ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରୁ ଧୋନିଙ୍କୁ ବାଦ୍ ଦିଅାଯାଇଥିବା ଚର୍ଚ୍ଚାରେ ମତ ରଖିଛନ୍ତି ବିରାଟ କୋହଲି

ତିରୁବନନ୍ତପୁରମ୍(କେନ୍ଯୁଜ୍) : ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ସିରିଜକୁ ମହେନ୍ଦ୍ର ସିଂହ ଧୋନିଙ୍କୁ କାହିଁକି ବାଦ ଦିଆଗଲା ? ଚର୍ଚ୍ଚା ହେଲା ଧୋନିଙ୍କ ଟି-ଟ୍ବେଣ୍ଟି କ୍ୟାରିଅର ଶେଷ ହୋଇଗଲା । ଏଭଳି ଚର୍ଚ୍ଚା ଭିତରେ ଧୋନିଙ୍କୁ ନେଇ ମତ ରଖିଛନ୍ତି ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି ।

୧ଗତକାଲି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଭାରତ ବିଜୟୀ ହେବା ପରେ କୋହଲି କହିଛନ୍ତି ଯେ, ଏହି ନିଷ୍ପତ୍ତି ଧୋନିଙ୍କ ଥିଲା । ଯୁବ ଓ୍ଵିକେଟ କିପର ବ୍ୟାଟସମ୍ୟାନଙ୍କୁ ସୁଯୋଗ ଦେବା ପାଇଁ ଧୋନି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ବିରାଟ କୋହଲି । ତାଙ୍କ ସହ ଚୟନ କମିଟି ବି ଏବାବଦରେ ଆଲୋଚନା କରିଛନ୍ତି । ବିରାଟ କହିଛନ୍ତି, ଧୋନି ଟିମ୍‌ ଇଣ୍ଡିଆ ପାଇଁ ବେଶ ଗୁରୁତ୍ୱ ରଖୁଛନ୍ତି । ରୁଷଭ ପନ୍ଥଙ୍କ ଭଳି ୟଙ୍ଗ କ୍ରିକେଟରଙ୍କୁ ଟି-ଟ୍ବେଣ୍ଟିରେ ଅଧିକ ସୁଯୋଗ ଦେବାର ଆବଶ୍ୟକତା ଥିବା କହିଛନ୍ତି ବିରାଟ କୋହଲି ।