ମହିଳା କ୍ରିକେଟ ଦଳର ଖେଳାଳୀ ପରସ୍ପର ମଧ୍ୟରେ କଲେ ବିବାହ !

ନୂଆଦିଲ୍ଲୀ : ସାଉଥ ଆଫ୍ରିକା ମହିଳା କ୍ରିକେଟ ଦଳର ଅଧିନାୟିକା ଡ଼େନ୍ ବେନ୍ ନିକର୍କ ନିଜ ପାଇଁ ଜୀବନସାଥି ପସନ୍ଦ କରିଛନ୍ତି। ଏହାର ଫଟୋ ସେ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଯାହା ପରେ ସମସ୍ତ ସ୍ଥାନରେ ପାଲଟିଛନ୍ତି ସେମାନେ ଚର୍ଚ୍ଚାର ବିଷୟ। କାରଣ ଅଧିନାୟିକା ଜଣଙ୍କ ନିଜ ଜୀବନସାଥି ଭାବେ ନିଜ ଦଳର ବୋଲର ମରିଜାନେ କେପଙ୍କୁ ପସନ୍ଦ କରିଛନ୍ତି। ଗତ ଶନିବାର ଦିନ ଉଦ୍ଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ମରିଜାନ ଏହି ଉତ୍ସବର ଫଟୋ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶେୟାର କରିଥିଲେ। ନିକର୍କ ଦିନିକିଆ ମ୍ୟାଚରେ ସବୁଠାରୁ ଅଧିକ ୱିକେଟ ନେଇଥିବା ସାଉଥ ଆଫ୍ରିକାନ୍ ବୋଲର ଅଟନ୍ତି। ସେ ୯୫ଟି ଦିନିକିଆ ଖେଳିଥିବା ବେଳେ ଏଥିରେ ୧୨୫ ୱିକେଟ ସଂଗ୍ରହ କରିଛନ୍ତି। ଏହା ଛଡ଼ା ବ୍ୟାଟିଂରେ ମଧ୍ୟ ସେ କମ ନୁହଁନ୍ତି।ସେ ବର୍ତ୍ତମାନ ପର୍ୟ୍ୟନ୍ତ ୧୭୭୦ରନ କରିସାରିଲେଣି।
ଅପର ପକ୍ଷରେ ମେରିଜାନଙ୍କ ବିଷୟରେ କହିବାକୁ ଗଲେ ସେ ଦିନିକିଆ ମ୍ୟାଚରେ ୯୯ ୱିକେଟ ନେବା ସହ ୧୬୧୮ରନ କରିସାରିଲେଣି। ଏହି ନବବିବାହିତାଙ୍କ ଏକ ଖାସ କଥା ହେଉଛି ସେମାନେ ଦୁହେଁ ୨ ଦିନ ବ୍ୟବଧାନରେ ଅନ୍ତର୍ଜାତୀୟ ଖେଳରେ ୨୦୦୯ ମସିହାରେ ବିଶ୍ବକପରେ ସାମିଲ ହୋଇଥିଲେ। ଖେଳ ମଧ୍ୟରେ ହିଁ ଦୁହେଁ ପ୍ରେମରେ ପଡ଼ି ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।