ବିରାଟ କୋହଲି ଖେଳିବେନି ରଣଜୀ ମ୍ୟାଚ୍, ବେକ ସମସ୍ୟାରୁ ହୋଇନାହାନ୍ତି ସୁସ୍ଥ

ବିସିସିଆଇର ନୂଆ ନିୟମ ଅନୁଯାୟୀ, ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଘରୋଇ ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହିତ ରଣଜୀ ଟ୍ରଫି ଖେଳିବେ ଅନ୍ୟ ଖେଳାଳି । ଜାନୁଆରୀ ୨୩ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିରେ ବିରାଟ କୋହଲି ଖେଳିବେ ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ବିରାଟ କୋହଲିଙ୍କ ବେକରେ ଯନ୍ତ୍ରଣା କାରଣ ଯୋଗୁଁ ରଣଜୀ ଟ୍ରଫିର ପରବର୍ତ୍ତୀ ମ୍ୟାଚରୁ ନିଜ ନାମ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି ।

କୋହଲି ବିସିସିଆଇ ମେଡିକାଲ ଷ୍ଟାଫଙ୍କୁ କହିଛନ୍ତି ଯେ, ସେ ଏପର୍ଯ୍ୟନ୍ତ ବେକ ସମସ୍ୟାରୁ ସୁସ୍ଥ ହୋଇନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ ଏହି ଆଘାତ ଲାଗିଥିଲା । ୮ ଜାନୁଆରୀକୁ ଏଥିପାଇଁ ଇଞ୍ଜେକ୍ସନ ନେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏଥିରୁ ବାହାରି ପାରିନାହାନ୍ତି । ଜାନୁଆରୀ ୨୩ରୁ ଦିଲ୍ଲୀ-ସୌରାଷ୍ଟ୍ର ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଋଷଭ ପନ୍ତ ଦିଲ୍ଲୀ ପକ୍ଷରୁ ଖେଳିବା ନିଶ୍ଚିତ ହୋଇସାରିଛି । ଗ୍ରୁପ୍ ଡିରେ ଦିଲ୍ଲୀ ଓ ସୌରାଷ୍ଟ୍ର ରହିଛନ୍ତି । ଦିଲ୍ଲୀ ଏବେ ଟେବୁଲର ଚତୁର୍ଥ ଓ ସୌରାଷ୍ଟ୍ର ଷଷ୍ଠ ସ୍ଥାନରେ ରହିଛି  ।

ଏହାଛଡା କେଏଲ ରାହୁଲ ମଧ୍ୟ ରଣଜୀ ପାଇଁ ଖେଳିନ ପାରନ୍ତି । ଦୁଇ ଜଣ ଯାକ ଖେଳାଳି ଆହତଜନିତ ସମତ୍ୟ ଦର୍ଶାଇ ରଣଜୀ ଖେଳିବେ ନାହିଁ । କେଏଲ୍ ରାହୁଲଙ୍କ କହୁଣୀରେ ଆଘାତ ଜନିତ ସମସ୍ୟା ରହିଛି, ଯେଉଁକାରଣରୁ ସେ ପଞ୍ଜାବ ବିପକ୍ଷ ମ୍ୟାଚ୍ ରେ କର୍ଣ୍ଣାଟକ ପକ୍ଷରୁ ଖେଳିପାରିବେ ନାହିଁ ।

ବିସିସିଆଇର ନୂଆ ନିମୟ ଅନୁଯାୟୀ ଯଦି କୌଣସି ଖେଳାଳି ଘରୋଇ ମ୍ୟାଚ୍ ଖେଳିବାକୁ ମନା କରନ୍ତି ତେବେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିପାରେ ।

ସେହିପରି କୌଣସି ପରିସ୍ଥିତିରେ ଖେଳାଳିଙ୍କୁ ଘରୋଇ ମ୍ୟାଚ୍ ଖେଳିବା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅନୁମିତ ନେବାକୁ ପଡ଼ିବ ।

ରଣଜୀ ଟ୍ରଫିର ଗ୍ରୁପ ଷ୍ଟେଜ ଫାଇନାଲ ରାଉଣ୍ଡ ୩୦ ଜାନୁଆରୀରୁ ୨ ଫେବୃଆରୀ ଯାଏଁ ଖେଳାଯିବ । ୬ ଫେବୃଆରୀରୁ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଆରମ୍ଭ ହେବ । ସେପଟେ ୨୩ ଜାନୁଆରୀରୁ ହେବାକୁ ଥିବା ମ୍ୟାଚରେ ପଞ୍ଜାବ ପାଇଁ ଶୁବମନ ଗିଲ, ଦିଲ୍ଲୀ ପାଇଁ ରିଷଭ ପନ୍ତ ଏବଂ ମୁମ୍ବାଇ ଯଶସ୍ବୀ ଜୟସୱାଲ ଖେଳିବେ ।

 Also Read : ‘ଭାଇ ମୋ ରାସ୍ତା ରୋକନି’…ଫ୍ୟାନ୍ସଙ୍କୁ ଏମିତି ରିଆକ୍ସନ ଦେଲେ ବିରାଟ କୋହଲି