କ୍ରୀଡା

‘ଟେଷ୍ଟ ଅଧିନାୟକ ପଦ ଛାଡିବା ବେଳେ ମୋତେ କେବଳ ଧୋନି ହିଁ ମେସେଜ କରିଥିଲେ’ : ବିରାଟ କୋହଲି

ଏସିଆ କପ୍‌ ୨୦୨୨ ରେ ସୁପର ୪ ମ୍ୟାଚରେ ପାକିସ୍ତାନ ଠାରୁ ୫ ଓ୍ଵିକେଟରେ ପରାଜୟ ହୋଇଛି ଭାରତ। ଏହି ସିଜିନରେ ଟିମ୍‌ ଇଣ୍ଡିଆ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ପୁରୁଣା ଲକ୍ଷ୍ୟ ହାସଲ କରିଛନ୍ତି। ରବିବାର ଦିନ କୋହଲି ଟୁର୍ଣ୍ଣାମେଣ୍ଟରେ ନିଜର ତୃତୀୟ ମ୍ୟାଚ୍‌ ଖେଳିଥିଲେ ଏବଂ ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାସତ୍ତ୍ୱେ ମଧ୍ୟ ଟିମ୍‌ ଇଣ୍ଡିଆ ଜିତିପାରିନଥିଲା। କିନ୍ତୁ କୋହଲି ନିଜର ପୁରୁଣା ଅନ୍ଦାଜରେ ନଜର ଆସିଥିଲେ।

ମ୍ୟାଚ୍‌ ପୂର୍ବରୁ କୋହଲି ନିଜର ପୁରୁଣା ସ୍ମୃତି ବଖାଣି ଥିଲେ। ବିରାଟ ନିଜର ଖରାପ ପ୍ରଦର୍ଶନ ପାଇଁ ଟି-୨୦ ଏବଂ ଟେଷ୍ଟରୁ ଅଧିନାୟକ ପଦ ଛାଡିଥିଲେ। ଆଉ କୋହଲି ଯେତେବେଳେ ଟେଷ୍ଟ ଅଧିନାୟକ ପଦ ଛାଡିଥିଲେ, ସେତେବେଳେ କେବଳ ଧୋନିଙ୍କ ମେସେଜ ଆସିଥିଲା। ଏହାଛଡା ଆଉ କେହି ବି ମେସେଜ କରିନାହାନ୍ତି।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକ କରି କୋହଲି କହିଛନ୍ତି, ମୁଁ ଯେତେବେଳେ ଟେଷ୍ଟ ଅଧିନାୟକ ଛାଡିଥିଲି, କେବଳ ଜଣେ ବ୍ୟକ୍ତି ମୋତେ ମେସେଜ କରିଥିଲେ। ଅନେକ ଲୋକଙ୍କ ପାଖରେ ମୋର ନମ୍ବର ରହିଛି। କିନ୍ତୁ କେବଳ ମହେନ୍ଦ୍ର ସିଂ ଧୋନି ହିଁ ମୋତେ ମେସେଜ କରିଥିଲେ। ତାଙ୍କ ଛଡା ଆଉ କେହି ବି ମେସେଜ କରିନାହାନ୍ତି। ନିଜର ଅନ୍ତରଙ୍ଗ ବନ୍ଧୁ ହିଁ ଏମିତି କରିପାରେ।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ କାହାକୁ କିଛି କହିବାକୁ ଚାହୁଁନାହିଁ। ଅନେକ ଲୋକ ଦୁନିଆ ସାମ୍ନାରେ ପରାମର୍ଶ ଦିଅନ୍ତି, କିନ୍ତୁ ବ୍ୟକ୍ତିଗତ ଭାବେ ଚୁପ୍‌ ରୁହନ୍ତି। ଯଦି ଆପଣ ମୋତେ କିଛି ପରାମର୍ଶ ଦେବାକୁ ଚାହୁଁଛନ୍ତି, ତେବେ ବ୍ୟକ୍ତିଗତ ଭାବେ ଦେଇପାରିବେ। ମୁଁ ଜୀବନରେ ସଚ୍ଚେଟତା ସହିତ ବଞ୍ଚିବାକୁ ଚାହୁଁଛି, ତେଣୁ ନିଜେ ପରିଶ୍ରମ କରୁଛି, ଉପରବାଲା ଏହାକୁ ଦେଖୁଛି, ଯେପର୍ଯ୍ୟନ୍ତ ଖେଳିପାରିବି, ସେପର୍ଯ୍ୟନ୍ତ ଖେଳିବି।

ସୂଚନାଯୋଗ୍ୟ, ଗତକାଲି ମ୍ୟାଚରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ଏହା ସହ ଭାରତ ତିନୋଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଥିଲା। ଟିମ୍‌ ଇଣ୍ଡିଆ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ ହରାଇ ୧୮୧ ରନ୍‌ କରିଥିଲା। ଏସିଆ କପ୍‌ର ସୁପର-୪ ମୁକାବିଲାରେ ଭାରତ ପାକିସ୍ତାନ ବିପକ୍ଷରେ ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୬୦ ରନର ଦାୟିତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ବିରାଟ କୋହଲି ୪୪ ବଲରେ ୬୦ ରନ୍‌ କରିଥିଲେ। କୋହଲି ଲଗାତାର ଭାବେ ଏହା ଦ୍ୱିତୀୟ ଅର୍ଦ୍ଧଶତକ। ବିରାଟ ନିଜ ଇଂନିସରେ ଗୋଟିଏ ଛକା ଏବଂ ୪ଟି ଚଉକା ଲଗାଇଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଚହଲ, ଭୁବନେଶ୍ୱର କୁମାର, ରବି, ହାର୍ଦିକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୧୮୨ ରନର ଟାର୍ଗେଟର ପିଛା କରି ପାକିସ୍ତାନ ୫ ଓ୍ଵିକେଟ ହରାଇ ୧୮୨ ରନ୍‌ କରି ମ୍ୟାଚ ଜିତିଥିଲା। ରିଜବାନ ୫୧ ବଲରେ ୭୧ ରନ୍‌ କରିଥିଲେ। ସେହିପରି ମହମ୍ମଦ ନଓ୍ଵାଜ ୨୦ ବଲରେ ୪୨ ରନ୍‌ ଖେଳିଥିଲେ। ଦୁହେଁ ମିଶି ତୃତୀୟ ଓ୍ଵିକେଟ ପାଇଁ ୪୧ ବଲରେ ୭୩ ରନ କରିଥିଲେ।

Also Read : ଏଥର ଇଣ୍ଡିଆକୁ ହରାଇ ବାଜି ମାରିନେଲା ପାକିସ୍ତାନ,୫ ୱିକେଟରେ ହାତେଇଲା ମ୍ୟାଚ୍

 

Swagatika

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

4 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

20 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

33 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

42 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago