Categories: କ୍ରୀଡା

ଡବଲ୍ୟୁ.ଭି. ରମଣ ହେଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳର କୋଚ୍‌

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଟେଷ୍ଟ ଓପ୍ନର ଡବଲ୍ୟୁ.ଭି. ରମଣ ମହିଳା କ୍ରିକେଟ୍‌ ଦଳର କୋଚ୍‌ ନିଯୁକ୍ତ ହୋଇଛନ୍ତି । ଏ ସମ୍ପର୍କରେ ବିସିସିଆଇ ଆଡହକ୍‌ ଟିମ୍‌ ସୁପାରିଶ କରିଥିଲା । ବିସିସିଆଇର କମିଟି ଗ୍ୟାରୀ କର୍ଷ୍ଟେନଙ୍କ ଇଣ୍ଟରଭ୍ୟୁ ନେବା ପରେ ତାଙ୍କର ଏବଂ ରମଣଙ୍କ ନାମ ସୁପାରିଶ କରିଥିଲା । ଏମାନଙ୍କ ପଛକୁ ରହିଥିଲେ ଭେଙ୍କଟେଶ ପ୍ରସାଦ । ୨୦୧୧ରେ ସେ ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌କୁ ବିଶ୍ୱ କପ୍‌ ଜିତାଇଥି କର୍ଷ୍ଟେନ୍‌ଙ୍କ ନାମ ସବା ଆଗରେ ରହିଥିଲା ।

ଗ୍ୟାରୀ କର୍ଷ୍ଟେନ

ତେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପ୍ନର କର୍ଷ୍ଟେନ୍‌ଙ୍କ ନିଯୁକ୍ତି ଏଇଥି ପାଇଁ ହୋଇ ପାରିଲା ନାହିଁ, କାହିଁକି ନା ସେ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସର କୋଚ୍‌ ଅଛନ୍ତି । ସେଥିରୁ ହଟିବାକୁ ରାଜି ନୁହନ୍ତି । ତେଣୁ ତାଙ୍କୁ ମନେଇବା ପାଇଁ ଉଦ୍ୟମ ଚାଲିଥିଲା । ସଫଳ ନହେବାରୁ ରମଣଙ୍କୁ ନିଯୁକ୍ତି ଦିଆଯାଇଛି । ୫୩ ବର୍ଷ ବୟସ୍କ ରମଣ ଏବେ ଜାତୀୟ କ୍ରିକେଟ୍‌ ଏକାଡେମୀର ପରାମର୍ଶଦାତା ଅଛନ୍ତି ।

ମହିଳା କ୍ରିକେଟ୍‌ କୋଚ୍‌ଙ୍କ ନେଇ ବିବାଦ ପରେ ନୂଆ କୋଚ୍‌ ଖୋଜା ଚାଲିଥିଲା । ଏଥିପାଇଁ ୨୮ ଜଣ ଆବେଦନ କରିଥିଲେ । ସେଥିରୁ ବଛା ବଛା କିଛି ଖେଳାଳିଙ୍କୁ ସାକ୍ଷାତକାର ପାଇଁ ଡକା ଯାଇଥିଲା । ଏଥିରେ ପୂର୍ବତନ ଖେଳାଳି ମନୋଜ ପ୍ରଭାକର, ରମେଶ ପଓ୍ଵାର, ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବ୍ରାଡ୍‌ ହଗ୍‌ ପ୍ରମୁଖ ସାମିଲ ଥିଲେ । ସାକ୍ଷାତକାର ନେଇଥିବା କମିଟିରେ ୧୯୮୩ ବିଶ୍ୱ କପ୍‌ ବିଜେତା ଦଳର ଅଧିନାୟକ କପିଳଦେବ ଓ ଅଂଶୁମାନ ଗାଏକ୍ୱାର୍ଡ଼ ଏବଂ ଶାନ୍ତା ରଙ୍ଗାସ୍ୱାମୀ ଥିଲେ ।

 

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

39 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

53 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago