ଟ୍ରମ୍ପଙ୍କ ଆରୋଗ୍ୟ କାମନା କରି ଭିନ୍ନ ଅନ୍ଦାଜରେ ଭିଡିଓ ସେୟାର କଲେ କ୍ରିକେଟର ବୀରେନ୍ଦ୍ର ସେହୱାଗ…..

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଠିକ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିୟା ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜଣାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଦମ୍ପତିଙ୍କ ଆରୋଗ୍ୟ କାମନା କରି ଟ୍ୱିଟ ଜରିଆରେ ଏକ ବାର୍ତ୍ତା ଦେଇଛନ୍ତି । ଖାଲି ପିଏମ ମୋଦି ନୁହେଁ ଅନ୍ୟମାନେ ବି ନିଜ ନିଜ ଅନ୍ଦାଜରେ ଟ୍ରମ୍ପ ଦମ୍ପତିଙ୍କ ଆରୋଗ୍ୟ କାମନା କରିଥିବା ନେଇ ଜଣାଯାଇଛି । ଏମିତିକି ଭାରତୀୟ କ୍ରିକେଟ ଦଳର ପୂର୍ବ ଖେଳାଳି ବୀରେନ୍ଦ୍ର ସେହୱାଗ ବି ନିଜ ଅନ୍ଦାଜରେ ତାଙ୍କ ଆରୋଗ୍ୟ କାମନା କରି ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେହୱାଗଙ୍କ ଏହି ପୋଷ୍ଟଟି ଖୁବ ଭାଇରାଲ ହେବାରେ ଲାଗିଛି ।

ପ୍ରକୃତରେ ବିରୁ ନିଜର ଏକ ବାବା ବେଶର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିକି, ଡୋନାଲ୍ଡ ଟ୍ରମ୍ପ କେମିତି କୋଭିଡ ସହ ଲଢ଼ିବେ ସେନେଇ ବାବା ସେହୱାଗଙ୍କ ଆଶୀର୍ବାଦ ତାଙ୍କ ସହ ଅଛି । ଏହା ସହ ବିରୁ କହିଛନ୍ତିକି “ଗୋ ସେହୱାଗ ଗୋ” । ଅଧିକାଂଶ ସମୟରେ ସେହୱାଗଙ୍କୁ ସୋସିଆଲ ମିଡ଼ିଆ ମାନଙ୍କରେ ଆକ୍ଟିଭ ରହୁଥିବାର ଦେଖାଯାଏ । ଏମିତିକି ଆଇପିଏଲର ପ୍ରତି ଟି ମ୍ୟାଚର ଭିଡିଓ କରି ସେ ସେୟାର କରୁଛନ୍ତି । ଟ୍ରମ୍ପ ପଜିଟିଭ ବୋଲି ଜଣାପଡିବା ପରେ ବିରୁ ନିଜ ଅନ୍ଦାଜରେ ପୋଷ୍ଟ କରି ଟ୍ୱିଟରରେ ସେୟାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.