ଆଗକୁ ବିରାଟ କୋହଲିଙ୍କ କ୍ୟାରିୟର କେଉଁ ମୋଡ଼ ନେବ, ଟି୨୦ ବିଶ୍ୱକପ୍‌ ଖେଳିପାରିବେ କି ନାହିଁ ? ଭବିଷ୍ୟବାଣୀ କଲେ ଜ୍ୟୋତିର୍ବିଦ୍

ବିରାଟ କୋହଲି, ଭାରତୀୟ କ୍ରିକେଟ୍‌ ଜଗତର ସବୁଠୁ ଜଣାଶୁଣା ନାଁ। ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଭିଡ଼ ଜମିଥାଏ। ବିରାଟଙ୍କ ଛକା ଚଉକା ଯୋଗୁଁ ହିଁ କେବଳ ଭାରତ ନୁହେଁ, ବରଂ ବିଦେଶରେ ବି ତାଙ୍କର ଅନେକ ଫ୍ୟାନ୍‌ ଫଲୋୟର୍ସ ରହିଛନ୍ତି। ତେବେ ଗତ କେତେକ ମ୍ୟାଚ୍‌ରେ ବିରାଟଙ୍କ ପ୍ରଦର୍ଶନ ଏତେଟା ଭଲ ରହିନାହିଁ। ଫଳରେ କୋହଲିଙ୍କ କ୍ରେଜ୍‌ ଧୀରେ ଧୀରେ କମୁଛି। ଫର୍ମରେ ରହୁନଥିବାରୁ ବିରାଟ କୋହଲିଙ୍କୁ ଟିମ୍‌ରେ ବି ଜାଗା ମିଳୁନାହିଁ, ଯାହା ଏବେ ତାଙ୍କ କ୍ୟାରିୟରକୁ ତଳ ମୁହାଁ କରୁଛି।

ଏଭଳି ସ୍ଥିତିରେ ଆଗାମୀ ଟି-୨୦ ବିଶ୍ୱ କପ୍‌ରେ ବିରାଟ କୋହଲି ଖେଳିବେ କି ନାହିଁ ତାହା ଜାଣିବାକୁ ସମସ୍ତେ ଚାହିଁ ବସିଛନ୍ତି। ସୂଚନାଯୋଗ୍ୟ ଯେ ଆଗାମୀ ଟି୨୦ ବିଶ୍ୱ କପ୍‌ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ଯାଏଁ ଖେଳାଯିବ। ଏହି ମ୍ୟାଚ୍‌ରେ କୋହଲିଙ୍କୁ ସ୍ଥାନ ଦେବାକୁ ଦାବି ହେଉଛି। କିନ୍ତୁ ଲଗାତାର ଏକାଧିକ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ଖରାପ ଥିବାରୁ ବିସିସିଆଇ ତାଙ୍କୁ ଖେଳେଇବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର। କୋହଲି ଟି୨୦ ବିଶ୍ୱ କପ୍‌ ଖେଳିବା ନେଇ ତାଙ୍କ ଜାତକ କ’ଣ କହୁଛି ଆସନ୍ତୁ ଜାଣିବା…

ଜ୍ୟୋତିଷବିତ୍‌ଙ୍କ ମତରେ, ଏବେ ବିରାଟ କୋହଲି ରାହୁ ମହାଦଶା/ଶୁକ୍ର ଅନ୍ତର୍ଦଶା/ ମଙ୍ଗଳ ପ୍ରତ୍ୟାନ୍ତର ଦଶା ଦେଇ ଗତି କରୁଛନ୍ତି। ଏହି ସ୍ଥିତି ୧୨ ଅକ୍ଟୋବର, ୨୦୨୨ ଯାଏଁ ରହିବ। ଏହି ସମୟ ଯାଏଁ ବିରାଟ କୋହଲିଙ୍କୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ। ଏହି ସମୟ ଭିତରେ ସେ ଖେଳରେ ବି ଧ୍ୟାନ ଦେଇ ପାରିବେ ନାହିଁ। ଫଳରେ ମ୍ୟାଚ୍‌ରେ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିବ।

ତା’ ପରେ ରାହୁ ପ୍ରତ୍ୟାନ୍ତର ୨୩ ମାର୍ଚ୍ଚ, ୨୦୨୩ ଯାଏଁ ଚାଲିବ। ଏହି ସମୟରେ ପୁଣି ଥରେ କୋହଲି ଫର୍ମକୁ ଫେରିବେ।

ଏହି ସମୟ ଭିତରେ ଯଦି ଆମେ ଟି୨୦ ବିଶ୍ୱ କପ୍‌କୁ ଦେଖିବା ତେବେ ବିରାଟ କୋହଲି ଭଲ ଖେଳିବେ। କିନ୍ତୁ ପୁରୁଣା ବିରାଟ କୋହଲିଙ୍କ ଭଳି ଦମ୍‌ଦାର ନୁହେଁ। ସେ ନିଜ ଅରିଜିନାଲ ଫର୍ମକୁ ଫେରି ପୁଣିଥରେ ନେମ୍‌, ଫେମ୍‌ କମାଇବାକୁ ସେପ୍ଟେମ୍ବର ୨୦୨୪ ଯାଏଁ ସମୟ ଲାଗିଯିବ।

ସୂଚନାଯୋଗ୍ୟ ଯେ ୧୯୮୮ ମସିହା ନଭେମ୍ବର ୫ ତାରିଖ ଦିନ ୧୦.୨୮ରେ ବିରାଟ କୋହଲିଙ୍କ ଜନ୍ମ। ସେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜାତକ ଆଧାରରେ ଜ୍ୟୋତିର୍ବିଦ୍ ଏହି ଭବିଷ୍ୟତବାଣୀ କରିଛନ୍ତି।

Also Read: ଶକ୍ତିମାନ୍‌ ସାଜି ଅଳିଆ ଗାଡ଼ି ଛାତରେ ପୁସ୍‌ଅପ୍‌ ମାରୁଥିଲେ ଯୁବକ, ବାଲାନ୍ସ ବିଗିଡ଼ିବାରୁ ଦୁମ୍‌କିନା ପଡ଼ିଲେ; ଦେଖନ୍ତୁ ତା’ ପରର ଅବସ୍ଥା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.