ମହିଳା ଆଇପିଏଲ ପାଇଁ ଆଜି ହେବ ନିଲାମୀ: ୧୭ କମ୍ପାନୀ କରିବେ ଡିଲ୍‌, ୧୦ ବର୍ଷ ପାଇଁ ହେବ ନିଲାମୀ

ମହିଳା ଆଇପିଏଲ୍‌ ପାଇଁ ଆଜିଠାରୁ ନିଲାମୀ ଆରମ୍ଭ ହେଉଛି। ମୋଟ ୫ଟି ଟିମ୍‌ କିଣିବା ପାଇଁ ୧୭ କମ୍ପାନୀ ଚାହିଁ ରହିଛନ୍ତି । ୧୭ଟି କମ୍ପାନୀ ମଧ୍ୟରୁ ୭ଟି ପୁରୁଷ ଆଇପିଲ କିଣିଥିବା ଫ୍ରାଞ୍ଚାଇଜ ରହିଛନ୍ତି। ଆଜି ଦ୍ୱିପ୍ରହରରେ ମୁମ୍ବାଇରେ ନିଲାମୀ ଆରମ୍ଭ ହେବ । ରୁଦ୍ଧଦ୍ୱାରରେ ଏହି ନିଲାମୀ ପ୍ରକ୍ରିୟା ହେବ ।

ପୁରୁଷ ଆଇପିଏଲ ଟିମ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ, କୋଲକତା ନାଇଟ ରାଇଡର୍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର, ରାଜସ୍ଥାନ ରୟାଲ୍ସ, ପଞ୍ଜାବ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ନିଜର ବିଡ୍‌ ଜମା କରିଛି। ଏହି ୭ଟି ଆଇପିଏଲ୍‌ ଟିମ୍‌ ଛଡା ଆଦାନୀ ଗ୍ରୁପ, କ୍ରେପି ଗ୍ଲୋବଲ, ହଲଦୀରାମ ଗ୍ରୁପ, ଟରୋଣ୍ଟ ଫର୍ମା, ଓପୋଲୋ ପାଇପ୍ସ, ଅମୃତଲୀଲା ଏଣ୍ଟରପ୍ରାଇଜେସନ, ଶ୍ରୀରାମ ଗ୍ରୁପ ଏବଂ ସ୍ଲିଂଗସଟ୍‌ ୩୬୯ ନିଲାମୀରେ ଭାଗ ନେବେ ।

ଆଇପିଏଲର ୫ଟି ଟିମ୍‌ ପାଇଁ ବିସିସିଆଇ ନିଜର ଟେଣ୍ଡର ଡକ୍ୟୁମେଣ୍ଟରେ ୧୦ଟି ସହରକୁ ସାମିଲ କରିଛି। ଏଥିପାଇଁ କୌଣସି ବେସ୍‌ ପ୍ରାଇସ ନିର୍ଦ୍ଧାରିତ କରାଯାଇନାହିଁ । ଏଥିରୁ ୧୦ଟି ମଧ୍ୟରେ ୫ଟି ସହରର ନାମ ମହିଳା ଆଇପିଏଲ୍‌ ଟିମକୁ ମିଳିବ। ପୁରା ୧୦ ବର୍ଷ ପାଇଁ ନିଲାମୀ ହେବ ।

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମ (କ୍ଷମତା: ୧,୧୨,୫୬୦)

କୋଲକାତା: ଇଡେନ୍ ଗାର୍ଡେନ୍ (କ୍ଷମତା: ୬୫,୦୦୦)

ଚେନ୍ନାଇ: ଏମ ଚିଦାମ୍ବରମ୍ ଷ୍ଟାଡିୟମ୍ (କ୍ଷମତା: ୫୦,୦୦୦)

ବେଙ୍ଗାଲୁରୁ: ମି ଚିନ୍ନାସ୍ୱାମୀ ଷ୍ଟାଡିୟମ୍ (କ୍ଷମତା: ୫୦,୦୦୦)

ଧର୍ମଶାଳା : ଏଚପିସିଏ ଷ୍ଟାଡିୟମ (କ୍ଷମତା : ୨୦,୯୦୦)

ଇନ୍ଦୋର : ହୋଲକର ଷ୍ଟାଡୀୟମ(କ୍ଷମତା : ୨୬,୯୦୦)

ଲକ୍ଷ୍ମୌ: ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମ (କ୍ଷମତା :୪୮,୮୦୦)

ଗୌହ୍ଵାଟୀ : ବାରସପାରା ଷ୍ଟାଡିୟମ (କ୍ଷମତା : ୩୮,୬୫୦)

ମୁମ୍ବାଇ : ଓ୍ଵାଙ୍ଖେଡ/ଡିଓ୍ଵାଇ ପାଟିଲ/ ବ୍ରେବୋନ ଷ୍ଟାଡିୟମ

ଟିମ ନିଲାମୀ ହେବା ପରେ ଫ୍ରାଞ୍ଚାଇଜ ପାଖରେ ଖେଳାଳିଙ୍କୁ କିଣିବା ପାଇଁ ୧୨-୧୨ କୋଟି ଟଙ୍କା ରହିବ । ପ୍ରଥମ ସିଜିନ ପାଇଁ ବିସିସିଆଇ କୌଣସି ନିଲାମୀ ତାରିଖ ଘୋଷଣା କରିନାହିଁ । କିନ୍ତୁ ଫେବୃଆରୀ ପ୍ରଥମ ସପ୍ତାହରେ ଖେଳାଳିଙ୍କର ନିଲାମୀ ହେବ ବୋଲି ସୂଚନା ମିଳିଛି । ପ୍ରତି ଟିମରେ ୧୫ରୁ ୧୮ ଜଣ ଖେଳାଳି ରହିବେ । ଏଥିମଧ୍ୟରୁ ୭ ଜଣ ବିଦେଶୀ ଖେଳାଳି ରହିପାରନ୍ତି। ପ୍ଲେଇଂ ୧୧ରେ ୫ ବିଦେଶୀ ଖେଳାଳି ରହିବେ । ଆଇପିଏଲର ପ୍ରଥମ ସିଜିନ ୫ରୁ ୨୩ ମାର୍ଚ୍ଚ ମଧ୍ୟରେ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.