ପୁଅ ଅକାୟ ପାଇଁ ସୁପର ହିରୋ ସାଜିଲେ ବିରାଟ କୋହଲି, ଭାଇରଲ ହେଉଛି ଫଟୋ

ଆଇପିଏଲ ୨୦୨୬ ଟାଇଟଲ ଜିତିବା ପରେ ବିରାଟ କୋହଲି ଏବେ ଖେଳ ଜଗତରୁ ଦୂରେଇ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ଟିମରେ ରହିଥିଲେ ବିରାଟ କୋହଲି । ହେଲେ ଆଘାତଜନିତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଛନ୍ତି ବିରାଟ । ଏବେ କିନ୍ତୁ ପରିବାର ସହିତ ଜୀବନ ବିତାଉଛନ୍ତି । ବିରାଟ କୋହଲି, ଅନୁଷ୍କା ଏବଂ ପୁଅ ଝିଅ ସହିତସମୟ ବିତାଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାଇରଲ ହେଉଥିବା ଫଟୋରେ ବିରାଟ କୋହଲି ପୁଅ ଅକାୟ ସହିତ ବହୁତ ଖୁସି ନଜର ଆସିଛନ୍ତି । ଆଉ ଏକ ଫଟୋରେ ପୁଅକୁ କୋଳରେ ଧରି ବୁଲୁଥିବାର ଦେଖିବାକୁ ମିଳିଛି । ଅନ୍ୟ ଏକ ଫଟୋରେ ଅକାୟ ତାଙ୍କ କାନ୍ଧ ଏବଂ ପିଠିରେ ବସିଥିବା ନଜର ଆସିଛନ୍ତି । ପାର୍କରେ ଉଠାଯାଇଥିବା ଫଟୋକୁ ଦେଖି ଖୁବ୍ ପସନ୍ଦ କରୁଛନ୍ତି ଫ୍ୟାନ୍ସ । କିଛି ଫଟୋରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିଛନ୍ତି ।

ବିରାଟ ଏବେ କ୍ରିକେଟରୁ ଦୂରେଇ ରହିଛନ୍ତି । ଆଇପିଏଲ ୨୦୨୬ରେ ତାଙ୍କ ପ୍ରଦର୍ଶନ ବହୁତ ଶାନଦାର ରହିଥିଲା । ସେ ୧୬ ମ୍ୟାଚରେ ୬୭୫ ରନ୍ କରି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ରନ୍ କରି ୪ର୍ଥ ସ୍ଥାନରେ ରହିଥିଲେ । ଫାଇନାଲ ମ୍ୟାଚରେ ୭୫ ରନର ମହତ୍ତ୍ବପୂର୍ଣ୍ଣ ଇନିଂସ ଖେଳି ପ୍ଲେୟାର ଅଫ୍ ଦ ମ୍ୟାଚ୍ ଚୟନ କରାଯାଇଥିଲେ ।

ବିରାଟ ଏବେ ହେମଷ୍ଟ୍ରିଂ ଆଘାତ ଯୋଗୁଁ ଆଫଗାନିସ୍ତାନ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି । ତେବେ ଭାରତୀୟ ଟିମ୍ ଆଗାମୀ ମାସରେ ଇଂଲଣ୍ଡ ଗସ୍ତ କରିବ । ଦିନିକିଆ ଏବଂ ଟି୨୦ ସିରିଜ ଖେଳିବ । ବିରାଟ ସୁସ୍ଥ ହୋଇ ପୁଣି ମଇଦାନକୁ ଫେରିବେ ବୋଲି ଟିମ୍ ଏବଂ ଫ୍ୟାନ୍ସ ଆଶା କରିଛନ୍ତି ।

Also Read : ଖେଳ ସରିଯାଇଛି, ଏବେ ଘରକୁ ଯାଅ…ଶ୍ରୀଲଙ୍କା ଖେଳାଳିଙ୍କ ଏମିତି କଥା ଶୁଣି ରାଗିଯାଇଥିଲେ ବୈଭବ