କେବେ ବିରାଟ ତ କେବେ କିଙ୍ଗ୍, କେବେ ରନ୍ ମେସିନ ତ ଆଉ ପୁଣି କେବେ ଚେଜ୍ ମାଷ୍ଟର, ଜନ୍ମଦିନରେ ଜାଣନ୍ତୁ କିଛି ଖାସ୍‌ କଥା

୧୯୮୮ ମସିହା ନଭେମ୍ବର ୫ ତାରିଖ । ପ୍ରେମ କୋହଲି ଏବଂ ସରୋଜ କୋହଲିଙ୍କ କୋଳରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟ ଟିମର ଭବିଷ୍ୟତ । ଗେହ୍ଲାରେ ପରିବାର ଲୋକେ ନାଁ ଦେଇଥିଲେ ବିରାଟ, ବିରାଟ କୋହଲି । ଯିଏ ଆଜି ବିଶ୍ୱ କ୍ରିକେଟ ଇତିହାସରେ ପାଲଟିଯାଇଛନ୍ତି କିଙ୍ଗ କୋହଲି । ବାପା ମା’ଙ୍କର ଗୋଟିଏ ନାଁରୁ ଆଜି ବିଶ୍ୱ କ୍ରିକେଟ ଦେଇଛି ଅନେକ ନାଁ । କେବେ ବିରାଟ ତ କେବେ କିଙ୍ଗ୍, କେବେ ରନ୍ ମେସିନ ତ ଆଉ ପୁଣି କେବେ ଚେଜ୍ ମାଷ୍ଟର ଭାବରେ ସାରା ବିଶ୍ୱରେ ଆଜି ସେ ପରିଚୟ ପାଇଛନ୍ତି । ମୁକଟ ବିହୀନ ସମ୍ରାଟ, ଭାରତୀୟ ସ୍କୋର ବୋର୍ଡର ରନ ମେସିନ, ବିଶ୍ୱ କ୍ରିକେଟର ବାଦାଶାହ, କିଙ୍ଗ କୋହଲିଙ୍କ ଆଜି ଜନ୍ମ ଦିନ। ନଭେମ୍ବର ୫ରେ ବିରାଟ କୋହଲି ୩୪ ବର୍ଷରେ ପାଦ ଦେଲେ।

ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ବିରାଟ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନର ଦିନକ ପୂର୍ବରୁ ସାରା ବିଶ୍ୱରେ ଥିବା ତାଙ୍କର ଫ୍ୟାନ୍ସ ବିରାଟଙ୍କୁ ଏକ ଜବରଦସ୍ତ ଗିଫ୍ଟ ଦେବା ପାଇଁ ଯୋଜନା କରିଛନ୍ତି। ସେହିପରି କିଙ୍ଗ କୋହଲିଙ୍କ ଜନ୍ମ ଦିନ ଅବସରରେ ତାଙ୍କର ଫ୍ୟାନ୍ସ/ଫଲୋର୍ସ ଟ୍ୱିଟରରେ ଏକ କ୍ୟାମ୍ପେନ ଚଲାଇଛନ୍ତି। ବିରାଟଙ୍କ ଜନ୍ମଦିନରେ ସମସ୍ତଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ୍ର ଫଟୋ ଏକା ଭଳି ହେବା ଉଚିତ୍। ଏନେଇ ଫ୍ୟାନ୍ସ ଏକ ହାଶ୍  ଟ୍ୟାଗ୍ ଦେଇଛନ୍ତି ଓ ଏବେ ଏହି ଟ୍ୟାଗ୍ ସୋସିଆଲ୍ ମିଡିଆରେ #KingKohliBirthdayCDP ନାଁରେ ଟ୍ରେଣ୍ଡ୍ କରୁଛି। CDP ଅର୍ଥ କମନ୍ ଡିପି(Common DP)। ଅର୍ଥାତ୍ ସମସ୍ତଙ୍କର ପ୍ରୋଫାଇଲ୍ ଫଟୋ ସମାନ।

viratବିରାଟଙ୍କ ଫ୍ୟାନ୍ସ କ୍ରେଜ୍ କାହାକୁ ଅଛପା ନାହିଁ। ବିରାଟ ମଧ୍ୟ ଫ୍ୟାନ୍ସଙ୍କ ସହ ସବୁବେଳେ ଯୋଡ଼ି ହୋଇଥାନ୍ତି, ତା’ ଫିଲ୍ଡରେ ହେଉ କିମ୍ବା ଫିଲ୍ଡ ବାହାରେ। ଟିମ୍ ଇଣ୍ଡିଆର ଏହି ଷ୍ଟାର୍ ଖେଳାଳି ଫ୍ୟାନ୍ସଙ୍କ ହୃଦୟ ଜିତିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ଭାରତୀୟ କ୍ରିକେଟର ବ୍ୟାଟିଂ ଫର୍ମାଟ ଏବଂ ଷ୍ଟାଇଲକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି ଦଳର ପୂର୍ବତନ ଅଧିନାୟକ ବିରାଟ । ବିରାଟଙ୍କ ଉପସ୍ଥିତି ଟିମ ଇଣ୍ଡିଆ ପାଇଁ ଆଣି ଦିଏ ଭରପୂର ଆତ୍ମବିଶ୍ୱାସ ।

