ନ୍ୟାସନାଲ ସ୍ପୋର୍ଟସ କ୍ଲାଇମ୍ବିଂ ଚମ୍ପିଆନସିପ୍ ଉଦଯାପନୀ ଉତ୍ସବରେ ଅଭାବନୀୟ ଘଟଣା, ପୁରସ୍କାର ବିତରଣ ସମୟରେ ମହିଳା ସ୍ୱେଚ୍ଛାସେବୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆୟୋଜିତ ନ୍ୟାସନାଲ ସ୍ପୋର୍ଟସ କ୍ଲାଇମ୍ବିଂ ଚମ୍ପିଆନସିପର ଉଦଯାପନୀ ଉତ୍ସବରେ ଅଭାବନୀୟ ଘଟଣା। ପ୍ରତିଯୋଗିତାର ପୁରସ୍କାର ବିତରଣ ସମୟରେ ଷ୍ଟେଜ୍ ଉପରେ ଜଣେ ମହିଳା ସ୍ୱେଚ୍ଛାସେବୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ ଅଧିକାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା ଦେଖା ଦେଇଥିଲା । ଏନେଇ ମହିଳା ଜଣଙ୍କ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଭଉଣୀ ଏହି ପ୍ରତିଯୋଗିତାର ପ୍ରତିଯୋଗୀ ଥିଲେ । ପ୍ରତିଯୋଗିତର ଆରମ୍ଭରୁ ସେ ସ୍ୱେଚ୍ଛାସେବୀ ଭାବେ କାମ କରୁଥିଲେ । ସେ ଅସଦାଚରଣର ଶିକାର ହେବା ପରେ ନିଜ ବଡଭଉଣୀକୁ ଜଣାଇଥିଲେ । ପରେ ସେମାନେ ଆସି ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.