ସହଜରେ ଦେଖି ପାରିବେ IPL ପ୍ଲେ ଅଫ୍ 2022, ଜାଣନ୍ତୁ ଏହାର ପ୍ଲାନ୍

ଯଦି ଆପଣ IPL ଦେଖିବାକୁ ଭଲ ପାଆନ୍ତି କିନ୍ତୁ ଟିଭି ବ୍ୟବହାର କରିପାରିବେ ନାହିଁ, ତେବେ ଆପଣଙ୍କ ପାଇଁ VI ଆଣିଛି ଏକ ବେଷ୍ଟ ପ୍ଲାନ୍। ଯାହାଦ୍ଵାରା ଆପଣ ଆଇପିଏଲ୍ ପ୍ଲେ ଅଫ୍ 2022 ମ୍ୟାଚ୍ ସଂପୂର୍ଣ୍ଣ ମାଗଣା ଦେଖିପାରିବେ। Vi ମାତ୍ର ୧୫୧ ଟଙ୍କା ମୂଲ୍ୟର ଆଡ୍-ଅନ୍ ରିଚାର୍ଜ ଯୋଜନା ଆରମ୍ଭ କରିଛି। ଯଦି ଆମେ ଟଙ୍କା ନ ଦେଇ କୌଣସି ଜିନିଷର ଲାଭ ଉଠାଇ ପାରିବା, ତେବେ ତାହା ଆମ ପାଇଁ ବେଷ୍ଟ ପ୍ଲାନ୍ ହେବ। ଗତ ଦୁଇମାସ ଧରି ଦେଶରେ ଆଇପିଏଲ୍ ୨୦୨୨ ପାଇଁ ଉତ୍ସାହ ଦେଖା ଯାଇଥିଲା। ଏବଂ ଆଗାମୀ ଦିନରେ ଏହି କ୍ରିକେଟ୍ ମ୍ୟାଚ୍ ର ପ୍ଲେ ଅଫ୍ ଆରମ୍ଭ ହେବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆପଣ କିପରି ମାଗଣାରେ IPL ପ୍ଲେ ଅଫ୍ 2022 ମ୍ୟାଚ୍ ଦେଖିପାରିବେ। IPL ମ୍ୟାଚକୁ କ୍ରିକେଟ୍ ପ୍ରେମୀ ପସନ୍ଦ କରନ୍ତି। ତେଣୁ ଘରେ ନ ଥାଇ ଅଫିସ କିମ୍ୱା ଅନ୍ୟ କୌଣସି ସ୍ଥାନରେ ଥାଇ ମଧ୍ୟ ଫୋନ୍ ମାଧ୍ୟମରେ ଏହି ଖେଳ ଦେଖି ପାରିବେ।

ଘରୋଇ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ଆଇଡିଆ ଅର୍ଥାତ୍ (ଭିଆଇ) ଏକ ନୂତନ ରିଚାର୍ଜ ଯୋଜନା ଆରମ୍ଭ କରିଛି। ଏହି ଯୋଜନାର ମୂଲ୍ୟ ବହୁତ କମ୍ ଏବଂ ଏହାକୁ କିଣିବା ଦ୍ୱାରା ଆପଣ ଆଇପିଏଲ୍ ପ୍ଲେ ଅଫ୍ 2022 ର ସମସ୍ତ ମ୍ୟାଚ୍ ସଂପୂର୍ଣ୍ଣ ମାଗଣା ଦେଖିପାରିବେ। ଏହା କିପରି ହୋଇପାରେ ଏବଂ ଏହି ଯୋଜନାରେ ଆପଣଙ୍କୁ କେଉଁ ସୁବିଧା ଦିଆଯାଉଛି ଏହି ଭିଡ଼ିଓ ଦେଖିବା ପରେ ଆପଣ ଜାଣିପାରିବେ। Vi ନୂତନ ରିଚାର୍ଜ ଯୋଜନା ଆରମ୍ଭ କରିଛି। ଭୋଡାଫୋନ୍ ଆଇଡିଆର ନୂଆ ରିଚାର୍ଜ ପ୍ଲାନ ମୂଲ୍ୟ ହେଉଛି ୧୫୧ ଟଙ୍କା। ୩୯ ଦିନର ବୈଧତା ସହିତ ଏହା ଏକ ପ୍ରିପେଡ୍ ଆଡ୍-ଅନ୍ ପ୍ୟାକ୍।

Vi ର ଏହି ନୂତନ ରିଚାର୍ଜ ଯୋଜନା କୌଣସି ସର୍ଭିସ୍ ଭାଲିଡିଟି ସହିତ ଆସେ ନାହିଁ। ଏହାର ଲାଭ ବିଷୟରେ କହିବାକୁ ଗଲେ, ଏହି ୧୫୧ ଟଙ୍କା ଯୋଜନାରେ ଆପଣଙ୍କୁ ମୋଟ 8GB ହାଇ ସ୍ପିଡ୍ ଡାଟା ଏବଂ ତିନିମାସ ପାଇଁ ଡିଜନି + ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍ ଦିଆଯାଉଛି। ଏହି ସବସ୍କ୍ରିପସନ୍ ସାହାଯ୍ୟରେ, ଆପଣ ମାଗଣାରେ IPL ପ୍ଲେ ଅଫ୍ 2022 ଦେଖିପାରିବେ। ଅନ୍ୟ କମ୍ପାନୀର ଉପଭୋକ୍ତାମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ।
ଯଦିଓ ଏହି ଯୋଜନା କେବଳ ଭୋଡାଫୋନ୍ ଆଇଡିଆ ବ୍ୟବହାରକାରୀଙ୍କ ଦ୍ୱାରା ବ୍ୟବହୃତ ହୋଇପାରିବ। କିନ୍ତୁ ଯଦି ଆପଣ ଜଣେ ଜିଓ କିମ୍ବା ଏୟାରଟେଲ୍ ବ୍ୟବହାରକାରୀ, ତଥାପି ଆପଣ ମାଗଣାରେ IPL ପ୍ଲେ ଅଫ୍ 2022 ଉପଭୋଗ କରିପାରିବେ। କେବଳ Vi ନୁହେଁ କିଛି ସମୟ ପୂର୍ବରୁ ଏୟାରଟେଲ ଏପରି ଦୁଇଟି ଯୋଜନା ପ୍ରକାଶ କରିଛି ଯେଉଁଥିରେ ଡିସ୍ନି + ହଟଷ୍ଟାର ସବସ୍କ୍ରିପସନ୍ ଅନ୍ତର୍ଭୁକ୍ତ। ଡିସ୍ନି + ହଟଷ୍ଟାର୍ ସବସ୍କ୍ରିପସନ୍ ସହିତ ରିଲାଏନ୍ସ ଜିଓ ଏକ ପ୍ରିପେଡ୍ ଯୋଜନା ମଧ୍ୟ ପ୍ରଦାନ କରୁଛି। ଆପଣ ଏଥିରେ IPL ମ୍ୟାଚ ଦେଖି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.