ରଣଜୀ ପାଇଁ ଦିଲ୍ଲୀ ପହଞ୍ଚିଲେ ବିରାଟ କୋହଲି, ବଢିଲା ସୁରକ୍ଷା, ସାଥି ଖେଳାଳିଙ୍କ ସହିତ କଲେ ମସ୍ତି

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ରଣଜୀ ଟ୍ରଫି ଖେଳିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପହଞ୍ଚିଛନ୍ତି କୋହଲି । ଏହି ମ୍ୟାଚକୁ ଦର୍ଶକ ଫ୍ରିରେ ଦେଖିପାରିବେ । ତେଣୁ ବିରାଟଙ୍କ ପାଇଁ ସୁରକ୍ଷା ବଢାଇ ଦିଆଯାଇଛି ।
ରଣଜୀ ମ୍ୟାଚ ଖେଳିବା ପାଇଁ କୋହଲି ଘରୋଇ ଟିମ ସହିତ ଯୋଗ ଦେଇଛନ୍ତି । ରଣଜୀ ମ୍ୟାଚର ଦ୍ବିତୀୟ ପର୍ଯ୍ୟାୟରେ ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ବିରାଟ କୋହଲି ଟିମ୍ ସହିତ ମିଶି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ମୁମ୍ବାଇରେ ସଂଜୟ ବାଙ୍ଗରଙ୍କ ତତ୍ତ୍ବାବଧାନରେ ବ୍ୟାଟିଂ ଅଭ୍ୟାସ ଶିଖିବା ପରେ ଏବେ କୋହଲି ଦିଲ୍ଲୀ ପହଞ୍ଚିଯାଇଛନ୍ତି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ପହଞ୍ଚି ଟିମ୍ ଖେଳାଳିଙ୍କ ସହ ମିଶି ଅଭ୍ୟାସ କରିବା ସହିତ ମଜାମସ୍ତି ମଧ୍ୟ କରିଛନ୍ତି ।
Virat Kohli is playing a circle football game with the Delhi Ranji team today.👌(ESPNcricinfo).
– King Kohli having fun with boys in practice session..!!!! 🐐 pic.twitter.com/evYHO32kSU
— Tanuj Singh (@ImTanujSingh) January 28, 2025
ବିରାଟ କୋହଲି ମୁମ୍ବାଇରେ ବ୍ୟାଟିଂ ଅଭ୍ୟାସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଏଥରେ ଟିମ୍ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ ସଂଜୟ ବାଙ୍ଗରଙ୍କ ସହିତ ନଜର ଆସିଥିଲେ । ଏବେ ବି ଦିଲ୍ଲୀ ରଣଜୀ ଟିମ ସହିତ ଷ୍ଟାଡିୟମରେ ଖେଳାଳିଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି କୋହଲି । ଦିଲ୍ଲୀ ଖେଳାଳିଙ୍କ ସହିତ ଫୁଟବଲ୍ ଖେଳୁଛନ୍ତି । ବିରାଟଙ୍କ ନୂଆ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ବିରାଟ ଶେଷ ଥର ପାଇଁ ୨୦୧୨ରେ ରଣଜୀ ଖେଳିଥିଲେ । ତେବେ ୧୩ ବର୍ଷ ପରେ ବିରାଟ କୋହଲି ରଣଜୀ ଖେଳିବାକୁ ଓହ୍ଲାଇଛନ୍ତି । ରଣଜୀ ଖେଳିବା ଯୋଗୁଁ କୋହଲି ଥିବା ଖରାପ ଫର୍ମରୁ ବାହାରିବା ପାଇଁ ଚେଷ୍ଟା କରିବେ । ୨୦୨୪ରେ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଦେଇ ଗତି କରିବା ପରେ ଏବେ ରଣଜୀ ଖେଳିବାକୁ କଠିନ ପରିଶ୍ରମ କରୁଛନ୍ତି କୋହଲି ।
Also Read : ରୋହିତ ଶର୍ମାଙ୍କ ସୁରକ୍ଷାରେ ତ୍ରୁଟି, ରଣଜୀ ମ୍ୟାଚ୍ ବେଳେ ରୋହିତଙ୍କ ନିକଟରେ ଦୌଡି ଆସିଲେ ଯୁବକ