କ୍ରୀଡା

ବିରାଟ କୋହଲିଙ୍କୁ ଅଧିନାୟକତ୍ୱ ଛାଡ଼ିବା ପାଇଁ ଦିଆଯାଇଥିଲା ୪୮ ଘଣ୍ଟା, ନ ମାନିବାରୁ BCCI ଦେଖାଇଲା ନିଜ ଶକ୍ତି…

ବିସିସିଆଇ ବିରାଟ କୋହଲିଙ୍କୁ ଭାରତର ଦିନିକିଆ ଟିମ୍‌ର ଅଧିନାୟକ ପଦରୁ ହଟାଇ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରିଛି। କୋହଲି ପୂର୍ବରୁ ହିଁ ଟି –୨୦ ଅଧିନାୟକତ୍ୱ ଛାଡି ସାରିଥିଲେ। ଜାଣିବାକୁ ମିଳିଛି ଯେ ଭାରତୀୟ କ୍ରିକେଟ୍ ବୋର୍ଡ ତାଙ୍କୁ ସ୍ୱେଚ୍ଛାକୃତ ଭାବେ ଦିନିକିଆ ଟିମ୍‌ର କ୍ୟାପଟେନ ପଦରୁ ହଟିବା ପାଇଁ ଗତ ୪୮ ଘଣ୍ଟା ସମୟ ଦେଇଥିଲା। କିନ୍ତୁ କୋହଲି ଏହା ମାନି ନ ଥିଲେ।

ତେବେ ବିରାଟ କୋହଲିଙ୍କ ବରଖାସ୍ତ ବିଷୟରେ ବିସିସିଆଇର ବୟାନରେ ଉଲ୍ଲେଖ ସୁଦ୍ଧା କରାଯାଇ ନାହିଁ। ଏଥିରେ କେବଳ କୁହାଯାଇଛି କି, ଚୟନ ସମିତି ପ୍ରୋସିଡିଙ୍ଗ୍‌ ସମୟରେ ରୋହିତ ଶର୍ମାଙ୍କୁ ଦିନିକିଆ ଏବଂ ଟି –୨୦ ଅନ୍ତର୍ଜାତୀୟ ଦଳର ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। କୋହଲି କେବଳ ଏମିତି ହିଁ ନିଜ ଅଧିନାୟକତ୍ୱ ହରାଇଛନ୍ତି। ବିସିସିଆଇ ଏବଂ ଜାତୀୟ ଚୟନ କମିଟି କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇ ଦେଇଛନ୍ତି, ଯାହାର ଅଭିପ୍ରାୟ ବୋଧହୁଏ ୨୦୨୩ ଦିନିକିଆ ବିଶ୍ୱକପରେ ଭାରତୀୟ ଦଳକୁ ଘରୋଇ ଗ୍ରାଉଣ୍ଡରେ ଲିଡ୍‌ରେ ରଖିବା ପାଇଁ ହୋଇପାରେ।

ଯେଉଁ କ୍ଷଣ ଭାରତ ଟି –୨୦ ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟରୁ ବାହାରି ଯାଇଥିଲା, କୋହଲିଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇ ସାରିଥିଲା। କିନ୍ତୁ ବିସିସିଆଇ ଅଧିକାରୀମାନେ ଗତ ସାଢ଼େ ଚାରି ବର୍ଷ ଧରି ଦଳର ଅଧିନାୟକଙ୍କୁ ସମ୍ମାନଜନକ ରାସ୍ତା ଦେବାକୁ ଚାହୁଁଥିଲେ। ଏବେ ଜଣାପଡୁଛି କି, କୋହଲି ବିସିସିଆଇକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ତାଙ୍କୁ ବହିଷ୍କାର କରି ଦେଖାନ୍ତୁ ଏବଂ ଶେଷରେ ଖେଳର ଶୀର୍ଷ ସଂସ୍ଥା ଆଗକୁ ବଢ଼ି ସେପରି ହିଁ କରିଛି। ଯାହାଫଳରେ ବିରାଟଙ୍କ ସାମ୍ନାରେ ଏହାକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିବ। କହି ରଖୁଛୁ, କୋହଲିଙ୍କ ଅଧିନାୟକତ୍ୱର ଯାତ୍ରା ଆପେ ହିଁ ଚମତ୍କାର କାହାଣୀ ରହି ଆସିଛି।

ମହେନ୍ଦ୍ର ସିଂ ଧୋନି ନିଜ ନେତୃତ୍ୱରେ କୋହଲିଙ୍କୁ ପ୍ରସ୍ତୁତ କରିଥିଲେ ଏବଂ ଯେତେବେଳେ ସେ ଅନୁଭବ କରିଥିଲେ କି, ସମୟ ଆସି ଯାଇଛି, ତ ସେତେବେଳେ ସେ ଧଳା ବଲ୍‌ର ଦାୟିତ୍ୱ ବିରାଟଙ୍କୁ ହସ୍ତାନ୍ତର କରି ଦେଇଥିଲେ। ପରବର୍ତ୍ତୀ ଦୁଇ ବର୍ଷରେ କୋହଲି ଦଳର ଶକ୍ତିଶାଳୀ ଅଧିନାୟକ ହୋଇ ପାରିଥିଲେ, ଯିଏ ନିଜ ହିସାବରେ କାର୍ଯ୍ୟ କରୁଥିଲେ। ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ରଶାସକ ସମିତି ତାଙ୍କର ପ୍ରତ୍ୟେକ ଦାବି (କିଛି ଠିକ୍ ଏବଂ କିଛି ଭୁଲ୍) ପୂରଣ କରିଥିଲା। ତା’ପରେ ପାରମ୍ପରିକ ପ୍ରଶାସକଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା, ଯେଉଁଥିରେ ବହୁତ ଶକ୍ତିଶାଳୀ ସଚିବ ଏବଂ ଅଧ୍ୟକ୍ଷ ଥିଲେ। ସେମାନେ ନିଜେ ହିଁ ସଫଳ ଅଧିନାୟକଙ୍କ ବିଷୟରେ ବିବରଣୀ ରଖୁଥିଲେ। ଶେଷରେ ଧଳା ବଲର ଉଭୟ ଫର୍ମାଟ୍ ପାଇଁ ଦୁଇଜଣ ଅଲଗା ଅଲଗା ଅଧିନାୟକଙ୍କର କୌଣସି ଜାଗା ରହି ନ ଥିଲା।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

9 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

28 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

36 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago