ଆଇପିଏଲ୍‌ରେ କିଏ ହେବ ପ୍ରଥମ ଭାରତୀୟ, ଯିଏ ୨୦୦ ଛକା ମାରିବ ?

ମୁମ୍ବାଇ : ତିନି ଜଣଙ୍କ ଭିତରେ ହେବ ଜୋରଦାର କମ୍ପିଟିସନ୍‌ । କିଏ ହେବ ପ୍ରଥମ ଭାରତୀୟ ଯିଏ ଆଇପିଏଲ୍‌ରେ ମାରିବ ୨୦୦ ଛକା । ଏହି ତିନିଜଣ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା ଏବଂ ରୋହିତ ଶର୍ମା । ତିନି ଜଣ ଯାକ ବ୍ୟାଟ୍‌ସମ୍ୟାନ୍‌ ଗୋଟିଏ ଲେଖାଏଁ ସ୍ଥାନ ଆଗ ପଛରେ ଅଛନ୍ତି । ଧୋନି ୧୮୬, ରାଇନା ୧୮୫ ଓ ରୋହିତ ୧୮୪ଟି ଛକା ମାରି ସାରିଛନ୍ତି । ଖାଲି ଦେଖିବାର କଥା ଏମାନଙ୍କ ଭିତରୁ କିଏ ଆଗ ୨୦୦ରେ ପହଞ୍ଚୁଛି । ବର୍ତ୍ତମାନ ବାରତୀୟ ଦଳରେ ନଥିଲେ ମଧ୍ୟ ଆଇପିଏଲ୍‌ରେ ରାଇନାଙ୍କ ପ୍ରଦର୍ଶନ ସବୁଠାରୁ ଭଲ । ସେ ହେଉଛନ୍ତି ଆଇପିଏଲ୍‌ର ସର୍ବାଧିକ ସ୍କୋରର୍‌ ।

CHRIS GAYLତେବେ ଛକା ସମ୍ରାଟ୍‌ଙ୍କୁ ଛୁଇଁବାକୁ ଏମାନଙ୍କୁ ଆହୁରି କିଛି ବର୍ଷ ଲାଗିଯିବ । କାରଣ ସେ ରହିଛି ଏମାନଙ୍କ ଠାରୁ ବହୁ ଆଗରେ । େଓ୍ଵଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ଙ୍କ କଥା ଆମେ କହୁଛୁ । ଯିଏକି ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ୨୯୨ଟି ଛକା ମାରି ଶୀର୍ଷରେ ଅଛନ୍ତି । ସେ ଅବଶ୍ୟ ତିନି ଭାରତୀୟଙ୍କ ତୁଳନାରେ କମ୍‌ ମ୍ୟାଚ୍‌ ଖେଳିଛନ୍ତି । ବିଦେଶୀ ଖେଳାଳି ଭାବେ ଗେଲ୍‌ଙ୍କ ପଛକୁ ଅଛନ୍ତି ଦକ୍ଷିଣ ଆଫ୍ରିକାର ଏ.ବି ଡିଭିଲିୟର୍ସ । ସେ ୧୮୬ଟି ଛକା ମାରିଛନ୍ତି ।

 

You might also like