Categories: କ୍ରୀଡା

ଟେଷ୍ଟ ଚାମ୍ପିୟନସିପ୍ : ଧୋନୀଙ୍କ ବିନା କ’ଣ ୭ ନମ୍ବର ଜର୍ସିକୁ ବ୍ୟବହାର କରିବ ଟିମ୍ ଇଣ୍ଡିଆ?

ନୂଆଦିଲ୍ଲୀ: ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପୂର୍ବରୁ ପ୍ରଥମ ଥର ପାଇଁ ଧଳା ଜର୍ସିରେ ନମ୍ବର ଲେଖାଯିବ। ୨୨ ଅଗଷ୍ଟରୁ ଏଣ୍ଟିଗାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜରେ ଭାରତୀୟ ଟିମ୍ ସମ୍ଭବତଃ ଦୁଇ ନମ୍ବରର ବ୍ୟବହାର କରିପାରେ। ସଚିନ୍ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ବିସିସିଆଇ ଅନାଧିକୃତ ରୂପେ ଅବସର କରିସାରିଛି । କିନ୍ତୁ ଯେତେବେଳେ ସାର୍ଦୁଲ ଠାକୁର ଏହାକୁ ମ୍ୟାଚ୍ ସମୟରେ ପିନ୍ଧିଥିଲେ ସେତେବେଳେ ସୋସିଆଲ ମିଡିଆରେ ସେ ଟ୍ରୋଲର ଶିକାର ହୋଇଥିଲେ ।

କୁହାଯାଏ କି ଅଧିକାଂଶ ଭାରତୀୟ ଖେଳାଳି ନିଜର କିଛି ସୀମିତ ନମ୍ବର ଜର୍ସିରେ ବ୍ୟବହାର କରନ୍ତି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବିରାଟ ୧୮ ଏବଂ ରୋହିତ୍ ୪୫ ନମ୍ବର ପିନ୍ଧିବେ । ଅଧିକାଂଶ ଖେଳାଳି ନିଜର ୱାନ ଡେ ଏବଂ ଟି-୨୦ ଜର୍ସି ନମ୍ବର ପିନ୍ଧିବେ । ଏମଏସ୍ ଧୋନୀ ଯେହେତୁ ଟେଷ୍ଟ କ୍ରିକେଟ ଖେଳିବେ ନାହିଁ ତେଣୁ ଜର୍ସି ନମ୍ବର ୭ ଉପଲବ୍ଧ ରହିପାରେ । କୌଣସି ଖେଳାଳି ଏହି ନମ୍ବର ଜର୍ସିକୁ ପନ୍ଧିବା ନେଇ ବହୁତ କମ୍ ସମ୍ଭାବନା ରହିଛି ।

୭ନମ୍ବର ଜର୍ସିର ସମ୍ପର୍କ ସିଧା ଧୋନୀଙ୍କ ସହିତ ଜଡିତ । ୱାନ ଡେ ସିରିଜ୍ ପରେ ଏବେ ୱେଷ୍ଟ ଇଣ୍ଡିଜରେ ନମ୍ବର ଥିବା ଜର୍ସି ପଠାଯିବ । ଦେଖିବାକୁ ଗଲେ ସାଧାରଣତଃ ଜର୍ସି ଅବସର ନେଇନଥାଏ କିନ୍ତୁ ଏମଏସ୍ ଧୋନୀଙ୍କ ପ୍ରତିଭା ଏବଂ ବ୍ୟକ୍ତିତ୍ବ ଏବେ ଏତେ ମାତ୍ରାରେ ଗୁରୁତ୍ବ ବହନ କରୁଛି ଯେ ବିସିସିଆଇ ତାଙ୍କ ଜର୍ସିକୁ ଅବସର ଘୋଷଣା କରିପାରେ । ଧୋନୀ ୨୦୧୫ରେ ଟେଷ୍ଟ କ୍ରିକେଟକୁ ଅଲବିଦା କରିଥିଲେ । ସେ ନିଜ କ୍ଷେତ୍ରୀୟ ସେନାର ପାରାଚ୍ୟୁଟ୍ ରେଜିମେଣ୍ଟ ସହିତ ଦୁଇ ମାସ ଅତିବାହିତ କରୁଥିବାରୁ ୱେଷ୍ଟ ଇଣ୍ଡିଜ୍ ଗସ୍ତରୁ ବାହାରେ ଅଛନ୍ତି।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago