ଟି-ଟେ୍ଵଣ୍ଟି ବିଶ୍ୱକପ୍‌ର ରୋଡମ୍ୟାପ୍‌କୁ ନେଇ ବିସିସିସିଆଇଙ୍କ ସହ ଆଲୋଚନା କଲେ ବିରାଟ କୋହଲି

ଟିମ୍‌ ଇଣ୍ଡିଆର ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ପ୍ରସ୍ତୁତି । ରୋଡମ୍ୟାପ୍‌ ନେଇ ବିରାଟ କୋହଲି- ବିସିସିସିଆଇ ଆଲୋଚନା। ମୁଖ୍ୟତଃ ଦଳର ମଧ୍ୟକ୍ରମକୁ ଶକ୍ତିଶାଳୀ କରିବା , ବୋଲରଙ୍କୁ ଶୃଙ୍ଖଳିତ ରଖିବା, ଅଲରାଉଣ୍ଡରଙ୍କ ସ୍ଥାନ, କେତୋଟି ସ୍ପିନର, ଖେଳାଳି ଅଦଳବଦଳ ଏବଂ ଚୂଡାନ୍ତ ଦଳ ମନୋନୟନ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଆଲୋଚନା ହୋଇଥିଲା। ଇଶାନ୍ତ ଶର୍ମା ଓ ଉମେଶ ଯାଦବ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବା ଦୌଡରେ ପ୍ରାୟତଃ ନଥିବା ସୂଚନା ମିଳିଛି। ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ମଧ୍ୟରୁ କିଏ ଚୂଡାନ୍ତ ଏକାଦଶରେ ଖେଳିବେ। ସ୍ପିନରଙ୍କ ମଧ୍ୟରେ ରବୀନ୍ଦ୍ର ଯାଡେଜା ଓ ଯୁଜବେନ୍ଦ୍ର ଚହଲଙ୍କ ସହ ଆଉ କିଏ ଦଳରେ ସ୍ଥାନ ପାଇବା ଦରକାର। ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ହୋଇଥିଲା।

ଇଂଲଣ୍ଡରେ ଘରୋଇ ଦଳ ବିପକ୍ଷରେ ଭାରତ ୫ଟି ଚେଷ୍ଟ ମ୍ୟାଚ୍‌ ଖେଳୁଛି। ଅକ୍‌ଟୋବର ୨୪ରେ ଭାରତ ତାର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ସହ ଖେଳିବ। ଅଧିନାୟକ ଭାବେ ଭାରତ କୌଣସି ଆଇସିସି ପ୍ରତିଯୋଗୀତା ଜିତିପାରିନଥିବାରୁ ଆଗାମୀ ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ମଧ୍ୟ କୋହଲିଙ୍କ ପାଇଁ ଅଗ୍ନିପରୀକ୍ଷା ହେବ। କୋହଲିଙ୍କ ନେତୃତ୍ୱରେ ଭାରତ ୨୦୧୭ ଚାମ୍ପିଅନ୍‌ସ ଟ୍ରଫି ଫାଇନାଲରେ ପରାସ୍ତ ହୋଇଥିଲାବେଳେ ୨୦୧୯ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲରୁ ବିଦାୟ ନେଇଥିଲା। ପୁଣି ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ ବି ପରାସ୍ତ ହୋଇଛି। ଶେଷ ଥର ପାଇଁ ୨୦୧୩ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ଆଇସିସି ଚାମ୍ପିଅନ୍‌ସ ଟ୍ରଫି ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.