ଫାଇନାଲ ଜିତିବା ପରେ ଅନୁଷ୍କା ଏବଂ ଭାମିକାକୁ କଲ୍ କରିଥିଲେ ବିରାଟ କୋହଲି, ଭିଡିଓ ଭାଇରଲ
ଭାରତ ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ବିଜେତା ହେବା ପରେ କୋଟି କୋଟି ଫ୍ୟାନ୍ସଙ୍କ ଖୁସି କହିଲେ ନ ସରେ । ଭାରତ ଟି୨୦ ବିଶ୍ୱକପ ଜିତିବା ପରେ ସମଗ୍ର ଦେଶରେ ଉତ୍ସବର ମାହୋଲ । କୋଟି କୋଟି ଫ୍ୟାନ୍ସ ଗର୍ବ ଅନୁଭବ କରୁଥିବା ବେଳେ ଭାବୁକ ମଧ୍ୟ ହୋଇଛନ୍ତି । ଏପରି ସ୍ଥଳେ ଭାରତ ଟି୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ସଙ୍ଗେ ସଙ୍ଗେ ଅନୁଷ୍କାଙ୍କୁ ଭିଡିଓ କଲ୍ କରିଥିଲେ । ଆଉ ଭାବୁକ ହୋଇପଡିଥିଲେ ।
ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଆଇସିସି ଟି୨୦ ବିଶ୍ୱକପ ଫାଇନାଲ ମୁକାବିଲ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଟିମ୍ ଫାଇନାଲ ଜିତିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ଵିକେଟ ହରାଇ ୧୭୬ ରନ୍ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ସାଉଥ ଆଫ୍ରିକା ବିଜୟ ଆଡକୁ ଅଗ୍ରଗତି ହୋଇଥିଲା ସତ କିନ୍ତୁ ବୁମରା, ଅର୍ଶଦୀପ ଏବଂ ହାର୍ଦ୍ଦିକଙ୍କ ବୋଲିଂରେ ୧୬୯ ରନ୍ କରିପାରିଥିଲା । ଆଉ ମାତ୍ର ୭ ରନରେ ମ୍ୟାଚକୁ ଛଡାଇଆଣିଥିଲା ଭାରତ ।
ମ୍ୟାଚ ଜିତିବା ପରେ ବିରାଟ ସଙ୍ଗେ ସଙ୍ଗେ ପଡିଆରୁ ଅନୁଷ୍କାଙ୍କୁ ଭିଡିଓ କଲ୍ କରି ନିଜର ଖୁସି ଜାହିର କରିଥିଲେ । ଯାହାର ଭିଡିଓ ଦେଖିବାକୁ ମିଳିଛି । ମୁକାବିଲା ଶେଷ ହେବା ପରେ ଘରକୁ ତୁରନ୍ତ କଲ୍ କରିଥିଲେ । ଆଉ ଅନୁଷ୍କା ଏବଂ ଝିଅ ସହିତ କଥା ହୋଇଥିଲେ । ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି କି, ବିରାଟ କଲରେ ଭିନ୍ନ ଅନ୍ଦାଜରେ କଥା ହେବାର ଦେଖିବାକୁ ମିଳିଥିଲେ । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ବିରାଟ କୋହଲି ମ୍ୟାଚ ଜିତିବା ପରେ ଅନୁଷ୍କା ନଥିବା ବେଳେ ଭିଡିଓ କଲ୍ କରି କଥା ହୁଅନ୍ତି ।
ବିରାଟ ୨୦୧୧ ଦିନିକିଆ ବିଶ୍ୱକପ ଟ୍ରଫି ବିରାଟ କୋହଲି ଉଠାଇଥିଲେ । ଆଉ ଶେଷର ଟି୨୦ ବିଶ୍ୱକପ ୨୦୨୪ ଟ୍ରଫି ବାଜି ମାରି ନିଜର ଟି୨୦ ଇଣ୍ଟରନ୍ୟାସନାଲ କ୍ରିକେଟକୁ ବାଏ ବାଏ କହିଛନ୍ତି କୋହଲି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଫ୍ଲେୟାର ଅଫ ଦ ମ୍ୟାଚ ଆଓ୍ଵାର୍ଡ ମିଳିଛି ।