କ୍ରିକେଟର ନୂଆ ଫର୍ମାଟ୍‌ ଆରମ୍ଭ କରିବ ୱେଷ୍ଟଇଣ୍ଡିଜ୍: ପ୍ରଥମ ଥର ପାଇଁ ଏକାଠି ଖେଳିବେ ପୁରୁଷ ଓ ମହିଳା ଟିମ୍‌, ଖେଳାଯିବ ମାତ୍ର ୧୦ ଓଭର

କ୍ରିକେଟ ୱେଷ୍ଟଇଣ୍ଡିଜ୍ ନିଜକଟରେ ୬୦ଟି ବଲ୍‌କୁ ନେଇ ନୂଆ ଘରୋଇ ପ୍ରତିଯୋଗିତା ଘୋଷଣା କରିଥିଲା। ଅଗଷ୍ଟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ପୁରୁଷ ଓ ୩ଟି ମହିଳା ଟିମ୍‌ ଭାଗ ନେବେ। ଏହି ଲିଗ୍‌ରେ ଦୁନିଆର ସର୍ବଶ୍ରେଷ୍ଠ କି୍ରକେଟର ସାମିଲ ହେବେ। ଏହା ଟି-୧୦ ଲିଗ୍‌ ଭାବେ ଆରମ୍ଭ ହେବ।

ୱେଷ୍ଟଇଣ୍ଡିଜ୍ କ୍ରିକେଟ ଏବଂ କ୍ୟାରିବିୟାନ ପ୍ରମିୟର ଲିଗ୍ ମିଳିତ ଭାବରେ କ୍ରିକେଟରେ ଏକ ନୂଆ ଫର୍ମାଟ୍ ଆଣିବାକୁ ପ୍ରସ୍ତୁତ । ଏହି ଫର୍ମାଟକୁ ‘ଦ ସିକ୍ସଟି- କ୍ରିକେଟ୍ ପାୱାର ଗେମ୍ସ’ ନାମରେ ଜଣାଯିବ । ଏହି ଫର୍ମାଟ୍ ର ପ୍ରଥମ ଏଡିସନରେ ପୁରୁଷ ଏବଂ ମହିଳାଙ୍କ ଟିମ୍ ୬୦ ବଲ୍ ର ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଟକ୍କର ଦେବେ । ଏହି ଲିଗ୍‌ ୨୪ ଅଗଷ୍ଟରୁ ଆରମ୍ଭ ହୋଇ ୨୮ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ତେବେ କ’ଣ ରହିଛି ନିୟମ ଜାଣିବା…

– ମ୍ୟାଚରେ ସବୁ ବ୍ୟାଟିଂ ଟିମ୍ ପାଖରେ ୧୦ ବଦଳରେ ସମୁଦାୟ ୬ ୱିକେଟ୍ ରହିବ । ଷଷ୍ଠ ୱିକେଟ୍ ଗଲା ପରେ ଅଲଆଉଟ୍ କୁହାଯିବ । ପ୍ରତି ଇନିଂସରେ ୬୦ ବଲ୍ ଖେଳାଯିବ ।

– ବ୍ୟାଟିଂ କରୁଥିବା ଟିମ୍ ପାଖରେ ଦୁଇଟି ପାୱାର ପ୍ଲେ ରହିବ, କିନ୍ତୁ ଯଦି କେହି ଟିମ୍ ପ୍ରଥମେ ପ୍ରଥମେ ୧୨ ବଲ୍ ରେ ଦୁଇ ଛକା ମାରୁଛନ୍ତି ତେବେ ତାଙ୍କୁ ତୃତୀୟ ପାୱାର ପ୍ଲେ ମିଳିବ । ଆଉ ଏହି ତୃତୀୟ ପାୱାର ପ୍ଲେକୁ ୩ ରୁ ୯ ଓଭର ମଧ୍ୟରେ ନେଇପାରିବେ ।

– ଇନିଙ୍ଗସରେ ପିଚର ଦୁଇ ପାଶ୍ୱର୍ରୁ ୩୦-୩୦ ବଲ୍ ଖେଳାଯିବ । ୩୦ ବଲ୍ କୁ ୫ ଭିନ୍ନ ଭିନ୍ନ ଓଭରରେ ଖେଳାଯିବ, ଯେଉଁଥିରେ ଜଣେ ବୋଲର ୨ ଓଭରରୁ ଅଧିକ ବୋଲିଂ କରିପାରିବେ ନାହିଁ ।

– ମ୍ୟାଚ୍ ସମୟରେ ଯଦି ଟିମ୍ ନିର୍ଦ୍ଧାରିତ ସମୟରେ ଓଭର ପୂରା କରିପାରୁନାହାଁନ୍ତି ତେବେ ଶେଷ ୬ ବଲ୍ ସମୟରେ ଟିମର ଜଣେ ସଦସ୍ୟଙ୍କୁ ଫିଲ୍ଡରୁ ବାହାର ହେବେ ।

– ମ୍ୟାଚରେ ‘ମିଷ୍ଟ୍ରୀ ଫ୍ରି ହିଟ୍’ ଦେଖିବାକୁ ମିଳିବ ଯେଉଁଥିରେ ଫ୍ୟାନ୍ ଫ୍ରି ହିଟ୍ ପାଇଁ ଭୋଟିଂ କରିବେ ଯାହା ଏକ ନିର୍ଦ୍ଧାରିତ ଓଭରରେ ନେଇପାରିବେ । ଏହି ସମୟରେ ବ୍ୟାଟ୍ସମାନ୍ ଆଉଟ୍ ହେବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.