ପ୍ରଭୁ ଗଣେଶଙ୍କୁ କଣ ମାଗିଛନ୍ତି ରୋହିତ ଶର୍ମା ? ଜାଣନ୍ତୁ

ମୁମ୍ବାଇ : ଏବେ ଚାଲିଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଆଶ ରହିଛି ଯେ ଦଳ ଆଜି ବିଜୟୀ ହୋଇ ଫାଇନାଲ୍‌କୁ ଯିବ । ଏପଟେ ଦଳର ଓପ୍ନର ତଥା ପୂରା ଫର୍ମରେ ଥିବା ରୋହିତ ଶର୍ମା ମଧ୍ୟ ଆଶା କରିଛନ୍ତି ପୁଣି ଏକ ଭଲ ଇନିଂସ୍‌ ଖେଳି ଦଳକୁ ଫାଇନାଲ୍‌ରେ ପହଞ୍ଚାଇବେ । ତେବେ ଖାଲି ସେତିକି ନୁହେଁ, ରୋହିତ ତାଙ୍କ ପ୍ରିୟ ଠାକୁରଙ୍କ ପାଖରେ ଦଳ ବିଶ୍ୱକପ୍‌ ଜିତିବା ନେଇ ମାନସିକ ମଧ୍ୟ କରିଛନ୍ତି ।

rohit sharma
ଇନ୍ଦୋରର ଖଜରାନାରେ ଥିବା ପ୍ରସିଦ୍ଧ ଗଣେଶ ମନ୍ଦିରକୁ ରୋହିତ ସବୁବେଳେ ଯାଆନ୍ତି । ପୂଜାର୍ଚ୍ଚନା କରନ୍ତି । ଏବେ ସେ ଇଂଲଣ୍ଡରେ ଅଛନ୍ତି । ତେଣୁ ସେଇଠୁ ଥାଇ ପ୍ରଭୁ ଗଣେଶଙ୍କ ନିକଟରେ ମାନସିକ ରଖିବା ସହ ପୂଜାର୍ଚ୍ଚନା କରାଇଛନ୍ତି । ୧୧ ଜଣ ବ୍ରାହ୍ମଣ ମନ୍ଦିରରେ ହୋମଯଜ୍ଞ କରିବା ସହ ପ୍ରସାଦ ବାଣ୍ଟିଥିଲେ । ଭାରତୀୟ ଦଳ ଯେମିତି ବିଶ୍ୱକପ୍‌ ଜିତୁ ଏଇ ମାନସିକ କରିଛନ୍ତି ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗି ଚାଲିଥିବା ରୋହିତ ଶର୍ମା ।

GANESH-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.