ଭାରତୀୟ ଟିମର ଟପ୍‌ ବ୍ୟାଟରଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ଓ୍ଵାକର ୟୁନିସ, ଇରଫାନ ପଠାନ ଦେଲେ ମୁହଁତୋଡ ଜବାବ

ଏସିଆ କପ୍‌ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ୨୮ ଅଗଷ୍ଟରେ ହେବାକୁ ଯାଉଛି। ଫ୍ୟାନ୍ସ ଏହି ମ୍ୟାଚକୁ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନର ବରିଷ୍ଠ କ୍ରିକେଟର୍ସଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଆହତ କାରଣରୁ ଏସିଆ କପ୍ ୨୦୨୨ରୁ ବାଦ୍ ପଡିଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଶନିବାର ଏହାର ସୂଚନା ଦେଇଥିଲା। ଶାହିନ ଏସିଆ କପରୁ ବାଦ୍‌ ପଡିବା ପରେ ପାକିସ୍ତାନର ଓ୍ଵାକର ୟୁନିସ ଭାରତୀୟ ଟିମ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଯାହାର ଉତ୍ତରର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ ମୁହଁତୋଡ ଜବାବ ଦେଇଛନ୍ତି।

ଏହା ପୂର୍ବରୁ ଭାରତର ଦୁଇ ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଏବଂ ହର୍ଷଲ ପଟେଲ୍ ଆହତ କାରଣରୁ ଏସିଆ କପ୍ରୁ ବାଦ୍ ପଡିଛନ୍ତି। ଆଫ୍ରିଦିଙ୍କ ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଆଗାମୀ ଏସିଆ କପ୍ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଖେଳିବେ ନାହିଁ। ଏଥିରେ ପାକିସ୍ତାନକୁ ଜୋରଦାର ଝଟକା ଲାଗିଛି।

ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ଓ୍ଵାକର ୟୁନିସ ଟ୍ଵିଟ୍‌ କରି କହିଛନ୍ତି, ଶାହିଦ ଆଫ୍ରିଦି ଆହତ ହେବା ଯୋଗୁଁ ଭାରତୀୟ ଟପ୍‌ ଅର୍ଡର ବ୍ୟାଟରଙ୍କ ପାଇଁ ଆଶ୍ୱସ୍ତିକର ବିଷୟ । ଆଫ୍ରିଦି ଏସିଆ କପ୍‌ ପାଇଁ ନ ଖେଳିବା ବହୁତ ଦୁଃଖର ବିଷୟ। ଜଲଦି ଫିଟ୍‌ ହୋଇଯାଅ ଚାମ୍ପିଅନ୍‌ । ଆଉ ୟୁନିସଙ୍କ ଏପରି ଟ୍ଵିଟର ଉତ୍ତର ଦେଇଛନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ।

ଇରଫାନ କହିଛନ୍ତି, ବୁମରା ଏବଂ ପଟେଲ୍ ନ ଖେଳିବା ବିରୋଧୀ ଦଳ ପାଇଁ ଆଶ୍ଵସ୍ତିକର ବିଷୟ। ସେ ଟୁଇଟ୍ କରିଛନ୍ତି, ଏହା ଅନ୍ୟ ଦଳ ପାଇଁ ଆଶ୍ଵସ୍ତିକର ବିଷୟ ଯେ ବୁମରା ଏବଂ ହର୍ଷଲ ଏସିଆ କପ୍ ଖେଳିବେ ନାହିଁ।
ସୂଚନାଯୋଗ୍ୟ, ଏସିଆ କପ୍ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ଭାରତ ପ୍ରଥମ ମୁକାବିଲାରେ ଅଗଷ୍ଟ ୨୮ରେ ପାକିସ୍ତାନକୁ ଭେଟିବ। ଟିମ୍‌ ଇଣ୍ଡିଆ ୭ ଥର ଏସିଆ କପ୍‌ ଟାଇଟଲ ଜିତିଛି। ଶ୍ରୀଲଙ୍କା ଟିମ୍‌ ୫ ଥର ଏବଂ ପାକିସ୍ତାନ କେବଳ ୨ ଥର ଏସିଆ କପ୍‌ ଟାଇଟଲ ଜିତିଛି।

Also Read : ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଗତ ବିଶ୍ୱକପରେ ଭାରତୀୟ ଖେଳାଳିଙ୍କୁ ଅଡୁଆରେ ପକାଇଥିବା ଶାହିନ ଆଫ୍ରିଦି ଏସିଆ କପରୁ ପଡିଲେ ବାଦ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.