କ୍ରୀଡା

ବିରାଟ କୋହଲିଙ୍କୁ କାହିଁକି ଅଧିନାୟକ ପଦରୁ ହଟାଗଲା, ପ୍ରଶ୍ନ ଉଠିବାରୁ ମୁଁହ ଖୋଲିଲେ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲି

କୋହଲିଙ୍କୁ ଟି-ଟେ୍ଵଣ୍ଟି ଅଧିନାୟକ ଦାୟିତ୍ୱ ନଛାଡିବାକୁ କୁହାଯାଇଥିଲା। କିନ୍ତୁ ରାଜି ହୋଇନଥିଲେ କୋହଲି । ଶେଷରେ ସେ ଅବସର ଘୋଷଣା କଲେ । ବିରାଟ କୋହଲିଙ୍କ ଅନିଚ୍ଛା ସତ୍ତ୍ୱେ ଦିନିକିଆ ନେତୃତ୍ୱ ଦାୟିତ୍ୱରୁ ବିରତ କରିଛି ବିସିସିଆଇ। ରୋହିତ ଶର୍ମା ଉଭୟ ଟି-ଟେ୍ଵଣ୍ଟି ଓ ଦିନିକିଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି। କୋହଲି ଓ ରୋହିତ ଏ ବିଷୟରେ ସମ୍ପୂର୍ଣ୍ଣ ନିରବ ଅଛନ୍ତି।

ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇବା ନେଇ ପ୍ରଶ୍ନ ଉଠିବା ପରେ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟରେ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଗାଙ୍ଗୁଲି କହିଛନ୍ତି – ”ଧଳା ବଲରେ ଦୁଇ ଜଣ ଅଧିନାୟକ ରହିପାରିବେନି। ବୋର୍ଡ ପକ୍ଷରୁ କୋହଲିଙ୍କୁ ଟି-ଟେ୍ଵଣ୍ଟି ଅଧିନାୟକ ଦାୟିତ୍ୱ ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ସେ ରାଜି ହୋଇନଥିଲେ। ଏହା ସହ ଧଳା ବଲର ଦୁଇଟି ଫର୍ମାଟରେ ଦୁଇ ଜଣ ଅଧିନାୟକ ରୁହନ୍ତୁ ବୋଲି ଜାତୀୟ ଚୟନକର୍ତ୍ତା ଚାହିଁ ନଥିଲେ”। ଏଥିପାଇଁ ନିଷ୍ପତ୍ତି ନିଆଗଲା, ବିରାଟ କୋହଲିଙ୍କୁ କେବଳ ଟେଷ୍ଟ ଦଳର ଦାୟିତ୍ଵ ଦିଆଯିବ ଏବଂ ରୋହିତ ଶର୍ମା ସୀମିତ ଓଭର କ୍ରିକେଟ୍ର ଅଧିନାୟକ ଦାୟିତ୍ଵ ସମ୍ଭାଳିବେ। ମୁଁ ଅଧ୍ୟକ୍ଷ ହୋଇଥିବା କାରଣରୁ ବ୍ୟକ୍ତିଗତ ଭାବେ ବିରାଟ କୋହଲିଙ୍କ ସହ ଆଲୋଚନା କରିଥିଲି। ବୋର୍ଡ ମଧ୍ୟ ଏହି ନିଷ୍ପତ୍ତିରେ ଏକମତ ହୋଇଥିଲା। ଦକ୍ଷିଣ ଆଫ୍ରିକା ଗସ୍ତ ପେଇଁ ଭାରତୀୟ ଟେଷ୍ଟ ଦଳ ଚୟନ ବେଳେ ରୋହିତଙ୍କୁ ଦିନିକିଆ ଅଧିନାୟକ ଘୋଷଣା କରାଯାଇଥିଲା।

ଗାଙ୍ଗୁଲି କୋହଲିଙ୍କୁ ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ ଭାବେ ଯୋଗଦାନ ପାଇଁ ଧନ୍ୟବାଦ ଦେଇଛନ୍ତି। ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ କରାଯିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଗାଙ୍ଗୁଲି। ସେ କହିଛନ୍ତି, ତାଙ୍କୁ ରୋହିତ ଶର୍ମାଙ୍କ ନେତୃତ୍ଵ ଉପରେ ପୂର୍ଣ୍ଣ ଭରସା ରହିଛି। ବିରାଟ ଟେଷ୍ଟ ଦଳର ଅଧିନାୟକ ପଦ ଜାରି ରଖିବେ। ବିସିସିଆଇକୁ ପୂରା ଭରସା ରହିଛି ଯେ, ଭାରତୀୟ କ୍ରିକେଟ ସଠିକ୍ ଖେଳାଳିଙ୍କ ହାତରେ ରହିଛି।

Barsha

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

6 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

14 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

29 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

35 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

49 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago