ଧୋନିଙ୍କୁ ତାତ୍ସଲ୍ୟ କଲେ ବୀରେନ୍ଦ୍ର ସେହ୍ବାଗ, ଭିଡିଓ ଭାଇରଲ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ ପରାଜୟ ବରଣ କରିଛି । ବ୍ୟାଟି, ବୋଲିଂ ସବୁଥିରେ ଫେଲ୍ ମାରିଥିଲେ ଖେଳାଳି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଚେନ୍ନାଇ ସୁପର କିଙ୍ଗ୍ସ (CSK)କୁ ୫୦ ରନରେ ପରାସ୍ତ କରିଛି । ତେବେ ଏହି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସର ମହେନ୍ଦ୍ର ସିଂହ ଧୋନି ଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୀରେନ୍ଦ୍ର ସେହ୍ବାଗ ।
ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ତାଚ୍ଛଲ୍ୟ କରିଛନ୍ତି କିଛି ପୂର୍ବତନ କ୍ରିକେଟର । ଇରଫାନ ପଠାନ, ରବିନ ଉଥପ୍ପା ଏବଂ ଆକାଶ ଚୋପ୍ରା ଭଳି ପୂର୍ବତନ କ୍ରିକେଟର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଏହାପରେ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଏମଏସ ଧୋନିଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ କରିଛନ୍ତି ।
Sehwag cooked Dhoni 😭😭pic.twitter.com/OCPEc4w0Lt
— supremo (@hyperkohli) March 28, 2025
ବୀରେନ୍ଦ୍ର ସେହ୍ବାଗ ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ନେଇ ତାଙ୍କର ମତାମତ ରଖିଥିଲେ । ସେ କହିଥିଲେ, ‘ତୁମେ ଶୀଘ୍ର ଆସିଗଲ, ଠିକ୍ ନା ?’ ଏହା ପରେ ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ । ପୂର୍ବତନ ଭାରତୀୟ କ୍ରିକେଟର କହିଛନ୍ତି ଯେ, ‘ଯେତେବେଳେ ସେ ଆସିଥିଲେ, ୧୬ ଓଭର ଖେଳାଯାଇଥିଲା ।
ସାଧାରଣତଃ ସେ ୧୯ ତମ କିମ୍ବା ୨୦ତମ ଓଭରରେ ଆସନ୍ତି । ତୁମେ ଶୀଘ୍ର ଆସିଗଲ, ଠିକ୍ ନା ? ସେ ଶୀଘ୍ର ଆସିଥିଲେ ନଚେତ୍ ସେମାନଙ୍କ ବ୍ୟାଟସମ୍ୟାନମାନେ ଶୀଘ୍ର ୱିକେଟ୍ ହରାଇଥିଲେ । ଏବେ ବୀରେନ୍ଦ୍ର ସେହ୍ବାଗଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ୟୁଜର୍ସ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି ।
ଗତକାଲି ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍ କରିଥିଲା ଆରସିବି । ୧୯୭ ରନ୍ ଲକ୍ଷ୍ୟ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ ସୁପରକିଙ୍ଗସ୍ । ୮ ୱିକେଟ ମାତ୍ର ୧୪୬ ରନ୍ କରିଥିଲା CSK । ୫୦ ରନରେ ଚେନ୍ନାଇକୁ ହରାଇଛି ବେଙ୍ଗାଲୁରୁ । RCB ପକ୍ଷରୁ କ୍ୟାପଟେନ ରଜତ ପଟିଦାର ସର୍ବାଧିକ ୫୧ ରନ୍ କରିଥିଲେ । ଫିଲିଫ୍ ସଲ୍ଟ ୩୨ ଓ ବିରାଟ କୋହଲି ୩୧ ରନ୍ କରିଥିଲେ । ଜୋସ୍ ହାଜଲେଉଡ୍ ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ୟଶ ଦୟାଲ ଓ ଲିଆମ ଲିଭିଂଷ୍ଟୋନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେପଟେ ଚେନ୍ନାଇ ପକ୍ଷରୁ ରଚିନ ରବୀନ୍ଦ୍ର ସର୍ବାଧିକ ୪୧ ରନ୍ କରିଥିଲେ। ରାହୁଲ ତ୍ରିପାଠୀ ୫, ଋତୁରାଜ ଗାଏକ୍ବାଡ ୦ ଓ ଦୀପକ ହୁଡା ମାତ୍ର ୪ ରନ୍ କରିଥିଲେ ।
Also Read : ମ୍ୟାଚ୍ ପରେ ଦେଖିବାକୁ ମିଳିଲା ଧୋନି ଏବଂ କୋହଲିଙ୍କ ବନ୍ଧୁତା, ପରସ୍ପରକୁ ଆଲିଙ୍ଗନ କଲେ