ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍‌ରେ ପ୍ରଥମ ଘଟଣା: ମହିଳା ହେବେ ଥାର୍ଡ ଅମ୍ପାୟର

ପୁରୁଷ ଆନ୍ତର୍ଜାତିକ କ୍ରିକେଟ୍‌ରେ ଜଣେ ମହିଳା ଥାର୍ଡ ଅମ୍ପାୟର୍‌ର ଦାୟିତ୍ୱ ନେବେ। ଏମିତି ଘଟଣା ପ୍ରଥମ ଥର ହେବାକୁ ଯାଉଛି। େଓ୍ଵଷ୍ଟଇଣ୍ଡିଜ୍‌ର ଜ୍ୟାକ୍‌ଲିନ ଓ୍ଵିଲିୟମ୍ସ ଆୟାରଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଥାର୍ଡ ଅମ୍ପାୟର୍‌ର ଭୂମିକା ତୁଲାଇବେ।

ଜମ୍ୟାକିରେ ରହୁଥିବା ୪୩ ବର୍ଷୀୟା ଏହି ମହିଳା ସିରିଜ୍‌ର ୩ଟି ମ୍ୟାଚ୍‌ରେ ଏହି ଦାୟିତ୍ୱରେ ରହିବେ। ବୁଧବାରଠାରୁ ଏହି ସିରିଜ୍‌ ଆରମ୍ଭ ହୋଇଯାଇଛି।

South Africa v India ICC Women's World Cup 2017

ଏ ସମ୍ପର୍କରେ ଜ୍ୟାକ୍‌ଲିନ କହିଥିଲେ, ‘ମୋ ପାଇଁ ଏହା ବଡ଼ ସମ୍ମାନର କଥା। ମୁଁ ପୁରୁଷ ଆନ୍ତର୍ଜାତିକ ମ୍ୟାଚ୍‌ରେ ଏହି ଟିଭି ଅମ୍ପାୟରର ଭୂମିକା ପାଇଁ ପୂରାପୂରି ପ୍ରସ୍ତୁତ ଅଛି। ମୁଁ ପୁରୁଷ ମ୍ୟାଚ୍‌ରେ ପୂର୍ବରୁ ବି ଅମ୍ପାୟରିଂ କରିଥିଲି। କିନ୍ତୁ କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ରେ ଅମ୍ପାୟରିଂ କରିବା ମୋ ପାଇଁ ପ୍ରଥମ ଘଟଣା ହେବ, ଆଉ ତାହା ବି େଓ୍ଵଷ୍ଟଇଣ୍ଡିଜ୍‌ର’।

ସେ ଏଥିପାଇଁ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସିକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଥିଲେ ଯେ ‘ଆଇସିସି ମୋତେ ଏତେ ବର୍ଷ ଧରି ସମର୍ଥନ କରିଥିବାରୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ମୁଁ ଚାହୁଁଛି ଆଗାମୀ ଭବିଷ୍ୟତରେ ଅଧିକରୁ ଅଧିକ ମହିଳା ଅମ୍ପାୟର ଆଗକୁ ଆସନ୍ତୁ’।

Leave A Reply

Your email address will not be published.