ରାହୁଲଙ୍କ ସ୍ଥାନ ନେଲେ ଲକ୍ଷ୍ମଣ, ଜିମ୍ୱାୱେ ବିପକ୍ଷ ମ୍ୟାଚରେ ସମ୍ଭାଳିବେ କୋଚ୍‌ ଦାୟିତ୍ୱ

ଏସିଆ କପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଜିମ୍ୱାୱେ ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ୍‌ ଖେଳିବ। ଏଥିପାଇଁ କେଏଲ୍‌ ରାହୁଲଙ୍କୁ ଅଧିନାୟକ ପଦ ଦିଆଯାଇଛି। ଏହି ସିରିଜରେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡଙ୍କୁ କିଛିଦିନ ପାଇଁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ କୋଚ୍‌ ଦାୟିତ୍ୱ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣକୁ ଦିଆଯାଇଛି। ଭିଭିଏସ ଲକ୍ଷ୍ମଣ ଜିମ୍ୱାୱେ ଗସ୍ତ ସମୟରେ ଭାରତର କାର୍ଯ୍ୟବାହକ ମୁଖ୍ୟ କୋଚ ହେବେ। ବିସିସିଆଇ ସମ୍ପାଦକ ଜୟ ଶାହ ଏହି ସୂଚନା ଦେଇଛନ୍ତି

ଜୟ ଶାହ କହିଛନ୍ତି, ‘ଜିମ୍ୱାୱେ ଗସ୍ତରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ଦିନିଆରେ ସିରିଜ ପାଇଁ ଲକ୍ଷ୍ମଣ ଟିମର କୋଚ ଦାୟିତ୍ୱ ସମ୍ଭାଳିବେ। ତେବେ ରାହୁଲ ଦ୍ରାବିଡଙ୍କୁ ନେଇ ବିଶ୍ରାମ ଦିଆଯିବ ବୋଲି ଏପରି କରାଯାଉ ନାହିଁ । ଜିମ୍ୱାୱେ ବିପକ୍ଷ ଦିନିକିଆ ସିରିଜ ଅଗଷ୍ଟ ୨୨ରେ ଶେଷ ହେବ ଏବଂ ଦ୍ରାବିଡଙ୍କ ସହ ଭାରତୀୟ ଟିମ ଅଗଷ୍ଟ ୨୩ରେ ୟୁଏଇ ଗସ୍ତ କରିବ । ଏହି ଦୁଇ ଟୁର୍ଣ୍ଣାମେଣ୍ଟ ମଧ୍ୟରେ କମସମୟ ରହିଛି, ତେଣୁ ଲକ୍ଷ୍ମଣ ଜିମ୍ୱାୱେରେ ଭାରତୀୟ ଟିମର ଦାୟିତ୍ୱ ନେବେ’।

ଏହାସହ ସେ କହିଛନ୍ତି, ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟ ଟିମରୁ କେବଳ ଲୋକେଶ ରାହୁଲ ଏବଂ ଦୀପକ ହୁଡ୍ଡା ଜିମ୍ୱାୱେ ଗସ୍ତ ଟିମରେ ଅଛନ୍ତି । ଏପରି ସ୍ଥିତିରେ ମୁଖ୍ୟ କୋଚ ଟି ୨୦ ଟିମ ସହ ରହିବେ। ପୂର୍ବରୁ ଜୁନ ଜୁଲାଇରେ ଭାରତୀୟ ଟିମ୍‌ ୟୁକେରେ ଥିବା ବେଳେ ସେହି ସମୟରେ ଲକ୍ଷ୍ମଣ ଆୟରଲ୍ୟାଣ୍ଡରେ ଟି-୨୦ ଟିମ୍‌ ସହିତ ରହିଥିଲା। ସେହିଭଳି ଦ୍ରାବିଡ ଟେଷ୍ଟ ଟିମ୍‌ ସହିତ ଇଂଲଣ୍ଡରେ ରହିଥିଲେ। ଜିମ୍ୱାୱେ ସହିତ ଟିମ୍‌ ଇଣ୍ଡିଆ ଅଗଷ୍ଟ ୧୮, ୨୦ ଏବଂ ୨୨ରେ ମ୍ୟାଚ୍‌ ଖେଳିବ।

ସୂଚନାଯୋଗ୍ୟ, ସର୍ଜରୀରୁ ସୁସ୍ଥ ହେବା ପରେ ଟିମ୍‌କୁ ଫେରିଛନ୍ତି। ପୂର୍ବରୁ ଜିମ୍ୱାୱେ ସିରିଜରେ ଖେଳିବେ ନାହିଁ ବୋଲି ଖବର ଆସିଥିଲା। କିନ୍ତୁ ମେଡିକାଲ ଟିମ୍‌ ଫିଟ୍‌ ଘୋଷଣା କରିବା ପରେ ରାହୁଲ ଟିମ୍‌କୁ ଫେରି ଦାୟିତ୍ୱ ନେଇଛନ୍ତି।

Leave A Reply

Your email address will not be published.