ଏମାନେ ହେଉଛନ୍ତି ପରାଜୟର ୫ ଦୋଷୀ : ଯାହାଙ୍କ ପାଇଁ ବୁଡିଲା ଟିମ୍ ଇଣ୍ଡିଆର ବିଜୟ ନୌକା

ଚତୁର୍ଥ ଟେଷ୍ଟରେ ହାରିଗଲା ଟିମ୍ ଇଣ୍ଡିଆ । ତା ସହିତ ସିରିଜ୍ ବି ହାରିଲା । ବିରାଟ କୋହଲୀଙ୍କ ଅଧୀନରେ ଏହା ଲଗାତାର ଦ୍ବିତୀୟ ଥର ଏମିତି ହୋଇଛି ଯେତେବେଳେ ଭାରତ ବିଦେଶରେ ଟେଷ୍ଟ ସିରିଜ୍ ହାରିଛି । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ସିରିଜ୍ ହାରିଥିଲା । ତେବେ ଅଧିନାୟକ କୋହଲୀ ଏବଂ ଉପ ଅଧିନାୟକ ଆଜିଙ୍କ୍ୟ ରହାଣେଙ୍କ ଭଲ ବ୍ୟାଟିଂ ଭାରତର ସ୍ଥିତି ମଧ୍ୟ ଗୋଟିଏ ସମୟରେ ଭଲ ରଖିଥିଲା । କିନ୍ତୁ ମ୍ୟାଚ୍ ଜଣେ ଦୁଇ ଜଣଙ୍କ ଭରସାରେ ଜିତା ଯାଇପାରିବନି । ଜଣେ ଦୁଇ ଜଣଙ୍କୁ ଛାଡି ଦେଲେ ଆଉ କେହି ଭଲ ପ୍ରଦର୍ଶନ କରିନଥିଲେ ଏହି ମ୍ୟାଚରେ । ଯାହା ଫଳରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଆସନ୍ତୁ ଜାଣିବା ପରାଜୟ ସେହି ୫ ଦୋଷୀଙ୍କୁ ।

କେ ଏଲ୍ ରାହୁଲ୍ :

ଖୁବ୍ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ କେ ଏଲ ରାହୁଲ। ସେ ଏମିତି ଟେକନିକ୍ ଜାଣନ୍ତି ଯାହା କ୍ରିକେଟର ତିନିଟି ଯାକ ଫର୍ମାଟରେ କମାଲ୍ କରିପାରିବେ । କିନ୍ତୁ ୪ର୍ଥ ଟେଷ୍ଟର ଉଭୟ ଇନିଙ୍ଗସରେ ଖରାପ ପ୍ରଦର୍ଶନ କରିଥିଲେ । ପ୍ରଥମ ପାଳିରେ ୧୯ ଏବଂ ଦ୍ବିତୀୟ ପାଳିରେ ୦ ରେ ଆଉଟ୍ ହୋଇଥିଲେ ।

ଶିଖର ଧୱନ୍ :

ଭାରତୀୟ ଟିମର ଗବର ଶିଖର ଧୱନ୍ ଇଂଲଣ୍ଡ ସାମ୍ନାରେ ମୁଣ୍ଡ ନୁଆଁଇଥିବାର ନଜର ଆସିଥିଲେ । ଉଭୟ ଇନିଙ୍ଗସରେ ଭଲ ଆରମ୍ଭ ତ କରିଥିଲେ କିନ୍ତୁ ଏହି ଭଲ ଆରମ୍ଭକୁ ବିଜୟରେ ପରିବର୍ତ୍ତନ କରିପାରିନଥିଲେ ଶିଖର । ସେ ପ୍ରଥମ ପାଳିରେ ୨୩ ଏବଂ ଦ୍ବିତୀୟ ପାଳିରେ ୧୭ ରନ୍ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା :

