ବିରାଟ କୋହଲି ପତ୍ନୀ ଅନୁଷ୍କାଙ୍କୁ କଲେ ଭିଡିଓ କଲ୍‌, ଘୂର୍ଣ୍ଣିଝଡ଼ର ଦେଖାଇଲେ ତାଣ୍ଡବ ରୂପ

ଟି-୨୦ ବିଶ୍ୱକପ୍‌ ଜିତିବା ପରେ ଭାରତୀୟ ଟିମ୍‌ ବାର୍ବାଡୋସ୍‌ରେ ଫସି ରହିଛି । ଘୂର୍ଣ୍ଣିଝଡ଼ ‘ବେରିଲ୍‌’ ଲ୍ୟାଣ୍ଡ୍‌ଫଲ କରିବା ପରେ ଟିମ୍‌ ଇଣ୍ଡିଆ ସହ ବିରାଟ କୋହଲି ମଧ୍ୟ ବାର୍ବାଡୋସ୍‌ରେ ଅଟକି ରହିଛନ୍ତି । ତାଙ୍କ ସାଥୀରେ ପତ୍ନୀ ଅନୁଷ୍କା କିନ୍ତୁ ନାହାନ୍ତି । ଏହାରି ଭିତରେ ବିରାଟ କୋହଲିଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ପତ୍ନୀ ଅନୁଷ୍କାଙ୍କୁ ଘୂର୍ଣ୍ଣିଝଡ଼ର ତାଣ୍ଡବ ରୂପ ଭିଡିଓ କଲ୍‌ରେ ଦେଖାଉଥିବାର ନଜର ଆସୁଛନ୍ତି ।

ଭିଡିଓରେ ଭୟଙ୍କର ଘୂର୍ଣ୍ଣିଝଡ଼ର ଝଲକ୍‌ ଦେଖିବାକୁ ମିଳୁଛି । ଭିିଡିଓରେ ତାଙ୍କ ପ୍ରଶଂସକମାନେ ମଧ୍ୟ ଏହା ଉପରେ ଖୁବ୍‌ ପ୍ରତିକ୍ରିୟା ଦେଇଛନ୍ତି । କେତେଜଣ ବିରାଟଙ୍କୁ ତାଙ୍କ ସ୍ଥିତି ବିଷୟରେ ପଚାରିଥିବା ବେଳେ ଆଉ କେତେଜଣ ସେ କାହା ସହିତ ଭିଡିଓ କଲ୍‌ରେ କଥା ହେଉଛନ୍ତି, ତାହା ଅନୁମାନ କରିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ ବିରାଟ କୋହଲି ଏକ ସି-ଫେସିଙ୍ଗ୍‌ ରିସୋର୍ଟରେ ଅଟକିଛନ୍ତି । ସେ ଏହାର ବାଲ୍‌କୋନିରେ ଛିଡ଼ା ହୋଇ ଉଚ୍ଚ ଲହରି ଏବଂ ପ୍ରବଳ ବେଗରେ ପବନ ବହୁଥିବାର ଦୃଶ୍ୟ ଭିଡିଓ କଲ୍‌ରେ ଅନୁଷ୍କାଙ୍କୁ ଦେଖାଉଛନ୍ତି । ଏହି ସମୟରେ ବିରାଟ ହ୍ଵାଇଟ୍‌ ଟ୍ରାକ୍‌ ପ୍ୟାଣ୍ଟ ସହ ବ୍ରାଉନ୍‌ ଟି-ଶାର୍ଟ କ୍ୟାରି କରିଛନ୍ତି । ଏହା ସହିତ ସେ ମୁଣ୍ଡରେ ଟୋପି ମଧ୍ୟ ପିନ୍ଧିଛନ୍ତି । ବିରାଟ ବାଲ୍‌କୋନିର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଦୌଡ଼ି ଯାଉଥିବାର ମଧ୍ୟ ଭିଡିଓରେ ଦେଖାଯାଉଛି । ଭାଇରାଲ ଭିଡିଓରେ ବେରିଲ୍‌ ଘୂର୍ଣ୍ଣିଝଡ଼ର ଭୟଙ୍କର ରୂପ ଦେଖିବାକୁ ମିଳିଛି ।