ଆଗାମୀ ଟି-୨୦ ବିଶ୍ୱକପ ପାଇଁ ନୂଆ ଟିମ୍‌ ପ୍ରସ୍ତୁତ କରିବା ଦରକାର: ବୀରେନ୍ଦ୍ର ସେହ୍ଵାଗ

ଟି-୨୦ ବିଶ୍ୱକପ ୨୦୨୨ ସେମି ଫାଇନାଲରୁ ହାରିବା ପରେ ଟିମ୍‌ ଇଣ୍ଡିଆକୁ କଡା ସମାଲୋଚନା କରାଯାଉଛି । କିଛି ଲୋକେ ଟିମର ବ୍ୟାଟିଂ ଆପ୍ରୋଚକୁ ନେଇ ପ୍ରଶ୍ନ କରୁଥିବା ବେଳେ ଅନେକ ଟି-୨୦ ଭଳି ଫର୍ମାଟରେ ସିନିଅର ଖେଳାଳିଙ୍କ ସ୍ଥାନ ନାହିଁ ବୋଲି କହୁଛନ୍ତି। ତେବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ବୀରେନ୍ଦ୍ର ସେହ୍ଵାଗ । ସେହ୍ଵାଗ କହିଛନ୍ତି, ଆଗାମୀ ଟି-୨୦ ବିଶ୍ୱକପରେ କିଛି ଚେହେରାକୁ ଦେଖିବାକୁ ଚାହୁଁନାହାନ୍ତି। ଟି-୨୦ ବିଶ୍ୱକପର ଆଗାମୀ ସଂସ୍କରଣ ୨୦୨୪ରେ ଖେଳାଯିବ। ତେବେ ଏଥିପାଇଁ ଆଜିଠାରୁ ନୂଆ ଟିମ୍‌ ପ୍ରସ୍ତୁତ କରିବାକୁ ପଡିବ ବୋଲି ସେହ୍ଵାଗ କହିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ସେହ୍ଵାଗ କହିଛନ୍ତି, ମୁଁ ମାନସିକତା ବିଷୟରେ କଥା ହେବିନାହିଁ। କିନ୍ତୁ ନିଶ୍ଚିତ ଭାବେ ଟିମ୍‌ର ପରିବର୍ତ୍ତନ ଚାହୁଁଛି । ଆଗାମୀ ବିଶ୍ୱକପରେ କିଛି ନୂଆ ମୁହଁ ଦେଖିବାକୁ ଚାହୁଁଛି। ଯାହା ୨୦୦୭ ଟି-୨୦ ବିଶ୍ୱକପରେ ହୋଇଥିଲା। ଏହି ବିଶ୍ୱକପରେ ପୂର୍ବରୁ ଖେଳୁଥିବା କୌଣସି ଖେଳାଳି ଖେଳିନଥିଲେ। ନୂଆ ମୁହଁ ଆଉ ନୂଆ ଚେହେରା ହିଁ ବିଶ୍ୱକପ ଜିତିଥିଲେ।

ତେବେ ସେହ୍ଵାଗ ଏହି ସମୟରେ କାହାର ନାଁ ନେଇନାହାନ୍ତି। କିନ୍ତୁ ୩୦ ବର୍ଷରୁ ଅଧିକ ଖେଳାଳିଙ୍କୁ ଟିମରେ ସୁଯୋଗ ଦିଆନଯାଉ ବୋଲି ସେ କହିଛନ୍ତି। ତେବେ ସେହ୍ଵାଗ ରୋହିତ ଶର୍ମା, ଦିନେଶ କାର୍ତ୍ତିକ, ଆର ଅଶ୍ୱିନଙ୍କ ଭଳି ଖେଳାଳିଙ୍କୁ ଟିମ୍‌ରୁ ବାଦ୍‌ ଚାହୁଁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି “ଯଦି ଟପ ଅର୍ଡର ୧୨ ଓଭର ବ୍ୟାଟିଂ କରି ୮୨ ରନ୍ କରୁଛନ୍ତି ତେବେ ବାକି ବ୍ୟାଟର ୮ ଓଭରରେ ୧୦୦ ପିଟିଦେବେ ବୋଲି ଆଶା କରିବା ଠିକ ନୁହେଁ।” ଯଦିବା ସେହି ପଡ଼ିଆରେ ଆଭେରେଜ୍ ରନ୍ ୧୫୦-୧୬୦ରୁ ଅଧିକ ହୋଇଛି ତେବେ ଯଦି କୌଣସି ବ୍ୟାଟର ସେଟ୍ ନେଇଯାଇଥାନ୍ତେ ତେବେ ଆଭେରେଜ ବେଶ କିଛି ପ୍ରଭାବ ପକାଇନଥାନ୍ତା। ୱାଙ୍ଖଡ଼େ ଓ ଫିରୋଜ ଶାହ କୋଟଲା ଏମିତି ଅନେକ ଥର ହୋଇଛି। କିନ୍ତୁ ବର୍ତ୍ତମାନର ଖେଳରେ ୧୫୦-୧୬୦ ରନ୍ କରି ମ୍ୟାଚ୍ ଜିତି ହେବନି ବୋଲି ସେହ୍ଵାଗ କହିଛନ୍ତି। ଭାରତୀୟ ବ୍ୟାଟରମାନେ ପ୍ରଥମ ୧୦ ଓଭରରେ ଯେମିତି ରନ୍ କରିବା କଥା କଲେ ନାହିଁ। ଏଥିପାଇଁ ମ୍ୟାଚ୍ ହାତରୁ ଖସିଲା ବୋଲି ସେହ୍ଵାଗ କହିଛନ୍ତି।

You might also like