ICC Player of The Month ହେଲେ ବିରାଟ କୋହଲି, ପଛରେ ପଡିଲେ ସିକନ୍ଦର ରଜା ଏବଂ ଡେଭିଡ ମିଲର

ଆଇସିସି ଅକ୍ଟୋବର ମାସର ପ୍ଲେୟାର ଅଫ ଦ ମନ୍ଥ ଆଓ୍ଵାର୍ଡ ଘୋଷଣା କରିଛି। ଏଥର ବିରାଟ କୋହଲିଙ୍କୁ ଏହି ଆଓ୍ଵାର୍ଡ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଏବଂ ଟି-୨୦ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ ପାଇଁ ବିରାଟଙ୍କୁ ଏହି ସମ୍ମାନ ମିଳିଛି। ଆଉ ଏହି ଆଓ୍ଵାର୍ଡ ମିଳିବା ପରେ ବିରାଟ ଗର୍ବ ଅନୁଭବ କରୁଛନ୍ତି।

ଏହି ସମ୍ମାନ ଜିତି ବିରାଟ କୋହଲି ଜିମ୍ବାେଓ୍ଵର ଅଲରାଉଣ୍ଡର ସିକନ୍ଦର ରଜା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କୁ ପଛରେ ପକାଇ ଦେଇଛନ୍ତି। ବିରାଟ ପ୍ରଥମ ଥର ପାଇଁ ଏହି ଆଓ୍ଵାର୍ଡ ଜିତିଛନ୍ତି। ଅକ୍ଟୋବର ମାସରେ ଜବରଦସ୍ତ ବ୍ୟାଟିଂ କରିଥିଲେ ବିରାଟ। ଟିମ୍‌ ଇଣ୍ଡିଆ ପାଇଁ ଜବରଦସ୍ତ ପ୍ରଦର୍ଶନ ପାଇଁ ଏହି ଆଓ୍ଵାର୍ଡ ଦିଆଯାଇଛି।

ଟି-୨୦ ବିଶ୍ୱକପରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ୮୨ ରନ୍‌ କରି ଖେଳିଥିଲେ। ବିରାଟଙ୍କ ଇନିଂସ ହାରୁଥିବା ମ୍ୟାଚକୁ ବିଜୟ କରାଇଥିଲା। ଏହା ସହିତ ନେଦରଲାଣ୍ଡ ବିପକ୍ଷରେ ୬୨ ରନ୍‌ କରି ଶାନଦାର ପାଳି ଖେଳିଥିଲେ।

ଅକ୍ଟୋବର ମାସ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ସମୟରେ ଗୌହ୍ଵାଟୀରେ ୨୮ ବଲରେ ୪୯ ରନ୍‌ ଖେଳିଥିଲେ। ବିରାଟ ଅକ୍ଟୋବର ମାସରେ ୨୦୫ ରନ୍‌ରେଟରେ ୨୦୫ ରନ୍‌ କରିଛନ୍ତି। ଏହି ସମୟରେ ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୫୦.୭୩ ରହିଥିଲା।

Also Read : ପରଦା ପଛର ରିଅଲ ହିରୋ ଡି ରାଘବେନ୍ଦ୍ର, ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ଏମିତି କରିଥିଲେ ସାହାଯ୍ୟ

Leave A Reply

Your email address will not be published.