ମାଳଦ୍ୱୀପ ଛୁଟି କଟାଇବାକୁ ଯାଇ କରୋନା ସଂକ୍ରମିତ ହେଲେ କୋହଲି

ନୂଆଦିଲ୍ଲୀ : ବ୍ରିମିଂହାମ୍‌ ଠାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଛି । ମ୍ୟାଚ୍‌ ଜୁଲାଇ ୧-୫ ହେବାକୁ ଥିବା ବେଳେ ବହୁ ଖେଳାଳୀ କରୋନାରେ ସଂକ୍ରମିତ ହେବା ଜଣାପଡ଼ିଛନ୍ତି । କରୋନାରେ ସଂକ୍ରମିତ ଯୋଗୁ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଲଣ୍ଡନ ମ୍ୟାଚରେ ଯୋଗ ଦେବାକୁ ମନା କରିଥିବା ବେଳେ ଏବେ ସ୍କିପର ବିରାଟ କୋହଲି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛନ୍ତି ।

ବିରାଟ ୨୦୨୧ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ୫ମ ଶ୍ରେଷ୍ଠ ରନ କରି ଶ୍ରେଷ୍ଠ ତାଲିକାରେ ସ୍ଥାନ ପାଇ ପାରିଥିଲେ । ଯଦିଓ ବିରାଟ ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ବ୍ୟାଟିଂ କରି ପାରିନଥିଲେ, ତେବେ ୩ୟ ଓ ୪ର୍ଥ ଟେଷ୍ଟ ଇନିଂସରେ ଭଲ ପ୍ରଦର୍ଶନ କରିଥିଲେ ।

ବିରାଟ ୭ ଇନିଂସରେ ୨୧୮ ରନ କରି ଶ୍ରେଷ୍ଠ ଆଭେରଜ ୩୧.୧୪ ରେ ସ୍ଥାନ ପାଇଥିଲେ । ଏଥିରେ ମଧ୍ୟ ବିରାଟ ୨ ଟି ଅର୍ଦ୍ଧ ଶତକ କରିଥିଲେ । ୨୦୨୧ ରେ ଇଂଲଣ୍ଡ ଟୁର ବେଳେ ୫ମ ଟେଷ୍ଟ କରୋନା ଯୋଗୁ ବନ୍ଦ ରହିଥିବା ବେଳେ ଚଳିତ ଟେଷ୍ଟ ସିରିଜରେ ଭାରତ ଏବେ ୨-୧ ରେ ସିରିଜ ଆଗରେ ରହିଛି ।

ପତ୍ନୀ ଅନୁଷ୍କାଙ୍କ ସହ ମାଳଦ୍ୱୀପ ଛୁଟି କଟାଇବାକୁ ଯାଇଥିଲେ । ସେଠାରୁ ଫେରି ବିରାଟ କରୋନା ସଂକ୍ରମିତ ଥିବା ଜଣାଯାଇଛନ୍ତି । ଏହାଛଡ଼ା ଦଳରେ ଅନ୍ୟ ଖେଳାଳୀ ମଧ୍ୟ ସଂକ୍ରମିତ ଥିବା ଜଣାଯାଇଛନ୍ତି । ଏହା ଭିତରେ ଖବର ଆସିଛି ଯେ ବିରାଟ ସୁସ୍ଥ ଅଛନ୍ତି । ବିରାଟ ନିଜ ଟ୍ଵିଟରରେ ଏହା ଲେଖିଛନ୍ତି ।

ଏବେ ବିରାଟ ଆଇସୋଲେସନ(ସଂଘରୋଧ) ରେ ଅଛନ୍ତି । ଅଭ୍ୟାସ ଭଲ ଚାଲିଛି, ଖୁବ ଶୀଘ୍ର ସେ ଦଳରେ ଯୋଗ ଦେବେ ବୋଲି ପ୍ରକାଶ କରିଛନ୍ତି । ତେବେ ଦେଖାଯାଉ ଆଗମୀ ଟେଷ୍ଟ ଭାରତ କି ପ୍ରଦର୍ଶନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.