ଦୀର୍ଘ ୩ ବର୍ଷ ପରେ ଫ୍ୟାନ୍ସଙ୍କୁ ଖୁସି କରିଦେଲେ ବିରାଟ, ଟେଷ୍ଟ କ୍ରିକେଟରେ ମାରିଲେ ୨୮ ତମ ଶତକ
ଅହମଦାବାଦ ଟେଷ୍ଟରେ ଶତକ ମାରିଛନ୍ତି ବିରାଟ କୋହଲି । ଟେଷ୍ଟ ମ୍ୟାଚରେ ୨୮ତମ ଶତକ ହାସଲ କରିଛନ୍ତି ବିରାଟ । ୩ ବର୍ଷ ପରେ ବିରାଟ ଶତକ ମାରିଛନ୍ତି । ୨୦୧୯ ମସିହା ପରେ କୋହଲିଙ୍କର ଏହା ପ୍ରଥମ ଟେଷ୍ଟ ଶତକ ।

ଅହମଦାବାଦ ଟେଷ୍ଟରେ ଶତକ ମାରିଛନ୍ତି ବିରାଟ କୋହଲି । ଟେଷ୍ଟ ମ୍ୟାଚରେ ୨୮ତମ ଶତକ ହାସଲ କରିଛନ୍ତି ବିରାଟ । ୩ ବର୍ଷ ପରେ ବିରାଟ ଶତକ ମାରିଛନ୍ତି । ୨୦୧୯ ମସିହା ପରେ କୋହଲିଙ୍କର ଏହା ପ୍ରଥମ ଟେଷ୍ଟ ଶତକ । ଦଳର ଷ୍ଟାର ଓପନର ବିରାଟ ଶୁଭମନ ଗିଲଙ୍କ ପରେ ଏକ ଐତିହାସକ ଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ଚତୁର୍ଥ ଟେଷ୍ଟରେ ଭାରତର ସ୍ଥିତିକୁ ମଜବୁତ କରିବା ପାଇଁ ସେ ଏକ ଧମାକାଦାର ଇନିଂସ ଖେଳିଛନ୍ତି ।
ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଶତକ ମାରିଛନ୍ତି ବିରାଟ । ଗତକାଲି ନଟ୍ ଆଉଟ୍ ଥିଲେ । ଆଜି ଶତକ ମାରିଛନ୍ତି । ୨୪୧ ବଲ୍ ଖେଳି ଏହି ସଫଳତା ହାସଲ କରିଛନ୍ତି କୋହଲି ।
ଅନ୍ତର୍ଜାତୀୟ କ୍ରିକେଟରେ ମୋଟ୍ ୭୫ ଶତକ କରିଛନ୍ତି ବିରାଟ । ଦିନିକିଆରେ ୪୬ ଓ ଟି- ୨୦ ଗୋଟିଏ ଶତକ ମାରିଛନ୍ତି କୋହଲି। ଏବେ କୋହଲିଙ୍କ ଶତକ ବଳରେ ଭାରତ ବଡ଼ ସ୍କୋର କରିବା ଆଶା କରାଯାଉଛି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ୍ କରିଥିଲା ।
ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ମାସ ୨୨ରେ କୋଲକତାର ଇଡେନ୍ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ପିଙ୍କ୍ ବଲ୍ ଟେଷ୍ଟ୍ ମ୍ୟାଚ୍ରେ କୋହଲି ଶେଷ ଥର ପାଇଁ ଶତକ ହାସଲ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଭାରତ ୫ ଓ୍ଵିକେଟ ହରାଇ ୪୪୪ ରନ୍ କରିଛି ।