ମହିଳା ଟି-୨୦ ଏସିଆ କପ୍‌: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ପାକସ୍ତାନକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ । ମହିଳା ଏସିଆ କପ ଟି-୨୦ କିରେଟରେ ପାକିସ୍ତାନକୁ ୭ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ କରି ଅଲଆଉଟ ହୋଇଯାଇଥିଲା । ଜବାବରେ ୧୦୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୪.୧ ଓଭରରେ ମାତ୍ର ୩ ୱିକେଟ ହରାଇ ବିଜୟୀ ହୋଇଥିଲା । ପାକିସ୍ତାନ ବିପକ୍ଷରେ ୪ ଓଭର ବୋଲିଂ କରି ୨୦ ରନ୍ ବିନିମୟରେ ସର୍ବାଧିକ ୩ଟି ୱିକେଟ ନେଇଥିବା ଭାରତର ଦିପ୍ତୀ ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଛି। ଆଜି ଟୁର୍ଣ୍ଣାମେଣ୍ଟରେ ଦୁଇଟି ମ୍ୟାଚ୍ ଖେଲାଯିବ। ପ୍ରଥମ ମ୍ୟାଚରେ ମାଲେସିଆ ସହ ଥାଇଲାଣ୍ଡର ଓ ଦ୍ବିତୀୟ ମୁକାବିଲାରେ ଶ୍ରୀଲଙ୍କା ସହ ବାଂଲାଦେଶର ମୁକାବିଲା ହେବ।