‘ମ୍ୟାଚ୍‌ ଏମିତି ଖେଳ, ଯେପରି ନିଜର ଶେଷ ମ୍ୟାଚ’, ଚର୍ଚ୍ଚାରେ ବିରାଟଙ୍କ ବୟାନ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରି ସମସ୍ତଙ୍କ ମନ ଜିଣିନେଇଥିଲେ । ଶ୍ରୀଲଙ୍କା ବିପକ୍ଷରେ ୧୧୩ ରନ୍‌ କରି ଭାରତର ବିଜୟରେ ବଡ ଯୋଗଦାନ କରିଥିଲେ । ମ୍ୟାଚ୍‌ ପରେ ଏବେ ବିରାଟ କୋହଲି ଦେଇଥିବା ବୟାନକୁ ନେଇ ଚର୍ଚ୍ଚା ଚାଲିଛି । ବିରାଟ କୋହଲିଙ୍କ ବୟାନ ଏବେ ଭାଇରାଲ ହେବାରେ ଲାଗିଛି। ୧୧୩ ରନର ମ୍ୟାଚ୍ ବିଜୟୀ ଇନିଂସ ପାଇଁ ବିରାଟ କୋହଲିଙ୍କୁ ମଙ୍ଗଳବାର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଥିଲା। ଆଉ ପୁରସ୍କାର ନେବା ପରେ ଯେଉଁ ବୟାନ ଦେଇଥିଲେ ବିରାଟ, ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରତି ମ୍ୟାଚ୍‌ ଏଭଳି ଖେଳେ, ଯେପରି ଶେଷ ମ୍ୟାଚ୍‌ । ତେବେ ତାଙ୍କର ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କୋହଲି ବୟାନରେ କହିଛନ୍ତି, ‘ ମୁଁ ଗୋଟେ ଜିନିଷ ଶିଖିଛି, କେବେ ବି ହତାଶା ଆପଣଙ୍କୁ କୁଆଡେ ନିଏନାହିଁ । ଆପଣ ସବୁ ଜିନିଷକୁ ଜଟିଳ କରିବା ଉଚିତ ନୁହେଁ । ମଇଦାନରେ ବିନା କୌଣସି ଡରରେ ଖେଳ । ମୁଁ ସ୍ଥିତିକୁ ଦେଖି ଖେଳିବା ଆରମ୍ଭ କରିଥିଲି। ଦଳକୁ ଗୋଟିଏ ଭଲ ସ୍କୋରରେ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ଥିଲା। ଆପଣଙ୍କୁ ସବୁ ମ୍ୟାଚରେ ଖେଳିବାକୁ ହେବ, ଆଉ ଏଥିପାଇଁ ଶେଷ ପର୍ଯ୍ୟନ୍ତ ଖୁସି ରହିବାକୁ ପଡିବ । ମୁଁ ସବୁବେଳେ ଖେଳିବି ନାହିଁ । ମୁଁ ଖୁସି ଜାଗାରେ ରହିଛି ଆଉ ନିଜ ସମୟର ଆନନ୍ଦ ନେବାକୁ ଚାହୁଁଛି ।

ସୂଚନାଯୋଗ୍ୟ, ୨୦୦୮ରେ ବିରାଟ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ମଙ୍ଗଳବାର ମ୍ୟାଚରେ ସେ ୮୭ଟି ବଲରେ ୧୧୩ ରନ ଇନିଂସ ଖେଳିବାରୁ ଭାରତ ୭ ୱିକେଟ ହରାଇ ୩୭୩ ରନ କରିଥିଲା। ଏଥିସହ ଶ୍ରୀଲଙ୍କାକୁ ୬୭ ରନରେ ହରାଇବାକୁ ମଧ୍ୟ ଦଳ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଭାରତ ୩ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ବିରାଟ ଏହି ମ୍ୟାଚରେ ୧୨ଟି ଚଉକା ଏବଂ ୧ଟି ଛକା ମାରିଥିଲେ । କୋହଲିଙ୍କ ଦିନିକିଆ କ୍ୟାରିରର ୪୫ ତମ ଶତକ ମାରିଥିଲେ ବିରାଟ । ତାଙ୍କର ଏଭଳି ଜବରଦସ୍ତ ବ୍ୟାଟିଂ ପାଇଁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଆଓ୍ଵାର୍ଡ ମିଳିଥିଲା ।

ଦିନିକିଆରେ ସର୍ବାଧିକ ରେକର୍ଡ ତାଲିକାରେ ଦ୍ୱିତୀୟରେ ଭାରତୀୟ ଦଳର ଏହି ପୂର୍ବତନ କ୍ୟାପଟେନ। ୪୯ ଶତକ ସହିତ ତାଲିକର ଶୀର୍ଷରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ରହିଛନ୍ତି। ପୂର୍ବରୁ ବାଲାଂଦେଶ ବିପକ୍ଷରେ ୪୪ ତମ ଶତକ ମାରିଥିଲେ ବିରାଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.