କ୍ରୀଡା

ମୁମ୍ବାଇ ରାସ୍ତାରେ ଅନୁଷ୍କାଙ୍କ ସହ ସ୍କୁଟରରେ ବୁଲିଲେ ବିରାଟ କୋହଲି, ଭିଡିଓ ଭାଇରାଲ

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଏକ ଚର୍ଚ୍ଚିତ ଦମ୍ପତ୍ତି ଭାବରେ ରହିଆସିଛନ୍ତି। ଏମିତିରେ ତାଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ରହିଛନ୍ତି । ତେବେ ବର୍ତ୍ତମାନ ଉଭୟଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୋହଲି ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ପ୍ରୋଜେକ୍ଟର ସୁଟିଂ କରିବା ପରେ ଉଭୟ ସ୍କୁଟୀରେ ବସି ମୁମ୍ବାଇର ରାସ୍ତାରେ ବୁଲିବାର ମଜା ନେଉଛନ୍ତି । ଏହା ମଧ୍ୟ ଦେଖା ଯାଇଛି ଯେ ଯାତ୍ରା ସମୟରେ ସଡକ ସୁରକ୍ଷା ନିୟମକୁ ଭଲ ଭାବରେ ପାଳନ କରିବା ପାଇଁ ଉଭୟ ହେଲମେଟ ପିନ୍ଧିଥିବାର ନଜର ଆସିଥିଲେ।

ଭାଇରାଲ ହେଉଥିବା ଫଟୋରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କଳା ହେଲମେଟ ପିନ୍ଧିଛନ୍ତି। ଯେପରି କେହି ତାଙ୍କୁ ଚିହ୍ନିପାରିବେ ନାହିଁ । କିନ୍ତୁ ତାଙ୍କ ଫ୍ୟାନ୍ସ ତାଙ୍କୁ ଚିହ୍ନନେଇଥିଲେ ଫଳରେ ଉଭୟ ନିଜର ରାଇଡକୁ ଜଲଦୀ ସମାପ୍ତ କରିବାକୁ ପଡ଼ିଥିଲା । ଉଭୟ ବର୍ଷାର ମଜା ନେବା ପାଇଁ ସ୍କୁଟରରେ ବୁଲୁଥିଲେ। କୋହଲି ଏକ ସ୍କୁଟିରେ ଯାଉଥିବାବେଳେ ଅନୁଷ୍କା ଶର୍ମା ତାଙ୍କ ପଛରେ ବସିଛନ୍ତି। ଅନୁଷ୍କା ସଂପୂର୍ଣ୍ଣ କଳା ପୋଷାକରେ ଦେଖାଯାଉଛନ୍ତି। ଅନ୍ୟପକ୍ଷରେ କୋହଲି ଧଳା ସ୍ନେକର୍ ସହିତ ସବୁଜ ସାର୍ଟ ଏବଂ କଳା ଜିନ୍ସ ପିନ୍ଧିଥିଲେ।

ତେବେ ୱେଷ୍ଟଇଣ୍ଡିଜ୍ ଯାତ୍ରା ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏଥିସହ ବର୍ତ୍ତମାନର ଜିମ୍ବାୱେ ଗସ୍ତରେ ମଧ୍ୟ ସେ ଦଳର ଅଂଶ ନୁହଁନ୍ତି ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ କୋହଲି ଏସିଆ କପ୍ ମାଧ୍ୟମରେ ସିଧାସଳଖ ଦଳରେ ପ୍ରବେଶ କରିବେ। ଏସିଆ କପ୍ ଏହି ମାସର ୨୭ ତାରିଖରୁ ଆରମ୍ଭ ହୋଇ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସେହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ।

Barsha

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

12 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

15 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

19 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

31 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

48 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago