ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ସିରିଜ୍ ବିଜୟକୁ ସେଲିବ୍ରେଟ୍ କଲେ ବିରୁଷ୍କା

ସେ ରେକର୍ଡ଼ ମ୍ୟାନ୍ । ସେ ରନ୍ ମେସିନ୍ । ଆଉ ଏବେ ଭାରତୀୟ କ୍ରିକେଟ୍ ଟିମ୍ର ସବୁଠାରୁ ସଫଳ ଅଧିନାୟକ ଦୌଡ଼ରେ ଅଛନ୍ତି । ବିରାଟ କୋହଲି । ନାଁଟି ଯେମିତି ବିରାଟ, କାମ ବି ସେମିତି ବିରାଟ । ଆଜି ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ଦଳକୁ ଟେଷ୍ଟ ସରିଜ୍ରେ ହରାଇ ଇତିହାସ ସୃଷ୍ଟି କରିଛନ୍ତି ବିରାଟ । ଯାହା ଭାରତୀୟ ଦଳ ପାଇଁ ଥିଲା ବହୁଅପେକ୍ଷିତ ସଫଳତା । ତାଙ୍କୁ ଓ ତାଙ୍କ ଦଳକୁ ଏବେ ଛୁଟିଛି ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା । କାରଣ ସ୍ବାଧୀନତା ପରେ ପ୍ରଥମଥର ଅଷ୍ଟ୍ରେଲିଆ ମାଟିରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ଜିତି ପାରିଛି । ଯେଉଁଠି ଗୋଟିଏ ମ୍ୟାଚ୍ ଜିତିଲେ ଖୁସି ହୁଅନ୍ତି ବିଭିନ୍ନ ଦେଶର ଦଳ । ସେଠି ବିରାଟ ସଫଳତା ଲାଭ କରିଛି ବିରାଟଙ୍କ ଟିମ୍ । ଆଉ ହାତରେ ଉଠାଇ ଧରିଛି ବର୍ଡ଼ର-ଗାଭାସ୍କର ଟ୍ରଫି ।
ବିଜୟର ଏହି ଖୁସି ମୂହୂର୍ତ୍ତକୁ ଦଳର ସମସ୍ତ ସଦସ୍ୟ ଆନନ୍ଦ ଝୁମି ଉଠିଥିବା ବେଳେ ଏଥିରେ ଅଧିନାୟକ ବିରାଟ ସାମିଲ କରିଥିଲେ ନିଜ
ଜୀବନସାଥି ଅନୁଷ୍କା ଶର୍ମାଙ୍କୁ । ସିରିଜ ଜିତିବା ପରେ କୋହଲି ପତ୍ନୀଙ୍କୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ ଉପରେ ଆଲିଙ୍ଗନ କରିଥିଲେ । ପୁଣି ପରସ୍ପରର ହାତ ଧରି ସେଲଫି ଓ ଫଟୋ ଉଠାଇଥିଲେ। ବିରାଟ କହିଥିଲେ ତାଙ୍କ କ୍ରିକେଟ୍ ଜୀବନର ଇଏ ହେଉଛି ସବୁଠାରୁ ବଡ଼ ସଫଳତା ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ, ନିଜ ସହ ଓ ଦଳ ସହିତ ବିଭିନ୍ନ ସମୟରେ ବିରାଟ ଅନୁଷ୍କାଙ୍କୁ ସାମିଲ କରିଛନ୍ତି । ସିଡନୀ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଦୁଇ ଦଳ ତାଙ୍କ ବାସଭବନରେ ମିଶିଥିଲେ । ସେହି ସମୟରେ ମଧ୍ୟ ବିରାଟଙ୍କ ସହିତ ଅନୁଷ୍କା ଉପସ୍ଥିତ ଥିଲେ ।
ବିରୁଷ୍କା ନାଁରେ ପରିଚିତ ଏହି ସେଲିବ୍ରିଟି ଯୋଡ଼ି ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ମଧ୍ୟ ଅଷ୍ଟ୍ରେଲିଆରେ ପାଳିଥିଲେ । ଖୁଲ୍ଲମଖୁଲ୍ଲା ରାସ୍ତାଘାଟ ଓ ପର୍ଯ୍ୟଟନ ସ୍ଥଳ ବୁଲି ଫଟୋ ଉଠାଇବା ସହ ସୋସିଆଲ ମିଡିଆରେ ସେୟାର କରିଥିଲେ । ଆଉ ଆଜି ଅଧିନାୟକ ସ୍ବାମୀଙ୍କ ସିରିଜ୍ ଜିତିବା ଖୁସି ସଂପୂର୍ଣ୍ଣ ଭାବେ ଅନୁଷ୍କାଙ୍କ ଚେହେରାରେ ନଜର ଆସୁଥିଲା।
ଅନୁଷ୍କାଙ୍କୁ ସିରିଜର ସବୁ ମ୍ଯାଚରେ ବିରାଟ ତଥା ସଂପୂର୍ଣ୍ଣ କ୍ରିକେଟ ଦଳକୁ ଚିୟର କରୁଥିବା ଦେଖିବାକୁ ମିଳିଥିଲା। ଖାଲି ଅନୁଷ୍କା ନୁହଁ ବରଂ ସମସ୍ତ କ୍ରିକେଟରଙ୍କ ପରିବାର ମଧ୍ୟ ପଡ଼ିଆ ଉପରକୁ ଆସିଥିଲେ ଏହି ?ତିହାସିକ ସଫଳତାକୁ ସେଲିବ୍ରେଟ୍ କରିବା ପାଇଁ ।