ଆଉଟ ହେବା ପରେ ରାଗରେ ଲାଲ ହୋଇଗଲେ କୋହଲୀ, ଏମିତି ଭୁଲ କରିଦେଲେ ଯେ ଏବେ ମିଳିବ ବିରାଟ ଦଣ୍ଡ

ନିଜର କ୍ରୋଧିତ ସ୍ୱଭାବକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି। ଚଳିତ ବର୍ଷ ଆଇପିଏଲରେ ମଧ୍ୟ କୋହଲିଙ୍କର ଏପରି ସ୍ୱଭାବ ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। କେବଳ ଏତିକି ନୁହେଁ ଏହି ଆଚାର ସଂହିତା ଉଲଙ୍ଘନ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ ମଧ୍ୟ କରାଯାଇଛି ।

ଆଇପିଏଲ ୨୦୨୧ର ଷଷ୍ଠ ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଗଲା। ସେହବାଜ ଅହମଦଙ୍କ ସାନଦାର ବଲିଂରେ ଆରସିବି ହାଇଦ୍ରାବାଦକୁ ୬ ରନରେ ହରାଇଛି। ତେବେ ମ୍ୟାଚ ସମୟରେ କିଛି ଏପରି ହେଲା, ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିରାଟ କୋହଲୀ ନିଜ ଭାବନାକୁ ନିୟନ୍ତ୍ରଣ କରିପାରିଲେନି।


ସୂଚନାମୁତାବକ କୋହଲିଙ୍କୁ ଜାସନ୍ ହୋଲଡର୍ ଆଉଟ୍ କରିଥିଲେ । କୋହଲିଙ୍କ କ୍ୟାଚ୍ ନେଇଥିଲେ ବିଜୟ ଶଙ୍କର । ସେ ବହୁତ ଧିମା ଖେଳିଥିଲେ । ୨୯ ବଲରୁ ମାତ୍ର ୩୩ ରନ୍ କରିଥିଲେ । ଆଉଟ୍ ହୋଇ ସେ ପଡିଆ ଛାଡିବା ବେଳେ ଖୁବ୍ ରାଗି ଯାଇ ଚେୟାରକୁ ବ୍ୟାଟରେ ବାଡେଇ ପକାଇ ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।


ଏହାକୁ ନେଇ ମ୍ୟାଚ୍ ରେଫରୀ କୋହଲିଙ୍କୁ ଜରିମନା ଲଗାଇଛନ୍ତି । ଆରସିବି ଅଧିନାୟକ ଆଇପିଏଲ ଆଚାର ସଂହିତା ଲେବୁଲ୍-୧ର ଧାରା ୨.୨ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ନିୟମ ହେଉଛି କ୍ରିକେଟ୍ ଉପକରଣ ବ୍ୟତୀତ ଷ୍ଟାଡିୟମର ଅନ୍ୟ କୌଣସି ଜିନିଷକୁ କ୍ଷତି ପହଁଚାଇବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.