ଗାବାରେ ଭାରତ ଫଲୋଅନ ଏଡାଇବା ପରେ ଡ୍ରେସିଂ ରୁମରେ ସେଲିବ୍ରେସନ, ଭିଡିଓ ଭାଇରଲ

ବ୍ରିସବେନର ଗାବାରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ୪ର୍ଥ ଦିନରେ ଫଲୋଅନ ଏଡାଇଛି ଭାରତୀୟ ଟିମ୍ । ଶେଷ ୱିକେଟ ପାଇଁ ଆକାଶ ଦୀପ ଓ ଯଶପ୍ରୀତ ବୁମରା ଧୈର୍ଯ୍ୟର ସହ ବ୍ୟାଟିଂ କରି ଫଲୋଅନ ଏଡ଼ାଇ ପାରିଛନ୍ତି । ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ ହରାଇ ୨୫୨ ରନ କରି ନେଇଛି । ଏବେ ଦଳ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୧୯୩ ରନ ପଛରେ ରହିଛି ।

ଅଷ୍ଟ୍ରେଲିଆ ଭାରତକୁ ଫଲୋଅନରେ ରଖିବାକୁ ଚାହୁଁଥିବା ବେଳେ ଆକାଶଦୀନ ଏବଂ ବୁମରା ସଫଳ ହେବାକୁ ଦେଇନଥିଲେ । ଚୌକା ମାରି ଆକାଶ ଦୀପ ଫଲୋଅନ ଏଡ଼ାଇବା ମୁହୂର୍ତ୍ତରେ ଭାରତୀୟ ଡ୍ରେସିଂ ରୁମରେ ଉତ୍ସାହ ଭରି ଯାଇଥିଲା । ଡ୍ରେସିଂ ରୁମରେ ମ୍ୟାଚ୍ ଜିତିବା ଭଳି ସେଲିବ୍ରେସନ କରିଥିଲେ ମୁଖ୍ୟ କୋଚ ଗୌତମ ଗମ୍ଭୀର ଓ ଷ୍ଟାର ବ୍ୟାଟର ବିରାଟ କୋହଲି । ସେମାନେ ପରସ୍ପରକୁ ହାଇ ଫାଇଭ୍ସ ଦେବା ସହ ଖୁସିରେ ନାଚି ଉଠିଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଭାରତକୁ ଫଲୋଅନ ଏଡ଼ାଇବା ପାଇଁ ୨୪୬ ରନ କରିବାର ରହିଥିଲା । ହେଲେ ଟିମ୍ ୨୧୩ ରନରେ ୯ମ ୱିକେଟ ହରାଇଥିଲା । ହେଲେ ଶେଷ ୱିକେଟ ପାଇଁ ବୁମରା ଓ ଆକାଶ ଦୀପ ଅପରାଜିତ ୩୯ ରନର ଭାଗିଦାରୀ କରି ଭାରତ ଫଲୋଅନ ଏଡାଇ ପାରିଥିଲା । ତେବେ ବୁମରା ଏବଂ ଆକାଶଦୀପ ଫଲୋଅନ ଏଡାଇବାକୁ ସଫଳ ହେବା ପରେ ଡ୍ରେସିଂ ରୁମରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀର ଖୁସି ନଜର ଆସିଥିଲେ । ଏମିତି ଲାଗୁଥିଲା ଯେମିତି ମ୍ୟାଚ ଭାରତ ଜିତିଯାଇଛି ।

୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୯ ୱିକେଟ ହରାଇ ୨୫୨ ରନ କରି ନେଇଛି । ଏବେ ଦଳ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୧୯୩ ରନ ପଛରେ ରହିଛି ।