ହକି ଫାଇନାଲରେ ଭାରତୀୟ ମହିଳା ଦଳ : ଏସିଆନ ଗେମ୍ସରେ ୨୦ ବର୍ଷର ପ୍ରତିକ୍ଷା ପରେ ଦଳର ସଫଳତା

ହକି ଫାଇନାଲରେ ଭାରତୀୟ ମହିଳା ଦଳ । ଏସିଆନ ଗେମ୍ସରେ ୨୦ ବର୍ଷର ପ୍ରତିକ୍ଷାର ଅନ୍ତପରେ ଦଳ ଏହି ସଫଳତା ପାଇଛି । ଗତକାଲି ସେମିଫାଇନାଲରେ ତିନି ଥର ଚାମ୍ପିଅନ୍ ଚୀନକୁ ୧-୦ରେ ପରାସ୍ତ କରି ଦଳ ଫାଇନାଲକୁ ଟିକେଟ କାଟିଛି । ସେମିଫାଇନାଲ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମ ତିନି ପର୍ୟ୍ୟାୟ ଗୋଲ ଶୂନ୍ୟ ଥିଲା । ତେବେ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ମହିଳା ଦଳର ଜଲଓ୍ଵା ଦେଖିବାକୁ ମିଳିଥିଲା । ଭାରତ ପକ୍ଷରୁ ଗୁରଜିତ ଏକମାତ୍ର ଗୋଲ ଦେଇ ଦଳକୁ ଫାଇନାଲକୁ ନେଇଥିଲେ । ଆସନ୍ତାକାଲି ଫାଇନାଲରେ ଜାପାନ ସହ ଭାରତର ମୁକାବିଲା ହେବ ।

Hockey ୧୯୯୮ ମସିହାରେ ଶେଷ ଥର ପାଇଁ ଭାରତୀୟ ମହିଳା ଦଳ ଫାଇନାଲକୁ ଯାଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା । ଏସୀୟ କ୍ରୀଡାର ୧୧ତମ ଦିନରେ ଭାରତକୁ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । ପୁରୁଷ ଟ୍ରିପଲ୍ ଜମ୍ପରେ ଗୋଲ୍ଡ ମେଡାଲ ଜିତିଛନ୍ତି ଅରପିନ୍ଦର ସିଂହ । ହେପ୍ଟାଥଲନରେ ସ୍ୱପ୍ନା ବର୍ମନଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ଏହା ସହ ଭାରତକୁ ଏସୀୟ କ୍ରୀଡ଼ାରେ ମୋଟ୍ ୧୧ଟି ସ୍ୱର୍ଣ୍ଣ ପଦକ ମିଳିଛି । ୨୦ଟି ରୌପ୍ୟ, ୨୩ଟି ବ୍ରୋଞ୍ଜ ସହ ମୋଟ୍ ୫୪ଟି ପଦକ ପାଇ ଭାରତ ନବମ ସ୍ଥାନରେ ରହିଛି ।

You might also like