ଅପରେସନ ସିନ୍ଦୂର ପରେ ଭାରତୀୟ ସେନା ପାଇଁ ଭାବୁକ ହେଲେ ବିରାଟ କୋହଲି, କଲେ ଏଭଳି ପୋଷ୍ଟ

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ପାଇଁ ବିରାଟ କୋହଲି ଏକ ଭାବୁକ ପୋଷ୍ଟ କରିଛନ୍ତି । ପାକିସ୍ତାନୀ ସେନାର ଷଡଯନ୍ତ୍ରକୁ ସଫା କରିଛି ଭାରତୀୟ ସେନା । ପାକିସ୍ତାନକୁ ଲଗାତାର ମୁହଁତୋଡ ଜବାବ ଦେଉଛି ଭାରତୀୟ ସେନା ।

ବିରାଟ କୋହଲି ପୋଷ୍ଟ କରି ଲେଖିଛନ୍ତି, ଆମେ ଏହି କଠିନ ସମୟରେ ଦେଶର ରକ୍ଷା ପାଇଁ ସେନା ସହିତ ରହିଛୁ, ସେନାକୁ ସଲାମ ।ଆମେ ସବୁବେଳେ ସେନାର ବାହାଦୁରୀ ପାଇଁ ଋଣୀ ରହିବୁ । ଆମ ଦେଶ ଏବଂ ଅନେକ ପରିବାର ଦେଇଥିବା ବଳିଦାନ ପାଇଁ କୃତଜ୍ଞତା ଜ୍ଞାପନ କରୁଛି । ଜୟ ହିନ୍ଦ୍ ।

ବିରାଟ କୋହଲି ଆଇପିଏଲ ୨୦୨୫ରେ ଆରସିବି ପାଇଁ ଖେଳୁଛନ୍ତି । ବିରାଟ କୋହଲି ୬୩ ଆଭରେଜରେ ୫୦୫ ରନ୍ କରି ଅରେଞ୍ଜ କ୍ୟାମ୍ପ ଦୌଡରେ ରହିଛନ୍ତି । ଶୁବମନ ଗିଲ୍ ମାତ୍ର ୫ ରନରେ କୋହଲିଙ୍କ ଠାରୁ ଆଗୁଆ ରହିଛନ୍ତି ।

ବର୍ତ୍ତମାନର ସ୍ଥିତିକୁ ନେଇ ଆଇପିଏଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ର ସରକାର ଏବଂ ସମସ୍ତ ଫ୍ରାଞ୍ଚାଇଜ ସହିତ କଥା ହେବା ପରେ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ସପ୍ତାହେ ପରେ ଆଇପିଏଲ ଆରମ୍ଭ ହେବ ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ।

ଗତକାଲି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଫଳରେ ଧର୍ମଶାଳା ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା । ଆଇପିଏଲ୍ ୨୦୨୫ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ଅନେକ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ବର୍ତ୍ତମାନ ସୁରକ୍ଷା ସଙ୍କଟ ମଧ୍ୟରେ, ବିସିସିଆଇ ଏହି ଖେଳାଳିଙ୍କୁ ସେମାନଙ୍କ ଦେଶକୁ ଫେରାଇ ନେବା ପାଇଁ ବ୍ୟବସ୍ଥା କରୁଛି । ସେମାନଙ୍କ ଦେଶର କ୍ରିକେଟ ବୋର୍ଡ ଏବଂ ଦୂତାବାସ ସହ ଆଲୋଚନା କରି ମିଳିତ ଭାବେ କାର୍ଯ୍ୟ କରୁଛି । ତେଣୁ ବିଦେଶୀ ଖେଳାଳିମାନେ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରିବାର ବ୍ୟବସ୍ଥା କରାଯାଉଛି ।

Also Read : IPL ପ୍ରେମୀଙ୍କ ପାଇଁ ଖୁସି ଖବର, ସପ୍ତାହେ ପରେ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ : ବିସିସିଆଇ ଉପାଧ୍ୟକ୍ଷ