ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି, ୯୫ ରନ୍ କଲେ ରଚିବେ ଇତିହାସ

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲରେ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ୯ ମାର୍ଚ୍ଚରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳିବେ । ଟିମ୍ ଇଣ୍ଡିଆ ଗ୍ରୁପ ଷ୍ଟେଜ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇଥିଲା । ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡକୁ ମାତ୍ ଦେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ସବୁଥର ଭଳି ଏଥର ମଧ୍ୟ ଫ୍ୟାନ୍ସ ନଜର ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ରହିଛି ।
କୋହଲି ଗ୍ରୁପ ଷ୍ଟେଜ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିପାରିନଥିଲେ ସତ କିନ୍ତୁ ଦିନିକିଆରେ କ୍ବିୱି ଟିମ ବିପକ୍ଷରେ ଭଲ ରେକର୍ଡ ରହିଛି । ବିରାଟ କୋହଲିଙ୍କ ପାଖରେ ଫାଇନାଲ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି ।
ଭାରତୀୟ ଟିମ୍ ତରଫରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ସବୁଠାରୁ ଅଧିକ ରନ୍ କରିଥିବା ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସଚିନ ତେନ୍ଦୁଲକର ନ୍ୟୁଜିଲାଣ୍ଡ ବିପକ୍ଷରେ ୪୨ ଦିନିକିଆ ମ୍ୟାଚରେ ୪୧ ଇନିଂସ ଖେଳିଛନ୍ତି । ସେ ୪୬.୦୫ ପ୍ରତିଶତରେ ମୋଟ୍ ୧୭୫୦ ରନ୍ କରିଛନ୍ତି । ଏଥିରେ ୫ଟି ଶତକ ଏବଂ ୩୨ ଅର୍ଦ୍ଧଶତକ ରହିଛି । ସେହିପରି ବିରାଟ କୋହଲି କିୱି ଟିମ ବିପକ୍ଷରେ ୩୨ଟି ଦିନିକିଆ ଖେଳିଛନ୍ତି । ଏହି ୩୨ଟି ଇନିଂସରେ କୋହଲି ୫୭.୧୦ ପ୍ରତିଶତରେ ୧୬୫୬ ରନ୍ କରିଛନ୍ତି । କୋହଲି କିୱି ଟିମ୍ ବିପକ୍ଷରେ ୬ ଶତକ ଏବଂ ୯ ଅର୍ଦ୍ଧଶତକ ମାରିଛନ୍ତି । ଯଦି କୋହଲି ଫାଇନାଲ ମ୍ୟାଚରେ ୯୫ ରନ୍ କରିଦିଅନ୍ତି, ତେବେ ସଚିନଙ୍କ ରେକର୍ଡକୁ ଭାଙ୍ଗିପାରିବେ । ଏହାସହିତ କିୱି ଟିମ୍ ବିପକ୍ଷରେ ଭାରତ ତରଫରୁ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ହେବେ ।
କିୱି ଟିମ ବିପକ୍ଷରେ ସବୁଠାରୁ ଅଧିକ ରନ୍ କରିଥିବା ଭାରତୀୟ ଖେଳାଳି :
ସଚିନ ତେନ୍ଦୁଲକର : ୧୭୫୦ ରନ୍
ବିରାଟ କୋହଲି: ୧୬୫୬ ରନ୍
ବିରେନ୍ଦ୍ର ସେହ୍ବାଗ : ୧୧୫୭ ରନ୍
ମହମ୍ମଦ ଆଝାରୁଦ୍ଦିନ : ୧୧୧୮ ରନ୍
ସୌରଭ ଗାଙ୍ଗୁଲି : ୧୦୭୯ ରନ୍
Also Read : ଦିନିକିଆ ଫର୍ମାଟରୁ ଅବସର ନେଲେ ବାଂଲାଦେଶ କ୍ରିକେଟର ମୁଶଫିକୁର ରହିମ, ୩ ବର୍ଷ ପୂର୍ବରୁ ଟି୨୦କୁ କରିଥିଲେ ବାଏ ବାଏ