ଚଳିତ ଆଇପିଏଲ ସଂସ୍କରଣ ପରେ RCB ଅଧିନାୟକ ପଦ ଛାଡିବେ ବିରାଟ କୋହଲି

କେନ୍ଯୁଜ୍: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ପଦ ଛାଡିବେ ବିରାଟ କୋହଲି। ଚଳିତ ଆଇପିଏଲ ସଂସ୍କରଣ ପରେ ସେ ପଦ ଛାଡିବା ନେଇ ଘୋଷଣା କରିଛନ୍ତି। କହିଛନ୍ତି ଆରସିବି ଅଧିନାୟକ ଭାବେ ଏହା ତାଙ୍କର ଶେଷ ଆଇପିଏଲ୍‌। କିନ୍ତୁ ଆଇପିଏଲ୍‌ର ଶେଷ ଗେମ୍‌ ପର୍ଯ୍ୟନ୍ତ ଆରସିବି ତରଫରୁ ଖେଳିବେ ବୋଲି କହିଛନ୍ତି।

ପୂର୍ବରୁ କୋହଲି ଘୋଷଣା କରିଥିଲେ, ଆସନ୍ତା ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ପରେ ସେ ଟି-ଟେ୍ଵଣ୍ଟି ଅଧିନାୟକ ପଦ ଛାଡ଼ିବେ। ପୂର୍ବଭଳି ଦିନିକିଆ ଓ ଟେଷ୍ଟ ଟିମ୍‌ର ଅଧିନାୟକ ପଦରେ ରହିବେ । ସେହି ଘୋଷଣାର କିଛି ଦିନ ପରେ ଆଜି ଆରସିବିରୁ ଅଧିନାୟକ ପଦ ଛାଡିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.