ପାକିସ୍ତାନ ବିପକ୍ଷରେ ଶତକ ମାରିବା ପରେ କୋହଲିଙ୍କୁ ଫାଇଦା, ଆଇସିସି ଦିନିକିଆ ରାଙ୍କିଂରେ ମିଳିଲା ୫ନଂ ସ୍ଥାନ

ଆଇସିସି ଦିନିକିଆ ରାଙ୍କିଂ ଜାରି କରିଛି । ଏଥିରେ ବିରାଟ କୋହଲିଙ୍କୁ ଫାଇଦା ମିଳିଛି । ବିରାଟ କୋହଲି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ବିପକ୍ଷରେ ଶତକ ମାରିଥିବାରୁ ଦିନିକିଆ ରାଙ୍କିଂରେ ୫ମ ସ୍ଥାନରେ ରହିଛନ୍ତି । ପୂର୍ବରୁ ଦିନିକିଆ ରାଙ୍କିରେ ବିରାଟ କୋହଳି ୬ନଂ ସ୍ଥାନରେ ରହିଥିଲେ । ଏବେ ବିରାଟ ୫ ନଂ ସ୍ଥାନକୁ ଉଠିଛନ୍ତି ।
ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ୧୧୧ ବଲରେ ୧୦୦ ରନ୍ କରିଥିଲେ । କୋହଲି ଏହି ଇନିଂସରେ ୭ ଚଉକା ମଧ୍ୟ ମାରିଥିଲେ । ଏହି ମ୍ୟାଚରେ ରୋହିତ ଶର୍ମା ଆଉଟ୍ ହେବା ପରେ ବିରାଟ କୋହଲି ମୋର୍ଚ୍ଚା ସମ୍ଭାଳିଥିଲେ । ଏହି ମ୍ୟାଚକୁ ୬ ୱିକେଟରେ ଜିତିଥିଲା ଭାରତ ।
ଆଇସିସି ଦିନିକିଆ ରାଙ୍କିଂରେ ଶୁବମନ ଗିଲ୍ ନଂ ୧ରେ ରହିଛନ୍ତି । ସେହିପରି ବାବର ଆଜମ ଦ୍ବିତୀୟ ସ୍ଥାନରେ, ରୋହିତ ଶର୍ମା ୩ ନଂ ସ୍ଥାନ, ହେନରିକ କ୍ଲାସେନ ୪ ନଂ, ବିରାଟ କୋହଲି ୫ ନଂ ସ୍ଥାନରେ ରହିଛନ୍ତି ।
ସୂଚନାଯୋଗ୍ୟ, ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ୨୪୧ ରନରେ ଅଲଆଉଟ୍ ହୋଇଯାଇଥିଲା । ମ୍ୟାଚରେ ସାଉଦ୍ ଶକିଲ୍ ପାକିସ୍ତାନ ପାଇଁ ସର୍ବାଧିକ ୬୨ ରନ୍ ସଂଗ୍ରହ କରିଥିବା ବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ । ଭାରତ ପାଇଁ କୁଲଦୀପ ଯାଦବ ସର୍ବାଧିକ ୩ ଟି ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ସେ ପ୍ରଥମେ ବାବର ଆଜମ ଏବଂ ପରେ ସାଉଦ୍ ଶକିଲଙ୍କୁ ନିଜର ଶିକାର କରିଥିଲେ ।
୨୪୨ ରନ୍ ଟାର୍ଗେଟ ପିଛା କରିବାକୁ ଓହ୍ଲାଇ ଭାରତ ଆକ୍ରାମକ ଷ୍ଟାର୍ଟ କରିଥିଲା । କ୍ୟାପ୍ଟେନ୍ ରୋହିତ ଶର୍ମା ଆକ୍ରାମକ ଆରମ୍ଭ କରିଥିଲେ । ତେବେ ଦଳୀୟ ସ୍କୋର୍ ୩୧ ବେଳେ ଭାରତ ରୋହିତ ଶର୍ମାଙ୍କ ୱିକେଟ୍ ହରାଇଥିଲା । ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ରନ୍ ମେସିନ୍ ବିରାଟ କୋହଲି । ଏହାପରେ ବିରାଟ କୋହଲି ଓ ଶୁଭମନ୍ ଗିଲଙ୍କ ମଧ୍ୟରେ ଅର୍ଦ୍ଧ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଗିଲ୍ ଅର୍ଦ୍ଧଶତକ ହାସଲ କରିବା ପୂର୍ବରୁ ପାଭେଲିୟନ ଫେରିଥିଲେ । ଏହାପରେ ଶ୍ରେୟସ ଆୟର ଓ କୋହଲିଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା । କୋହଲି ୧୧୧ ବଲ୍ରେ ଶତକ ହାସଲ କରିଥିବା ବେଳେ ଶ୍ରେୟସ ଆୟର ୫୬ ରନ୍ କରି ଆଉଟ୍ ହୋଇଥିଲେ ।
Also Read : ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା: ମ୍ୟାଚ ଜିତିବାକୁ ୨୨ ଜଣ ପଣ୍ଡିତକୁ ନେଇଥିଲା ବିସିସିଆଇ, ତନ୍ତ୍ରମନ୍ତ୍ର କରି…