ପ୍ରେମରେ ଉବୁଟୁବୁ ସାରା ତେନ୍ଦୁଲକର! କାହା ସହିତ ଯାଇଥିଲେ ଡେଟ୍‌ ନାଇଟ୍‌ରେ? ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ହୋଇଗଲା ସବୁ ଖୁଲାସା

କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମହାନ କ୍ରିକେଟର ସଚିନ ତେନ୍ଦୁଲକର ଆଜି ମଧ୍ୟ କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତି। ସଚିନଙ୍କ ଭଳି ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ବି ଲୋକେ ବେଶ୍‌ ପସନ୍ଦ କରି ଥାଆନ୍ତି। ସାରା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହି ଥାଆନ୍ତି ଏବଂ ସବୁବେଳେ ପ୍ରାୟତଃ ନିଜ ଫଟୋ ଓ ଭିଡିଓ ସେୟାର କରିବାରେ ଲାଗି ଥାଆନ୍ତି। ନିକଟରେ ସାରା ତେନ୍ଦୁଲକର ନିଜ ଡେଟ୍‌ ନାଇଟର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି, ଯେଉଁଥିରେ ସେ କାହାର ହାତ ଧରିଥିବାର ନଜର ଆସୁଛନ୍ତି।

ବାସ୍ତବରେ, ସାରା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଏହି ଷ୍ଟୋରୀ ସେୟାର କରି ସାରା ତେନ୍ଦୁଲକର ଲେଖିଛନ୍ତି କି, ‘ସ୍ପେଶାଲ ଡେଟ୍‌ ନାଇଟ୍‌’। ତେବେ ଏଠିି ସାରା ବଲିଉଡ୍‌ ସିଙ୍ଗର କନିକା କପୁରଙ୍କ ସହିତ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ହାତ ଧରିଥିବାର ଦେଖା ଯାଉଛନ୍ତି। ସେପଟେ କନିକା କପୁର ମଧ୍ୟ ନିଜ ଆକାଉଣ୍ଟରେ ଏମିତି ହିଁ ଏକ ଫଟୋ ସେୟାର କରିଛନ୍ତି। କହି ରଖୁଛୁ, ସାରା ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ କନିକାଙ୍କ ମୁହଁ ଦେଖାଯାଉ ନାହିଁ, କେବଳ ହାତ ହିଁ ଦେଖା ଯାଉଛି। ସାରାଙ୍କର ଏହି ଫଟୋ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ହଠାତ୍‌ ଫଟୋ ଦେଖି କେହି କେହି ତାଙ୍କ ବୟଫ୍ରେଣ୍ଡ ବୋଲି ମଧ୍ୟ ଭାବି ନେଉଛନ୍ତି। କିନ୍ତୁ କହି ରଖୁଛୁ, ସାରା ତେନ୍ଦୁଲକର ଓ କନିକା କପୁର ପରସ୍ପରର ବହୁତ ଖାସ୍‌ ସାଙ୍ଗ। ଦୁଇଜଣଙ୍କୁ ପ୍ରାୟତଃ ଏକାଠି ଦେଖା ଯାଇଥାଏ। କିଛି ଦିନ ତଳେ ସାରା ଓ କନିକା ଏକ ସାଥୀରେ ଲଣ୍ଡନରେ ସ୍ପଟ୍‌ ହୋଇଥିଲେ।

sara2
photo: News18 Hindi

କିଛି ଦିନ ତଳେ କରିଥିଲେ ନିଜର ପ୍ରେମର ଖୁଲାସା

ଏଥି ପୂର୍ବରୁ ସାରା ନିଜ ପ୍ରେମର ଖୁଲାସା କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଇନ୍‌ଷ୍ଟାଗ୍ରାମରେ ସାରା ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ନିଜ ମା’ଙ୍କ ସହିତ ନଜର ଆସିଥିଲେ। ଏହା ତାଙ୍କ ପିଲାବେଳର ଫଟୋ ଥିଲା। ଫଟୋରେ ସାରା ମା’ଙ୍କ କୋଳରେ ବସିଥିବାର ଦେଖା ଯାଇଥିଲେ। ଫଟୋ ସେୟାର କରି ସାରା ତେନ୍ଦୁଲକର ଲେଖିଥିଲେ କି, ‘ଘର ସେଇଟା, ଯେଉଁଠି ସେ ଅଛନ୍ତି। ମୋ ମା’ଙ୍କୁ ଜନ୍ମଦିନର ଶୁଭକାମନା। ସେ ମୋର ସବୁଠାରୁ ଭଲ ସାଙ୍ଗ। ମୁଁ ତାଙ୍କୁ ବହୁତ ଭଲ ପାଏ’।

କହି ରଖୁଛୁ, ସାରା ତେନ୍ଦୁଲକରଙ୍କ ନାମ ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ସହିତ ଯୋଡ଼ା ଯାଇଛି। ସାରା ଓ ଶୁଭମନ ଗିଲଙ୍କୁ ପ୍ରାୟତଃ ବିଭିନ୍ନ ଇଭେଣ୍ଟ ଏବଂ ପାର୍ଟିରେ ଏକାଠି ଦେଖା ଯାଇଥାଏ। ଯଦିଓ ଦୁଇଜଣଙ୍କ ମଧ୍ୟରୁ କେହି ବି ଅଫିସିଆଲି ନିଜ ସମ୍ପର୍କ ବିଷୟରେ ଖୁଲାସା କରି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.