ଆଇପିଏଲ୍‌ ପୂର୍ବରୁ ମୁମ୍ବାଇ ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ର ୮ ଜଣ କର୍ମଚାରୀ କରୋନା ପଜିଟିଭ୍‌

ମୁମ୍ବାଇ : ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ସ୍ରୋତ ଖୁବ୍‌ ବେଗରେ ବଢ଼ି ଚାଲିଛି । ଏମିତିକି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଧ୍ୟ କୋଭିଡ୍‌ରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏତିକି ବେଳେ ଆଉ ଏକ ଖରାପ ଖବର ବି ଆସିଛି । ମୁମ୍ବାଇର ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ରେ କାର୍ଯ୍ୟ କରୁଥିବା ୮ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।
ଆଗାମୀ ୯ ତାରିଖରୁ ଆରମ୍ଭ ହେଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲ୍‌ର ୧୦ଟି ମ୍ୟାଚ୍‌ ଏହି ଷ୍ଟାଡିୟମ୍‌ରେ ଖେଳାଯିବ । ତା ପୂର୍ବରୁ ଏହି ଖବର ଏବେ ଆତଙ୍କ ସୃଷ୍ଟି କରିଛି । ଏହାକୁ ନେଇ ବିସିସିଆଇ ମଧ୍ୟ ଚିନ୍ତାରେ ପଡ଼ି ଯାଇଛି ।

ଗତ ବର୍ଷ ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ କେବଳ କୋଭିଡ୍‌ କାରଣରୁ ଆରବ ଦେଶରେ ବିନା ଦର୍ଶକରେ ଖେଳା ଯାଇଥିଲା । ଏଥର ମଧ୍ୟ ସେହିଭଳି ପରିସ୍ଥିତି ଉପୁଜିଲାଣି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ସପ୍ତାହେରୁ କମ୍‌ ସମୟ ବାକି ଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ରେ ଏପ୍ରିଲ ୧୦ରୁ ୨୫ ତାରିଖ ମଧ୍ୟରେ ୧୦ଟି ମ୍ୟାଚ୍‌ ଖେଳାଯିବାର ଅଛି । ଷ୍ଟାଡିୟମ୍‌ର ୧୯ ଜଣ କର୍ମଚାରୀଙ୍କ ଆରଟିପିସି ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.