ସିକ୍ୟୁରିଟି ଭାଙ୍ଗି ମହିଳା ଫ୍ୟାନ୍ ଙ୍କୁ ଆଲିଙ୍ଗନ କଲେ ବିରାଟ କୋହଲି, ଭୁବନେଶ୍ବର ଏୟାରପୋର୍ଟର ଭିଡିଓ ଭାଇରଲ

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ୩ୟ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ଅହମଦାବାଦରେ ପହଞ୍ଚିସାରିଛି । ୩ୟ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ । ତେବେ ଏହାରି ମଧ୍ୟରେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଆଲିଙ୍ଗନ କରୁଛନ୍ତି ।
ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ଭୁବନେଶ୍ବରରୁ ଅହମଦାବାଦକୁ ଉଡ଼ାଣ ଭରିଥିଲା । ଏହି ସମୟରେ ଭୁବନେଶ୍ବର ଏୟାରପୋର୍ଟରେ ଟିମ୍ ଇଣ୍ଡିଆ ଯାଉଥିବା ବେଳେ ବିରାଟ କୋହଲି ମଧ୍ୟ ଯାଉଥିଲେ । ଏହି ସମୟରେ ଏୟାରପୋର୍ଟରେ ଜଣେ ମହିଳା ପ୍ରଶଂସକ ବିରାଟଙ୍କୁ ଆଲିଙ୍ଗନ ପାଇଁ ଆଗକୁ ଆସିଥିଲେ । ଏହି ସମୟରେ ବିରାଟ କୋହଲି ମହିଳା ଫ୍ୟାନଙ୍କ ପାଖକୁ ଯାଇ ଆଲିଙ୍ଗନ କରିଥିଲେ । ଏହା ଦେଖି ସିକ୍ୟୁରିଟି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
That Hug 🥺❤️ pic.twitter.com/nSkwhmtZUs
— Virat Kohli Fan Club (@Trend_VKohli) February 10, 2025
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚ ଖେଳସରିଛି । ନାଗପୁର ଦିନିକିଆରେ ବିରାଟଙ୍କ ଆଣ୍ଠୁରେ ଯନ୍ତ୍ରଣା ଯୋଗୁଁ ଖେଳିପାରିନଥିଲେ । ସେହିପରି ବାରବାଟୀ ମ୍ୟାଚରେ ବିରାଟ ମାତ୍ର ୫ ରନ୍ କରି ଆଉଟ ହୋଇଯାଇଥିଲେ । ତେବେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ଆସନ୍ତାକାଲି ଅହମଦାବାଦରେ ମ୍ୟାଚ ଖେଳିବ । ଏହି ମ୍ୟାଚରେ ବିରାଟଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିଛି ।
ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳସୂଚୀ :
୧୯ ଫେବୃଆରୀ: ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, କରାଚୀ
୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ
୨୧ ଫେବୃଆରୀ : ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା, କରାଚୀ
୨୨ ଫେବୃଆରୀ :ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ
୨୪ ଫେବୃଆରୀ : ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
୨୫ ଫେବୃଆରୀ: ଅଷ୍ଟ୍ରେଲିଆ ବନାମ ସାଉଥ ଆଫ୍ରିକା, ରାୱଲପିଣ୍ଡି
୨୬ ଫେବୃଆରୀ : ଆଫଗାନିସ୍ତାନ ବନାମ ଇଂଲଣ୍ଡ : ଲାହୋର
୨୭ ଫେବୃଆରୀ :ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
୨୮ ଫେବୃଆରୀ : ଆଫଗାନିସ୍ତାନ ବନା ଅଷ୍ଟ୍ରେଲିଆ : ଲାହୋର
୧ ମାର୍ଚ୍ଚ : ସାଉଥ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ
୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ : ଫାଇନାଲ, ଲାହୋର/ଭାରତ ଫାଇନାଲକୁ ଗଲେ ଦୁବାଇରେ ହେବ ଖେଳ
Also Read : ‘ବନ୍ଦ କରୋ ୟାର..’ ବାରବାଟୀରେ ଲାଇଟ୍ ବନ୍ଦ ହେବା ପରେ ଗୀତକୁ ନେଇ ରାଗିଗଲେ ରୋହିତ ଶର୍ମା