ସେନ ୱାର୍ଣ୍ଣଙ୍କ ଜୀବନ ବଞ୍ଚାଇବାକୁ ୨୦ ମିନିଟ ଯାଏଁ ଚେଷ୍ଟା କରିଥିଲେ ସାଙ୍ଗ ମାନେ

ସମୟର ଚକ୍ର କେତେବେଳେ କେଉଁ ମୋଡ ନିଏ ତାହା ହୁଏତ କେହି ବି କହିପାରିବେ ନାହିଁ । କିଏ ଜାଣିଥିଲା ଶୁକ୍ରବାର ସକାଳେ ଯିଏ ଆଉ ଜଣଙ୍କ ମୃତ୍ୟୁରେ ଦୁଖଦ ଟ୍ୱିଟ କରୁଛନ୍ତି ସିଏ ପୁଣି ଆଉ ମାତ୍ର କିଛି ଘଣ୍ଟା ପରେ ସେହି ଟ୍ୱିଟ ତାଲିକାରେ ରହିଯିବେ । ଆଉ ଅନ୍ୟମାନେ ତାଙ୍କ ନାଁରେ ଦୁଖଦପୂର୍ଣ୍ଣ ଟ୍ୱିଟ କରିବେ । କାହାକୁ ବା ଜଣାଥିଲା ସ୍ପିନର ଯାଦୁଗର ଭାବେ ଜଣା ତଥା ଅଷ୍ଟ୍ରେଲିଆର ଲେଗ ସ୍ପିନର ମାତ୍ର ୫୨ବର୍ଷ ବୟସରେ ପ୍ରାଣ ହରାଇବେ ।

ରିପୋର୍ଟ ମୁତାବକ ସେନ ୱାର୍ନଙ୍କ ମୃତ୍ୟୁ ଥାଇଲାଣ୍ଡର ଏକ ବିଲାରେ ହୃଦଘାତ କାରଣରୁ ହୋଇଛି | ଏବାବଦରେ ଥାଇଲ୍ୟାଣ୍ଡ ପୋଲିସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି । ସୂଚନା ମୁତାବକ ସେନ ୱାର୍ଣ୍ଣ ଥାଇଲ୍ୟାଣ୍ଡର କୋହ ସାମୁଇ ସ୍ଥିତ ଏକ ରିଜୋର୍ଟରେ ରହିଆସୁଥିଲେ । ତାଙ୍କ ସାଙ୍ଗ ଯେତେବେଳେ ସନ୍ଧ୍ୟା ୫ ଟାରେ ତାଙ୍କୁ ଖାଇବା ପାଇଁ ଡାକିଥିଲେ ସେସମୟରେ ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ ।

ଏହା ପରେ ୱାର୍ନଙ୍କ ସାଙ୍ଗମାନେ ତାଙ୍କୁ ୨୦ ମିନିଟ ଯାଏଁ ସିପିଆର( କାର୍ଡିଓ ପଲମୋନାରୀ ରେସନ୍ସଟାଇସନ) ଦେଇଥିଲେ । ଆଉ ଏହା ପରେ ଆମ୍ବୁଲାନ୍ସ ଆସିବା ପରେ ତାଙ୍କୁ ଥାଇ ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ବି ତାଙ୍କୁ ସିପିଆର ଦେଇଥିଲେ କିନ୍ତୁ ତାଙ୍କ ଉପରେ ସେମିତି କିଛି ଫରକ ପଡ଼ିନଥିଲା । ଆଉ ଏହା ପରେ ଅଷ୍ଟ୍ରେଲିଆର ଏହି ବରିଷ୍ଠ କ୍ରିକେଟର ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ବରିଷ୍ଠ ପୋଲିସ ଅଫିସର ସୁପୋର୍ଣ ହେମରୁଆଙ୍ଗସ୍ଥରୀ ଏହି ଖବର ବାବଦରେ ସୂଚନା ଦେଇଛନ୍ତି । ସେ ଏହା କହିଛନ୍ତିକି ତାଙ୍କୁ ପ୍ରଥମେ ଖବର ମିଳିଥିଲାକି ଇଣ୍ଟରନ୍ୟାସନାଲ ହସ୍ପିଟାଲରେ କେହି ଜଣଙ୍କର ମୃତ୍ୟୁ ହୋଇଛି । ଆଉ ସେଠାରେ ପହଂଚିବା ପରେ ପୁରା ସତ ବାବଦରେ ଜଣାପଡିଥିଲା ।

ବିଶେଷ ସୂଚନାରୁ ଜଣାଯାଇଛିକି ସେନଙ୍କ ପାର୍ଥିବ ଶରୀରରକୁ ଅଷ୍ଟ୍ରେଲିଆ ନିଆଯିବ । ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ବର୍ଣଙ୍କ ସାଙ୍ଗ ମାନଙ୍କ ସହିତ ଏବାବଦରେ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.