କ୍ରିକେଟର ‘ଭଗବାନ’ଙ୍କ ପରେ ମୁଁ, ଶୁବମନ ଗିଲ ହୋଇପାରିବେନି ବିରାଟ : କୋହଲିଙ୍କ ଡିପଫେକ୍ ଭିଡିଓ

ବଲିଉଡ ଅଭିନେତ୍ରୀଙ୍କ ପରେ ଡିପ୍ଫେକର ଶିକାର ହେଲେ ବିରାଟ କୋହଲି । ବିରାଟ କୋହଲିଙ୍କ ଡିପଫେକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ କୋହଲି ନିଜକୁ କ୍ରିକେଟର ଭଗବାନ (ସଚିନ ତେନ୍ଦୁଲକର)ଙ୍କ ପରେ ଭାରତୀୟ ସର୍ବଶ୍ରେଷ୍ଠ କ୍ରିକେଟର ବୋଲି କହୁଛନ୍ତି । ଏହି ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ତେବେ ଏହି ଭିଡିଓ ଏଆଇ ସାହାଯ୍ୟରେ କରାଯାଇଛି ।
ବିରାଟ କୋହଲିଙ୍କ ଭାଇରଲ ହେଉଥିବା ଭିଡିଓରେ ସେ କହିଛନ୍ତି, ମୁଁ ଯେତେବେଳେ ଅଷ୍ଟ୍ରେଲିଆରୁ ଫେରିଥିଲି, ସେତେବେଳେ ଅନ୍ଦାଜ କରିଥିଲି କି, ସଫଳତା ପାଇବା ପାଇଁ କେଉଁ ଜିନିଷ ଜରୁରୀ । ମୁଁ ଶୁବମନ ଗିଲଙ୍କୁ ବହୁତ ପାଖରୁ ଦେଖୁଛି, ତାଙ୍କର ଭଲ ପ୍ରତିଭା ରହିଛି କିନ୍ତୁ ଟ୍ୟାଲେଣ୍ଟ ଶୋ କରିବା ଏବଂ ଲିଜେଣ୍ଡ ହେବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି ।
ବିରାଟ ଆହୁରି ମଧ୍ୟ କହିଛନ୍ତି, ଗିଲଙ୍କ ବ୍ୟାଟିଂ କୌଶଳ ବହୁତ ବଢିଆ । କିନ୍ତୁ ମୋ ସାମ୍ନାରେ ଦେଖାଇବାର ଆବଶ୍ୟକତା ନାହିଁ । ଲୋକ ଆଗାମୀ ବିରାଟ କୋହଲିଙ୍କ କଥା କହୁଛନ୍ତି, କିନ୍ତୁ ମୁଁ କହୁଛି କି, ବିରାଟ କୋହଲି କେବଳ ଜଣେ । ମୁଁ ସବୁଠାରୁ ବିପଦପୂର୍ଣ୍ଣ ବୋଲରଙ୍କୁ ସାମ୍ନା କରିଛି । ସବୁଠାରୁ ମୁସ୍କିଲ ପରିସ୍ଥିତିରେ ଭଲ ଖେଳିଛି । ଏମିତି ବହୁତ ଥର କରିଛି ।
AI is Dangerous pic.twitter.com/njUvwiwc4t
— Cricketopia (@CricketopiaCom) August 27, 2024
ଭାରତୀୟ କ୍ରିକେଟରେ ଭଗବାନ(ସଚିନ ତେନ୍ଦୁଲକର)ଙ୍କ ପରେ ମୁଁ । ଏହା ଏକ ମାଇଲଖୁଣ୍ଟ । ଗିଲ୍ ସେଠାରେ ପହଞ୍ଚିବା ପାଇଁ ବହୁତ ଲମ୍ବା ରାସ୍ତା ପଡିଛି ।
ତେବେ ବିରାଟଙ୍କ ଏହି ଭିଡିଓ ଦେଖି ଫେକ୍ ବୋଲି ଅନ୍ଦାଜ ଲଗାଉଛନ୍ତି ଫ୍ୟାନ୍ସ । ତେବେ ୟୁଜର୍ସ ଏହି ଭିଡିଓକୁ ନେଇ ଅନେକ ପ୍ରକାରର କମେଣ୍ଟ ଦେଉଛନ୍ତି ।