି । KKRଟିମ୍ ପ୍ରଥମେ ବ୍ୟାଟିଂ କରି ୧୭୪ ରନ୍ କରିଛନ୍ତି । ଏହା ପରେ RCB ୧୬.୨ ଓଭରରେ ଲକ୍ଷ୍ୟକୁ ପିଛା କରିଥିଲା । ଆରସିବି ପାଇଁ ବିରାଟ କୋହଲି ୫୯ରନ୍ କରିଥିଲେ । ଉଭୟ ଖେଳାଳୀ ପ୍ରଥମ ୱିକେଟରେ ୯୫ ରନର ଭାଗିଦାର ହୋଇପାରିଥିଲେ । RCBର ବିଜୟ ପାଇଁ ମୁଳଦୁଆ ପକାଇଥିଲେ । ରଜତ ପାଟିଦାର ୧୬ ବଲରେ ୩୪ରନ କରିଥିଲେ । ୫ଟି ଚୌକା ସହିତ ଗୋଟିଏ ଛକା ମାରିଥିଲେ ।
KKR ଟିମ୍ ପାଇଁ ଅଜିଙ୍କ୍ୟ ରାହାଣେ ଏବଂ ସୁନୀଲ ନାରିନ ଚମତ୍କାର ବ୍ୟାଟିଂ କରି ୪୪ ରନ କରିଥିଲେ । ରାହାଣେ ୩୧ଟି ବଲରେ ୬ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ରଘୁବଂଶୀ ସର୍ବାଧିକ ରନ କରିଥିଲେ । KKR ଟିମ୍ ୧୭୪ରନ୍ କରିଥିଲା । RCB ପକ୍ଷରୁ କୃଣାଲ ପାଣ୍ଡ୍ୟା ସର୍ବାଧିକ ୩ଟି ୱିକେଟ ନେଇଥିଲେ ।
Also Read : ଉଦଘାଟନୀ ମ୍ୟାଚରେ ଆରସିବିର ଦମଦାର ବିଜୟ, ୭ ୱିକେଟରେ ହାରିଲା କେକେଆର