କ୍ରୀଡା

ବୀରେନ୍ଦ୍ର ସେହ୍ଵାଗଙ୍କୁ ICC ଦେଲା ବଡ ସମ୍ମାନ, ICC ହଲ୍‌ ଅଫ ଫେମରେ ହେଲେ ସାମିଲ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ICC ହଲ୍ ଅଫ୍ ଫେମରେ ସାମିଲ ହୋଇଛନ୍ତି । ବୀରେନ୍ଦ୍ର ସେହ୍ଵାଗ ତାଙ୍କ କ୍ୟାରିଅରରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ସେହ୍ଵାଗଙ୍କ ବ୍ୟତୀତ ତାଲିକାରେ ଭାରତୀୟ ମହିଳା ଟିମର ଖେଳାଳି ଡାଏନା ଏଡୁଲଜୀ ଓ ଶ୍ରୀଲଙ୍କା କ୍ରିକେଟର ଅରବିନ୍ଦ ଡି’ସିଲଭା । ଏହାସହିତ ହଲ୍‌ ଅଫ ଫେମ୍‌ରେ ସାମିଲ ହୋଇଥିବା ଖେଳାଳିଙ୍କ ସଂଖ୍ୟା ୧୧୨ରେ ପହଞ୍ଚିଛି ।

ସେହ୍ବାଗ ଥିଲେ ୨୦୦୭ ଟି-ଟ୍ବେଣ୍ଟି ଓ ୨୦୧୧ ଦିନିକିଆ ୱାର୍ଲଡ କପ୍ ବିଶ୍ବବିଜୟୀ ଟିମର ସଦସ୍ୟ । ସେ ଭାରତ ପାଇଁ ଖେଳିଛନ୍ତି ୧୦୪ ଟେଷ୍ଟ, ୨୫୧ ଦିନିକିଆ ଓ ୧୯ଟି T20 । ଟେଷ୍ଟରେ ୮ହଜାର ୫୮୬ ଓ ଦିନିକିଆରେ କରିଛନ୍ତି ୮ହଜାର ୨୭୩ ରନ୍ ।

ସେହିପରି ଡାଏନା ଭାରତ ପାଇଁ ଖେଳିଛନ୍ତି ୨୦ ଟେଷ୍ଟ ଓ ୩୪ ଦିନିକିଆ । ୨୦ ଟେଷ୍ଟରେ ୪୦୪ ରନ୍ କରିଥିବା ବେଳେ ୬୩ ୱିକେଟ ନେଇଛନ୍ତି । ୩୪ଟି ଦିନିକିଆରେ ୨୧୧ରନ୍ କରିବା ସହ ୪୬ ୱିକେଟ ନେଇଥିଲେ ଡାଏନା । କ୍ରିକେଟ ପ୍ରଶାସକ ଭାବରେ ମହିଳା କ୍ରିକେଟର ବିକାଶ ଦିଗରେ ଅନେକ କାମ କରିଛନ୍ତି । ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି ଡାଏନା ।

ଅନ୍ୟପଟେ ଡି ସିଲଭା ଶ୍ରୀଲଙ୍କା ପାଇଁ ଖେଳିଛନ୍ତି ୯୩ ଟେଷ୍ଟ ଓ ୩୦୮ ଦିନିକିଆ । ଟେଷ୍ଟରେ ମୋଟ୍ ୬ହଜାର ୩୬୧ ରନ୍ କରିଥିବା ବେଳେ ୨୯ ୱିକେଟ ନେଇଥିଲେ । ସେହିପରି ଦିନିକିଆରେ ୯,୨୮୪ ରନ୍ ଓ ୧୦୬ ୱିକେଟ ନେଇଥିଲେ ଡି ସିଲଭା । ଆସନ୍ତା ୧୫ ତାରିଖରେ ୱାଙ୍ଖଡେରେ ଭାରତ-ନ୍ୟୁଜିଲଣ୍ଡ ସେମିଫାଇନାଲ୍ ମୁକାବିଲରେ ଏମାନଙ୍କୁ ସମ୍ମାନିତ କରାଯିବ । .

ହଲ୍‌ ଅଫ ଫେମ୍‌ରେ ସାମିଲ ହୋଇଥିବା ଭାରତୀୟ:

ବିଶନ ସିଂ ବେଦୀ : ୨୦୦୯
ସୁନୀଲ ଗାଭାସ୍କର : ୨୦୦୯
କପିଲ ଦେବ : ୨୦୧୦
ଅନିଲ କୁମ୍ବଲେ : ୨୦୧୫
ରାହୁଲ ଦ୍ରାବିଡ: ୨୦୧୮
ସଚିନ ତେନ୍ଦୁଲକର : ୨୦୧୯
ଭୀନୁ ମଙକଡ: ୨୦୨୧
ଡାଏନା ଏଡୁଲଜୀ : ୨୦୨୩
ବୀରେନ୍ଦ୍ର ସେହ୍ଵାଗ: ୨୦୨୩

Swagatika

Recent Posts

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

9 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

11 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

11 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

51 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 hour ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

1 hour ago