କିଏ ହାତେଇବ ଏସିଆ କପ୍‌? ଆଜି ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ

କେନ୍ୟୁଜ୍ : କିଏ ହାତେଇବ ଏସିଆ କପ୍‌ ? ଦୁବାଇରେ ଆଜି ଟାଇଟଲ୍‌ ଲଢ଼େଇରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ । ପୂରା ଟୁର୍ଣ୍ଣାମେଣ୍ଟର ଭଲ ପ୍ରଦର୍ଶନ କରିଛି ଶ୍ରୀଲଙ୍କା । ସୁପର ୪ରେ ସମସ୍ତ ୩ଟି ଯାକ ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଛି ସିଂହଳୀ ଦଳ । ପ୍ରଥମେ ଆଫଗାନିସ୍ତାନ ଓ ପରେ ଭାରତକୁ ମାତ ଦେଇଥିଲା ।

ଶେଷ ସୁପର ଫୋର୍‌ ମୁକାବିଲାରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା ଶ୍ରୀଲଙ୍କା । ଫଳରେ ଦଳର ମନୋବଳ ଦୃଢ଼ ରହିଛି । ସୁପର ୪ରେ ଏକମାତ୍ର ଦଳ ଭାବେ ଅପରାଜେୟ ରହି ଫାଇନାଲରେ ସ୍ଥାନ ପକ୍କା କରିଛି ଶ୍ରୀଲଙ୍କା । ସେପଟେ ପାକିସ୍ତାନ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ନିଜର ସୁପର ୪ ଅଭିଯାନ ଶେଷ କରିଛି ।

ଚାମ୍ପିଅନ୍‌ ଲକ୍ଷ୍ୟରେ ରଣନୀତି ସହ ମୈଦାନାକୁ ଓହ୍ଲାଇବ ପାକିସ୍ତାନ । ଆଜି କଡ଼ା ମୁକାବିଲା ଆଶା କରାଯାଉଛି । ୧୦ ବର୍ଷ ପରେ ଏସିଆ କପ୍‌ ଜିତିବାର ସୁଯୋଗ ପାଇଛି ପାକିସ୍ତାନ । ଦୁଇ ଥର ବିଜେତା ପାକିସ୍ତାନ ଶେଷ ଥର ୨୦୧୨ରେ ଚାମ୍ପିଅନ୍‌ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.