ଏହି ୫ ଦୋଷୀଙ୍କ ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ମଧ୍ୟ ସାମିଲ୍ ଅଛି । ପାଣ୍ଡ୍ୟା କୁହନ୍ତି ଯେ ସେ ଅଲରାଉଣ୍ଡର, କିନ୍ତୁ ଏକଥା କେବଳ କହିବାକୁ । କାରଣ ତାଙ୍କର ପ୍ରଦର୍ଶନରେ ଏଭଳି କିଛି ଜଣା ପଡିନଥିଲା । ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ସେ ୪ ରନ୍ କରିଥିଲେ । ଆଉ ଦ୍ବିତୀୟ ଇନିଂସରେ ଖାତା ହିଁ ଖୋଲି ପାରିନଥିଲେ । ସେହିପରି ବୋଲିଂ ପ୍ରଥମ ପାଳିରେ ଗୋଟିଏ ୱିକେଟ୍ ମିଳିଥିବା ବେଳେ ଦ୍ବିତୀୟ ପାଳିରେ କିଛି ୱିକେଟ୍ ମିଳିନଥିଲା ।

ଋଷଭ ପନ୍ତ :

ଋଷଭ ଏଣ୍ଟ୍ରି ତ ଧମାକାଦାର କରିଥିଲେ କିନ୍ତୁ ସିରିଜର ୪ର୍ଥ ଏବଂ ଦ୍ବିତୀୟ ଟେଷ୍ଟରେ କିଛି ବି କରି ପାରିନଥିଲେ । ପନ୍ତଙ୍କ ନା ବ୍ୟାଟ୍ ଚାଲିଲା ନା ହି ୱିକେଟ୍ କିପିଂରେ କିଛି କରିପାରିଲେ । ସେହିପରି ବ୍ୟାଟିଂ ଦେଖିଲେ ପନ୍ତ ପ୍ରଥମ ପାଳିରେ ୨୯ ବଲରେ ୦ ଏବଂ ଦ୍ବିତୀୟ ପାଳିରେ ୧୨ ବଲରେ ୧୮ ରନ୍ କରିଥିଲେ । ଏହା ବ୍ୟତୀତ ଏହି ମ୍ୟାଚରେ ସେ ୩୦ ବାଇ ରନ୍ ଦେଇଥିଲେ । ଭାରତ ତରଫରୁ ଦ୍ବିତୀୟ ସବୁଠାରୁ ଅଧିକ ବାଇ ରନ୍ ଦେଇଥିବା ୱିକେଟକିପର୍ ହୋଇଯାଇଛନ୍ତି ଋଷଭ ପନ୍ତ ।

ଆର୍ ଅଶ୍ବିନୀ :

ଏକ ମାତ୍ର ସ୍ପିନର୍ ଭାବରେ ଆର୍ ଅଶ୍ବିନୀଙ୍କୁ ଭାରତୀୟ ଟିମରେ ସାମିଲ୍ କରାଯାଇଥିଲା । ବିଶ୍ବାସ ଥିଲା ଅଶ୍ବିନୀ ନିଶ୍ଚୟ ଭାବରେ ଭଲ ପ୍ରଦର୍ଶନ କରିବେ । କିନ୍ତୁ ଅଶ୍ବିନୀ ନିଜ କମାଲ୍ ଦେଖାଇପାରିନଥିଲେ ଏବଂ ଇନିଂରେ ୨ ଏବଂ ଦ୍ବିତୀୟ ଇନିଂରେ ୩୭.୧ ଓଭରରେ କେବଳ ଗୋଟିଏ ୱିକେଟ୍ ନେଇଥିଲେ । ଯେଉଁ ପିଚରେ ମୋଇନ୍ ଅଲ୍ଲୀ ୯ ୱିକେଟ୍ ନେଇଥିଲେ ସେଠି ଅଶ୍ବିନୀ ସଂଘର୍ଷ କରୁଥିବାର ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.