କ୍ରିକେଟ ଜଗତରେ ନିଜ ଆକ୍ରମକ ବ୍ୟାଟିଂ ପାଇଁ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ । ଏଥିପାଇଁ କ୍ରିକେଟର ସବୁ ଫର୍ମାଟରେ କୋହଲିଙ୍କ ଦବଦବା ବଜାୟ ରହିଛି । ଚଳିତ ଟି-୨୦ ବିଶ୍ୱକପରେ ଖୁବ ଗର୍ଜନ କରୁଛି ବିରାଟଙ୍କ ବ୍ୟାଟ୍ । ୪ଟି ମ୍ୟାଚରୁ ୩ଟି ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ରନ ମେସିନ୍ । ସେଥିପାଇଁ ତାଙ୍କୁ ଆଇସିସି ପ୍ଲେୟର ଅଫ୍ ଦ ମନ୍ଥ ପାଇଁ ନୋମିନେଟ ମଧ୍ୟ କରାଯାଇଛି । କେବଳ ସେତିକି ନୁହେଁ ଭାରତକୁ ଅଣ୍ଟର-୧୯ ବିଶ୍ୱକପ୍ ଜିତାଇଥିବା ଅଧିନାୟକ ହେଉଛନ୍ତି ବିରାଟ କୋହଲି ।

viratମଇଦାନକୁ ଓହ୍ଲାଇବା ମାତ୍ରେ ପଡିଆର ଚତୁର୍ଦିଗରେ ରନ୍ କରିବାର କ୍ଷମତା ରଖିଛନ୍ତି କୋହଲି । ତେଣୁ ଅଧିକାଂଶ ବୋଲରଙ୍କ ମନରେ ତାଙ୍କ ବ୍ୟାଟିଂ ଷ୍ଟାଇଲକୁ ନେଇ ଭୟ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ବିରାଟ ସମସ୍ତ ଫର୍ମାଟରେ ଭାରତୀୟ ଦଳର ନେତୃତ୍ୱ ନେଇ ସାରିଛନ୍ତି । ୨୦୧୪ରେ ଟେଷ୍ଟ ଏବଂ ୨୦୧୭ରେ ସୀମିତ ଓଭରରେ ଅଧିନାୟକ ପଦ ପାଇଥିଲେ ବିରାଟ । ତାଙ୍କ ନେତୃତ୍ୱରେ ଦଳ କୌଣସି ଆଇସିସି ଟ୍ରଫି ହାସଲ କରିପାରିନାହିଁ । କିନ୍ତୁ ବିରାଟ କୋହଲି ନେତୃତ୍ୱ ବଳରେ ଟେଷ୍ଟରେ ନମ୍ବର୧ ଟିମର ଆଖ୍ୟା ପାଇଥିଲା । କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଚମ୍ପିଆନସିପର ଫାଇନାଲରେ ମଧ୍ୟ ପହଞ୍ଚିଥିଲା ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ଟିମକୁ ସେମାନଙ୍କ ନିଜ ମାଟିରେ ହରାଇଛି ବିରାଟ ବାହିନୀ ।

ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ କୋହିଲ ଅପରାଜିତ ୮୨ ରନର ପାଳି ଖେଳି ଦଳକୁ ରୋମାଞ୍ଚକର ବିଜୟ ପ୍ରଦାନ କରିଥିଲେ । ୧୯ ତମ ଓଭରରେ ଦ୍ରୁତ ବୋଲର ହରିସ ରୌଫଙ୍କ ଦୁଇଟି ବଲରେ ଦୁଇଟି ଛକା ସାରା କ୍ରିକେଟ ଜଗତରେ ସଦା ସ୍ମରଣୀୟ ହୋଇ ରହିବ । ସେହିପରି ସେହି ମ୍ୟାଚରେ କୋହଲିଙ୍କ ପାଳିକୁ ବାରମ୍ବାର ମନେ ପକାଇବେ କ୍ରିକେଟ ପ୍ରେମୀ । ତେବେ ବିରାଟ୍ ନିଜେ ମଧ୍ୟ ଏହାକୁ ତାଙ୍କର ସର୍ବୋତ୍ତମ ଇନିଂସ ବୋଲି ବର୍ଣ୍ଣନା କରିଛନ୍ତି । ସେ ଇଣ୍ଟରନ୍ୟାସନାଲ କ୍ରିକେଟରେ ୭୧ ଶତକ ହାସଲ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ କେବଳ ସଚିନ ତେନ୍ଦୁଲକରଙ୍କ ପଛରେ ଅଛନ୍ତି । ରନ୍ ପଛରେ ଗୋଡ଼ାଇବା କ୍ଷେତ୍ରରେ, କୌଣସି ବ୍ୟାଟର ତାଙ୍କଠାରୁ ସର୍ବୋତ୍ତମ ରେକର୍ଡ କରିପାରି ନାହାନ୍ତି । ତବେ ଆଜି ଏହି ସୁପରଷ୍ଟାର କ୍ରିକେଟରଙ୍କ ୩୪ତମ ଜନ୍ମ ବାର୍ଷିକରେ ସାରା କ୍ରିକେଟ ଜଗତ ସହିତ ସାରା ବିଶ୍ୱ ଅଭିନନ୍ଦନ ଜଣାଇଛି । ତାଙ୍କ ଜନ୍ମଦିନ ଅବସରରେ କେନ୍ୟୁଜ ବି ଅଭିନନ୍ଦନ ଜଣାଉଛି ହାପି ବାର୍ଥ ଡେ ବିରାଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.